World Toilet Day: ରାଜ୍ୟର ବସରେ ନିର୍ମାଣ ହେବ ଶୌଚାଳୟ
Advertisement

World Toilet Day: ରାଜ୍ୟର ବସରେ ନିର୍ମାଣ ହେବ ଶୌଚାଳୟ

ଥମ ଥର ପାଇଁ ୨୦୦୧ ନଭେମ୍ବର ୧୯ରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଥିଲା। କିନ୍ତୁ ଏହାକୁ ଅନାଧିକାର ଭାବେ ପାଳନ କରାଯାଇଥିଲା। କିନ୍ତୁ ୨୦୧୨ ମସିହାରେ ଜାତିସଂଘ ପକ୍ଷରୁ ଏହାକୁ ସ୍ୱୀକୃତି ମିଳିଥିଲା। ସେବେଠାରୁ ନିୟମିତ ଭାବେ ଏହାକୁ ପାଳନ କରାଯାଉଛି।

ସୌ: ସୋସିଆଲ ମି଼ଡିଆ

ଭୁବନେଶ୍ୱର: ପ୍ରତିବର୍ଷ ନଭେମ୍ବର ୧୯କୁ ବିଶ୍ୱ ଶୌଚାଳୟ ଦିବସ ଭାବେ ପାଳନ କରାଯାଏ। ଶୁକ୍ରବାର ଭୁବନଶ୍ବରସ୍ଥିତ ଏକ ଘରୋଇ ହୋଟେଲରେ ବିଏମସି, ବିଶ୍ୱ ଶୌଚାଳୟ ଦିବସ ପାଳନ କରିଛି। ସିଫା ସହାୟତାରେ ଏହି ଦିବସକୁ ପାଳନ କରାଯାଇଥିଲା। ଏହି ଅବସରରେ ଅସଜଡା ଓ ଚୋରି ଶୌଚାଳୟକୁ ସଜାଡିବାକୁ ବିଏମସି ସଂକଳ୍ପ ନେଇଛି।

ପ୍ରଥମ ଥର ପାଇଁ ୨୦୦୧ ନଭେମ୍ବର ୧୯ରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଥିଲା। କିନ୍ତୁ ଏହାକୁ ଅନାଧିକାର ଭାବେ ପାଳନ କରାଯାଇଥିଲା। କିନ୍ତୁ ୨୦୧୨ ମସିହାରେ ଜାତିସଂଘ ପକ୍ଷରୁ ଏହାକୁ ସ୍ୱୀକୃତି ମିଳିଥିଲା। ସେବେଠାରୁ ନିୟମିତ ଭାବେ ଏହାକୁ ପାଳନ କରାଯାଉଛି। ରିପୋର୍ଟ ଅନୁସାରେ ବିଶ୍ୱରେ ୪୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ ସୁରକ୍ଷିତ ଶୌଚାଳୟ ନାହିଁ। ୬୭ କୋଟିରୁ ଊର୍ଦ୍ଧ୍ୱ ଲୋକ ଏବେ ବି ବାହାରେ ଶୌଚ ହେବାକୁ ଯାଆନ୍ତି। ଏହି ସମସ୍ୟାକୁ ହୃଦୟଙ୍ଗମ କରି ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ।

Also Read: ବିଧାୟିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ!

ସରକାରୀ ତଥ୍ୟାନୁସାରେ, ବର୍ତ୍ତମାନ ସୁଦ୍ଧା ସ୍ୱଚ୍ଛ ଭାରତ ଅଭିଯାନରେ ୧୦,୬୧,୦୪,୫୬୫ଟି ଶୌଚାଳୟ ତିଆରି ହୋଇଥିବା ବେଳେ ୨,୧୫,୮୪୯ଟି ଗୋଷ୍ଠୀ ଶୌଚାଳୟ ତିଆରି ହୋଇଛି। ଓଡିଶାରେ IHHL କଭରେଜ୍ ୧୦୦ ପ୍ରତିଶତ ଥିବା କେନ୍ଦ୍ର ସରକାର କହିଛନ୍ତି। ବର୍ତ୍ତମାନ ଭୁବନେଶ୍ୱରରେ ୭୫ଟି ଗୋଷ୍ଠୀ ଶୌଚାଳୟ, ୯୯ଟି ପବ୍ଲିକ ଟଏଲେଟ, ୨୧ଟି ଇ-ଟଏଲେଟ, ୧୦ଟି ବାୟୋ ଟଏଲେଟ ଥିବା ବେଳେ ସେଗୁଡିକରେ ମୋଟ ୧୯୯୭ ସିଟ୍ ରହିଛି। ଦୌନିକ ୨୨ ହଜାର ଲୋକ ବିଏମସି ଶୌଚାଳୟ ବ୍ୟବହାର କରୁଛନ୍ତି। 

ଡେପୁଟି କମିଶନର, ଶୁଭେନ୍ଦୁ ସାହୁ କହିଛନ୍ତି ଯେ, ଆଗାମୀ ଦିନରେ ୪୭ଟି ନୂତନ ଇ-ଟଏଲେଟ ନିର୍ମାଣ କରିବାକୁ ବିଏମସି ଯୋଜନା କରିଛି। ଏଥିସହିତ ସିଟି ବସକୁ ବ୍ୟବହାର କରି କମ୍ୟୁନିଟି ଟଏଲେଟ ତିଆରି କରାଯିବ। ସମସ୍ତ ୬୭ଟି ୱାର୍ଡରେ ତିଆରି ହୋଇଥିବା ପବ୍ଲିକ ଟଏଲେଟର ରକ୍ଷଣାବେକ୍ଷଣା ମଧ୍ୟ କରାଯିବା ସହ ଜାଗା ମିଶନ ଜରିଆରେ ୪୩୮ଟି ବସ୍ତି ଅଞ୍ଚଳରେ ଟଏଲେଟ ନିର୍ମାଣ କରି ଅକ୍ଷମ ଓ ଚୋରି ଶୌଚାଳୟ ଗୁଡିକୁ ସଜଡା ଯିବାକୁ ଏହି ଦିବସରେ ବିଏମସି ସଂକଳ୍ପ ନେଇଛି। ସେପଟେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଟଏଲେଟ ପାଇଁ ଦାବି କରାଯାଇଛି।