ବିଷାକ୍ତ ମଦ ପିଇ ୨୧ ମୃତ, SIT କରିବ ତଦନ୍ତ

ଡିଜିପି ଦିନକର ଗୁପ୍ତା ଏହି ମାମଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ୫ ଜଣଙ୍କ ମୃତ୍ୟୁ ଜୁନ୍ ୨୯ର ରାତିରେ ଅମୃତସର ଗ୍ରାମୀଣର ତରସିକ୍କ ସ୍ଥିତ ମୁଛଲ ଓ ତଙ୍ଗ୍ରାରେ ଘଟିଥିଲା । 

ବିଷାକ୍ତ ମଦ ପିଇ ୨୧ ମୃତ, SIT କରିବ ତଦନ୍ତ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସର, ବଟାଲା ଏବଂ ତରନତାରନରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ବିଷାକ୍ତ ମଦ ତିଆରି କରୁଥିବା କିଛି ଲୋକଙ୍କୁ ପୋଲିସ ଗିରଫ କରିଛି । ଏହା ସହ ତରସିକ୍କ ପୋଲିସ୍ ଷ୍ଟେସନର SHOକୁ ନିଲମ୍ବିତ କରାଯାଇଛି । ଏହି ମାମଲାରେ ଏସଆଇଟି ଗଠନ କରାଯାଇଛି । ଯିଏ ସମସ୍ତ ମାମଲାର ତଦନ୍ତ କରିବ ।

ଡିଜିପି ଦିନକର ଗୁପ୍ତା ଏହି ମାମଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ୫ ଜଣଙ୍କ ମୃତ୍ୟୁ ଜୁନ୍ ୨୯ର ରାତିରେ ଅମୃତସର ଗ୍ରାମୀଣର ତରସିକ୍କ ସ୍ଥିତ ମୁଛଲ ଓ ତଙ୍ଗ୍ରାରେ ଘଟିଥିଲା । ଜୁଲାଇ ୩୦ ସନ୍ଧ୍ୟାରେ ମୁଛଲରେ ସନ୍ଦେହଜନକ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଏହା ପରେ ମୁଛଲ ଗାଁରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଟାଲା ସହରରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ପୁଣିଥରେ ବଟାଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ୍ ବଟାଲାରେ ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ତରନତାରନରେ ୪ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏକ ମାଜିଷ୍ଟ୍ରିୟଲ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏହାର ତଦନ୍ତ ଜଲନ୍ଦର ଡିଭିଜନାଲ କମିଶନରଙ୍କୁ ଦିଆଯାଇଛି । ସେ ଯାଞ୍ଚ ପାଇଁ କୌଣସି ପୋଲିସ ଅଧିକାରୀ କିମ୍ବା ବିଶେଷଜ୍ଞଙ୍କ ସାହାଯ୍ୟ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଡିଭିଜନାଲ କମିଶନରଙ୍କୁ ଛୁଟ୍ ଦେଇଛନ୍ତି । ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ ଅମରିନ୍ଦର କହିଛନ୍ତି ।