Advertisement
Article Detail0/zeeodisha/odisha874824

ଡ୍ରାଇଭର ଖେଳିଲା ରକ୍ତର ହୋଲି! ଟ୍ରକ୍ ଧକ୍କାରେ ୨ ବାଇକ ଆରୋହି ମୃତ

ଟ୍ରକ୍ ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁଖଃଦ ଦୁର୍ଘଟଣା ସମୋବାର ସମ୍ୱଲପୁର ପରମାଣପୁର ନିକଟରେ ଘଟିଛି।

ଡ୍ରାଇଭର ଖେଳିଲା ରକ୍ତର ହୋଲି! ଟ୍ରକ୍ ଧକ୍କାରେ ୨ ବାଇକ ଆରୋହି ମୃତ
ଡ୍ରାଇଭର ଖେଳିଲା ରକ୍ତର ହୋଲି! ଟ୍ରକ୍ ଧକ୍କାରେ ୨ ବାଇକ ଆରୋହି ମୃତ

ସମ୍ବଲପୁର: ରଙ୍ଗର ପର୍ବରେ ଅଘଟଣ। ଟ୍ରକ୍ ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁଖଃଦ ଦୁର୍ଘଟଣା ସମୋବାର ସମ୍ୱଲପୁର ପରମାଣପୁର ନିକଟରେ ଘଟିଛି।

ଜୀବନର ରଙ୍ଗରେ ରଙ୍ଗେଇ ହେବା ପୂର୍ବରୁ ୨ ଯୁବକଙ୍କ ପାଇଁ ଆଜି ଥିଲା ଶେଷ ହୋଲି (Holi) । ସଡକ ଦୁର୍ଘଟଣା (Road Accident) ରେ ପରମାଣପୁରର ପିଣ୍ଟୁ ସାହୁ ଓ ଦୁର୍ଲଭ କୁମାର ମରେଇଙ୍କ ଜୀବନ ଯାଇଛି। ଅନ୍ୟଜଣେ ସାଥି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଘଟଣାସ୍ଥଳରେ ପୋଲିସ (Sambalpur Police)  ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ମାମଲାର ତଦନ୍ତ ଚଳାଇଛି। 

Also Read: ଚୋରର ହାଲ ବେହାଲ, ଭିଡିଓ ଭାଇରାଲ...

Add Zee News as a Preferred Source

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ଣରେ ପିଣ୍ଟୁ, ଦୁର୍ଲଭ କୁମାର ଓ ଅନ୍ୟଜଣେ ସାଥି ୨ଟି ବାଇକ ଯୋଗେ ଶାସନ ଥାନା (shasan Police)  ଅନ୍ତର୍ଗତ ପରମାଣପୁର ରାସ୍ତାରେ ଯାଉଥିଲେ। ଏହି ସମୟରେ ସିନ୍ଦୁରପଙ୍କରୁ ଲଇଡା ପଟକୁ  ଯାଉଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା (Truck Accident) ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

About the Author