ମାଉଥ୍‌ ୱାସ ବୋତଲରେ ପୋକ !
Advertisement

ମାଉଥ୍‌ ୱାସ ବୋତଲରେ ପୋକ !

ରୋଗୀ (patient) ଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମେଡିସିନ ଦୋକାନ (Medicine Shop) । ଦୋକାନରେ ବିକ୍ରି ହେଉଛି ପୋକ ଭାସୁଥିବା ମାଉଥ୍‌ ୱାସ୍‌ (MouthWash)। ଏ ପୁଣି ବିକ୍ରି ହେଊଛି ଏସସିବି ମେଡିକାଲ (SCB Medical Shop) କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରରେ । କେବଳ ସେତିକି ନୁହେଁ ମେଡ଼ିସିନ ଷ୍ଟ୍ରିପ (Medicine Strip)

ମାଉଥ୍‌ ୱାସ ବୋତଲରେ ପୋକ !

ଚିନ୍ନଂ ଜଗନ୍ନାଥ ପାତ୍ର, କଟକ: ରୋଗୀ (patient) ଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମେଡିସିନ ଦୋକାନ (Medicine Shop) । ଦୋକାନରେ ବିକ୍ରି ହେଉଛି ପୋକ ଭାସୁଥିବା ମାଉଥ୍‌ ୱାସ୍‌ (MouthWash)। ଏ ପୁଣି ବିକ୍ରି ହେଊଛି ଏସସିବି ମେଡିକାଲ (SCB Medical Shop) କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରରେ । କେବଳ ସେତିକି ନୁହେଁ ମେଡ଼ିସିନ ଷ୍ଟ୍ରିପ (Medicine Strip) ରେ ଥିବା ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ନେଉଛନ୍ତି ଦୋକାନୀ (Shop)। ଏହି ମାଉଥ୍‌ ୱାସ (Mouthwash) ର ବୋତଲର ଠିପି ସିଲ ରହିଛି ହେଲେ ଭିତରେ ଭାସୁଛି ପୋକ। ଆଉ ମେଡ଼ିସିନ ଷ୍ଟ୍ରିପରେ ୧୦୦ ଟଙ୍କାର ମୂଲ୍ୟ ରହିଛି । ହେଲେ ଦୋକାନୀ ୧୦୯ ଟଙ୍କାରେ ବିଲ କରି ବିକ୍ରି କରୁଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ କରିବା ସହ ସେହି ଦୋକାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି କେନ୍ଦ୍ରାପଡା (Kendrapada) ର ଦୀପକ କୁମାର ଚୌଧୁରୀ ।

ଗତ ୧୬ ତାରିଖ ଦିନ ଦୀପକ ନିଜ ସ୍ତ୍ରୀଙ୍କ ଚିକିତ୍ସା ଲାଗି କଟକ ଏସସିବି ମେଡିକାଲର ଇଏନଟି ବିଭାଗରେ ଡାକ୍ତରଙ୍କୁ ଦେଖାଇଥିଲେ । ସେଠାରେ ଡାକ୍ତର ଯାହା ପ୍ରେସକ୍ରିପସନ ଦେଇଥିଲେ ସେ ଆଧାରରେ ମେଡିକାଲ କ୍ୟାମ୍ପସ ପରିସରରେ ରହିଥିବା ସାଇ ସଞ୍ଜିବନୀ ମେଡିସିନ ଦୋକାନରୁ ଔଷଧ କିଣିଥିଲେ । ଔଷଧ ବାବଦକୁ ଗୋଟିଏ ମାଉଥ ୱାସ ଓ ଏକ ମେଡିସନ ଷ୍ଟ୍ରିପ୍‌ କଣିଥିଲେ । ଏହାପରେ ମାଉଥ୍‌ ୱାସ ବୋତଲରେ ଏକ ପୋକ ଭାସୁଥିବା ଦେଖିବାକୁ ମିଲିଥିଲା । ମେଡିସିନ ଷ୍ଟ୍ରିପରେ ଶହେ ଟଙ୍କା ରହିଥିବା ବେଳେ ବିଲ୍‌ ୧୦୯ ଟଙ୍କା ରହିଥିବା ଦେଖିବାକୁ ପାଇଥିଲେ । ପୁଣି ଦୀପକ ସେହି ମେଡିସିନ ସେହି ଦୋକାନରୁ କିଣିଥିଲେ ମଧ୍ୟ ୧୦୯ ଟଙ୍କାର ବିଲ ମିଲିଥିଲା ।

ଏହି ଅଭିଯୋଗ ଆସିବା ପରେ ନିଜର ଭୁଲକୁ ମାନିଛନ୍ତି ସାଇ ସଞ୍ଜିବନୀ ମେଡିସିନ କର୍ମଚାରୀ । ଭୁଲବସତଃ ମେଡିସିନ ବିଲ୍‌ ହୋଇଥିବା ସଫେଇ ଦେଇଛନ୍ତି । ଏଥିସହ ମାଉଥ୍‌ ୱାସ ବୋତଳରେ ପୋକ ଭାସିବା ପ୍ରସଙ୍ଗରେ ଏହା କମ୍ପାନୀ ତରଫରୁ ଭୁଲ ହୋଇଥିବା କହିଛନ୍ତି । ଏଥିପାଇଁ ସଂମ୍ପୃକ୍ତ କମ୍ପାନୀର ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି ଦୋକାନ କର୍ମଚାରୀ ସୁବାଷ ଚନ୍ଦ୍ର ମହାପାତ୍ର ।