• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

ମହାନଦୀକୂଳିଆଙ୍କୁ ମିଳୁନି ପିଇବା ପାଣି

ସମ୍ବଲପୁର (Sambalpur) ସହରର ୧୫ ନମ୍ବର ୱାର୍ଡ ଭାବରେ ପରିଚିତ କାନୀଜୁରୀ ଅଂଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ସମ୍ବଲପୁର ସହର ଭିତରେ ଏବଂ ମହାନଦୀ (Mahanadi) କୂଳରେ ବସବାସ କରୁଥିଲେ ସୁଦ୍ଧା ନା ତାଙ୍କୁ ମିଳି ପାରୁଛି ଶୁଦ୍ଧ ପାନୀୟ ଜଳ ନା ହୋଇପାରୁଛି ଦୀର୍ଘ ବର୍ଷ ହେବ ପାନୀୟ ଜଳ ସମସ୍ୟାର ସମାଧାନ।

ମହାନଦୀକୂଳିଆଙ୍କୁ ମିଳୁନି ପିଇବା ପାଣି
ମହାନଦୀକୂଳିଆଙ୍କୁ ମିଳୁନି ପିଇବା ପାଣି

ସମ୍ବଲପୁର: ପାନୀୟ ଜଳ ସଂକଟରେ ସମ୍ବଲପୁର ମହାନଗର ନିଗମର ୧୫ ନମ୍ବର ୱାର୍ଡବାସୀ। ବର୍ଷା ୠତୁରେ ମଧ୍ୟ ପାନୀୟ ଜଳ ସଙ୍କଟରେ ରହିଛନ୍ତି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କାନୀଜୁରୀ ବାସିନ୍ଦା। ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳରେ ପାନୀୟ ଜଳ ସଂକଟ ରହିଛି। ବାରମ୍ବାର ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଲେ ସୁଦ୍ଧା ଏହି ଉତ୍କଟ ସମସ୍ୟାର ସମାଧାନ ହୋଇ ପାରି ନାହିଁ।

ସମ୍ବଲପୁର (Sambalpur) ସହରର ୧୫ ନମ୍ବର ୱାର୍ଡ ଭାବରେ ପରିଚିତ କାନୀଜୁରୀ ଅଂଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ସମ୍ବଲପୁର ସହର ଭିତରେ ଏବଂ ମହାନଦୀ (Mahanadi) କୂଳରେ ବସବାସ କରୁଥିଲେ ସୁଦ୍ଧା ନା ତାଙ୍କୁ ମିଳି ପାରୁଛି ଶୁଦ୍ଧ ପାନୀୟ ଜଳ ନା ହୋଇପାରୁଛି ଦୀର୍ଘ ବର୍ଷ ହେବ ପାନୀୟ ଜଳ ସମସ୍ୟାର ସମାଧାନ। ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ଅଧିକାରୀ ତାଙ୍କ ସମସ୍ୟାର ସମାଧାନ କରିପାରୁ ନ ଥିବାର ଅଭିଯୋଗ କରିଛନ୍ତି ଅଂଚଳବାସୀ।

Also Read: ନିଜ ଷ୍ଟାଫଙ୍କୁ ବି ଛାଡିଲେ ନାହିଁ ସୁରକ୍ଷାକର୍ମୀ! ସ୍ତନ୍ୟପାନ ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଜିଲ୍ଲାପାଳ କାର୍ଯ୍ୟାଳୟ, ମହାନଗର ନିଗମ କାର୍ଯ୍ୟାଳୟ, ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଶୁଣୁ ନ ଥିବାର ଅଭିଯୋଗ କରାଯାଇଛି। କିଛିଦିନ ତଳେ ଅଂଚଳବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତଥାପି ଆଜି ପର୍ଯ୍ୟନ୍ତ ତାଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ତୁରନ୍ତ ତାଙ୍କ ପାନୀୟ ଜଳ ସମସ୍ୟାର ସମାଧାନ କରାଯାଉ ନଚେତ ଆଗାମୀ ସମୟରେ ରାସ୍ତା ରୋକ ସହ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କାନିଯୁରୀ ଅଞ୍ଚଳବାସୀଙ୍କ ତରଫରୁ ଧମକ ଦିଆଯାଇଛି।

ସମ୍ବଲପୁର ସହର ମଧ୍ୟରେ ରହିଥିବା ସତ୍ତ୍ୱେ ମଇଳା ପୋକ ଜୋକ ରହିଥିବା ପାଣି ପିଉଥିବାରୁ ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ବୋଲି ଅଭିଯୋଗ କରାଯାଇଛି। ଯଦି ସହର ମଧ୍ୟରେ ରହି ଟିକିଏ ସ୍ୱଚ୍ଛ ପାନୀୟ ଜଳ ପିଇବାକୁ ମିଳୁନାହିଁ (Water Crisis) ତାହା ହେଲେ ଗ୍ରାମାଞ୍ଚଳର କଥା କିଏ ପଚାରେ। ଏହି ଅଞ୍ଚଳର ବାସିନ୍ଦା ନିଜ ଖର୍ଚ୍ଚରୁ ଭଡାରେ ପାଣି ଟେଙ୍କର ଆଣି କିଛିକାଂଶରେ ପାନୀୟ ଜଳ ସମସ୍ୟାର ସମାଧାନ କରୁଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ସାଧାରଣ ରେ ଦାବି ହେଉଛି।