ପାକିସ୍ତାନରେ ଟ୍ରେନ-ବସ୍ ମୁହାଁମୁହିଁ ଧକ୍କା, ୧୯ ଶିଖ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

କୁହାଯାଉଛି ଯେ, ନାନକାନା ସାହେବ ନିକଟରେ କୌଣସି କ୍ରସିଂ ନଥିବା ଏକ ଫାଟକରେ ଏହି ଦୁଃଘଟଣା ଘଟିଛି ।

ପାକିସ୍ତାନରେ ଟ୍ରେନ-ବସ୍ ମୁହାଁମୁହିଁ ଧକ୍କା, ୧୯ ଶିଖ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଶେଖପୁରାରେ ଟ୍ରେନ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ଅତି କମରେ ୧୯ ଶିଖ୍ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ଖବର ମିଳୁଛି । କୁହାଯାଉଛି ଯେ, ନାନକାନା ସାହେବ ନିକଟରେ କୌଣସି କ୍ରସିଂ ନଥିବା ଏକ ଫାଟକରେ ଏହି ଦୁଃଘଟଣା ଘଟିଛି ।

ଜିଓ ନ୍ୟୁଜର ଖବର ଅନୁଯାୟୀ, ଶୁକ୍ରବାର ଯାତ୍ରୀ ଭରା ଏକ ବସ୍ ଶାହା ହୁସେନ୍ ଏକ୍ସପ୍ରେସ ଟ୍ରେନ୍ ସହିତ ଟକ୍କର ହୋଇଯାଇଥିଲା । ଏଥିରେ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ରିହାତି ଓ ଉଦ୍ଧାର କାର୍ଯ୍ୟରେ ଜଡିତ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।