Advertisement
Article Detail0/zeeodisha/odisha872106

କିଏ ପିଇଗଲା ହୀରାକୁଦର ପାଣି?

ଗତବର୍ଷ ଆଜିର ଦିନରେ ହୀରାକୁଦ ଜଳଭଣ୍ଡାର (Hirakud Dam) ରେ ୬୨୪.୧୨ ଫୁଟ ପାଣି ଥିଲା। ଆଉ ଏବେ ୬୧୪.୭୯ ଫୁଟକୁ ଜଳସ୍ତର (Water Lavel) ଖସି ଆସିଛି। ୨୦୦୯, ୨୦୧୦, ୨୦୧୨, ୨୦୧୫ ଓ ୨୦୧୬ ମସିହାରେ ମଧ୍ୟ ହୀରାକୁଦ ଜଳଭଣ୍ଡାରରେ ଜଳସଂକଟ (Water Crisis) ଦେଖାଯାଇଥିଲା। କିନ୍ତୁ ଚଳିତବର୍ଷର ସ୍ଥିତି ଦେଖିଲେ ଏହା ସବୁ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।

ଫାଇଲ ଫଟୋ
ଫାଇଲ ଫଟୋ

ସମ୍ବଲପୁର: କ୍ରମାଗତ ଭାବେ ଖସୁଛି ହୀରାକୁଦ ଡ୍ୟାମର ଜଳସ୍ତର। କାହିଁକି ଖସୁଛି, କେମିତି ଖସୁଛି ତାର ଉତ୍ତର କାହା ପାଖରେ ନାହିଁ। ଅତୀତର ପରିସଂଖ୍ୟାନକୁ ଦେଖିଲେ ଏଭଳି ସ୍ଥିତି କେବେ ଉପୁଜି ନଥିଲା। ଗ୍ରୀଷ୍ମ ଆସିବା ପୂର୍ବରୁ ଫୁଟେ ନୁହେଁ କି ଦୁଇଫୁଟ ନୁହେଁ ବରଂ ଏକା ଥରକେ ୧୦ ଫୁଟ ପାଣି କମିଛି। ଯହାକୁ ନେଇ ଏବେ ସରକାର ଚିନ୍ତାରେ ପଡିଛନ୍ତି।

ଗତବର୍ଷ ଆଜିର ଦିନରେ ହୀରାକୁଦ ଜଳଭଣ୍ଡାର (Hirakud Dam) ରେ ୬୨୪.୧୨ ଫୁଟ ପାଣି ଥିଲା। ଆଉ ଏବେ ୬୧୪.୭୯ ଫୁଟକୁ ଜଳସ୍ତର (Water Lavel) ଖସି ଆସିଛି। ୨୦୦୯, ୨୦୧୦, ୨୦୧୨, ୨୦୧୫ ଓ ୨୦୧୬ ମସିହାରେ ମଧ୍ୟ ହୀରାକୁଦ ଜଳଭଣ୍ଡାରରେ ଜଳସଂକଟ (Water Crisis) ଦେଖାଯାଇଥିଲା। କିନ୍ତୁ ଚଳିତବର୍ଷର ସ୍ଥିତି ଦେଖିଲେ ଏହା ସବୁ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।

Also Read: ଅବହେଳିତ ଅବସ୍ଥାରେ ରାଜ୍ୟର ଏକ ମାତ୍ର ଗାନ୍ଧୀ ମନ୍ଦିର

Add Zee News as a Preferred Source

ଉପର ମୁଣ୍ଡ ଛତିଶଗଡ଼ (Chattisgarh) ପଟୁ ଜଳ ପ୍ରବାହ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ସ୍ଥିତି ସଙ୍ଗୀନ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ପ୍ରତିଦିନ ଜଳଭଣ୍ଡାର ରୁ ୦.୧୭ରୁ ୦.୨୦ ଫୁଟ ପାଣି କମୁଛି। ତେଣୁ ଏପ୍ରିଲ, ମେ ଓ ଜୁନ ମାସରେ କିପରି ଜଳ ପରିଚାଳନା କରାଯିବ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ସେପଟେ ହୀରାକୁଦ ଜଳଭଣ୍ଡାରର ପୂର୍ବତନ ଯନ୍ତ୍ରୀ ଜୋଶବନ୍ତ ପରିଡା କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରରେ ଅକ୍ଟୋବର ମାସ ଶେଷ ସୁଦ୍ଧା ୬୩୦ ଫୁଟ ପାଣି ରହିବା କଥା।

ହୀରାକୁଦ ଜଳ ପରିଚାଳନା ପାଇଁ ବିଦ୍ୟୁତ ବିଭାଗ (Energy Department) ଏବଂ ଜଳ ସମ୍ପଦ ବିଭାଗ (Water resource dept) ମଧ୍ୟରେ ଏକ ବୈଠକ ବସିଥାଏ। ଏହି ବୈଠକରେ କେତେ ପାଣି ବିଦ୍ୟୁତ ବିଭାଗକୁ ଦରକାର ତାକୁ ନେଇ ମୁଖ୍ୟତଃ ବୈଠକରେ ନିଷ୍ପତ୍ତି ହୋଇଥାଏ। କିନ୍ତୁ ଏଥର ସମୟ ପୂର୍ବରୁ ଅହେତୁକ ଜଳସ୍ତର ଖସିଛି। ତେଣୁ ହୀରାକୁଦ ଜଳଭଣ୍ଡାର ଜଳ କମିବା ପଛରେ କେଉଁଠି ନା କେଉଁଠି ଛତିଶଗଡ଼ର ହାତ ରହିଛି ବୋଲି ଜୋଶବନ୍ତ ଆଶଙ୍କା ପ୍ରକାଶ କରିଛନ୍ତି।  

Also Read: ସମ୍ବଲପୁରରେ ଲଭ୍ ଜିହାଦ୍ ! ଯୁବତୀଙ୍କ ଶରୀର ଓ ଜୀବନ ସହ ଚାଲିଥିଲା ଖେଳ

ସେପଟେ ଯଦି ଇନ୍ଦ୍ର ଦେବତାଙ୍କ କୃପା ଦୃଷ୍ଟି ନପଡେ ତାହେଲେ ହୀରାକୁଦ ଜଳଭଣ୍ଡାରରେ ଜଳ ସଙ୍କଟ ନିଶ୍ଚିତ ଭାବେ ରେକର୍ଡ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ। ଏପରି ହେଲେ କେବଳ ବିଦ୍ୟୁଦ ଉତ୍ପାଦନ ପ୍ରଭାବିତ ହେବ ନାହିଁ. ତା ସହ ତଳ ମୁଣ୍ଡର ଲୋକ ଜଳ ସଙ୍କଟରେ ପଡିବେ ଓ ହଜାର ହଜାର ହେକ୍ଟର ଫସଲ ମଧ୍ୟ ପୋଡିଯିବ ବୋଲି କୁହାଯାଉଛି।

About the Author