Advertisement
Article Detail0/zeeodisha/odisha773151
Zee OdishaZee Odisha Crimeରେଳ ଧାରଣାରୁ ବାପା, ପୁଅ ଓ ଝିଅର ମୃତଦେହ ଉଦ୍ଧାର

ରେଳ ଧାରଣାରୁ ବାପା, ପୁଅ ଓ ଝିଅର ମୃତଦେହ ଉଦ୍ଧାର

ସିଙ୍ଗାରାମ ରେଳ ଷ୍ଟେସନ ନିକଟରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଫଟୋ ସୌଜନ୍ୟ: ଇଣ୍ଡିଆନରେଲଇନ୍ଫୋ
ଫଟୋ ସୌଜନ୍ୟ: ଇଣ୍ଡିଆନରେଲଇନ୍ଫୋ

କୋରାପୁଟ: ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ସ୍ଥାନୀୟ ସିଙ୍ଗାରାମ ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଛି ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ। ସମ୍ପର୍କରେ ସେମାନେ ବାପା, ପୁଅ ଏବଂ ଝିଅ ହୋଇଥିବା ଜଣା ପଡିଛି।

ମୃତକ ୩ଜଣଙ୍କ ନିକଟସ୍ଥ ପୁଡାପଡୁ ଗାଁର ବାସିନ୍ଦା ମାର୍କଣ୍ଡ ବିସୋଇ ଏବଂ ତାଙ୍କର ନାବାଳକ ପୁଅ ଓ ଝିଅ। ତେବେ କିଭଳି ଭାବରେ ସେମାନଙ୍କ ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ। ପାରିପାଶ୍ୱିକ ସ୍ଥିତିରୁ ଦୁର୍ଘଟଣା ଜନିତ ମୃତ୍ୟୁ ଭଳି ଜଣାପଡୁଛି। ସେପଟେ ଏହା ଆତ୍ମହତ୍ୟା ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ରେଳବାଇ ଅଧିକାରୀ ବି ସ୍ଥିତି ପରଖିଛନ୍ତି। ମୃତଦେହ ଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।   

Add Zee News as a Preferred Source

 

 

About the Author