ଟ୍ୱିନ୍ ସିଟିରେ ବେଫିକର ବ୍ୟାଙ୍କ ଲୁଟେରା
Advertisement

ଟ୍ୱିନ୍ ସିଟିରେ ବେଫିକର ବ୍ୟାଙ୍କ ଲୁଟେରା

ପଟିଆର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରୁ ୨୮ ଲକ୍ଷ ଲୁଟ ଆଉ କଟକ ଫାଇନାନ୍ସ ସଂସ୍ଥା IIFLରୁ ୧୨ କୋଟି ଟଙ୍କାର ସୁନା ଗହଣା ଡକାୟତି ପରେ ବି ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ।

 ଟୁଇନ ସିଟିରେ ମାତିଛନ୍ତି ବ୍ୟାଙ୍କ ଆଉ ଏଟିଏମ ଲୁଟେରା

ସରୋଜ ବେହେରା, ଭୁବନେଶ୍ବର: ଟ୍ୱିନ୍ ସିଟିରେ ମାତିଛନ୍ତି ବ୍ୟାଙ୍କ ଆଉ ଏଟିଏମ ଲୁଟେରା। ପୋଲିସ ପାଟ୍ରୋଲିଂକୁ ଚାଲେଂଜ କରି ଲୁଟି ନେଉଛନ୍ତି ଟଙ୍କା। ବେଳ ଖରାପ ପଡିଲେ ଧରା ବି ପଡୁଛନ୍ତି। ତଥାପି ସୁଧୁରୁନି କମିଶନରେଟ ପୋଲିସର ଆଇନ ଶୃଙ୍ଖଳା ବ୍ୟବସ୍ଥା। କେବଳ ପୋଲିସ ନୁହଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ମଧ୍ୟ ବାରମ୍ବାର କହିବା ସତ୍ତ୍ୱେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଉନାହାନ୍ତି। ପଟିଆର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରୁ ୨୮ ଲକ୍ଷ ଲୁଟ ଆଉ କଟକ ଫାଇନାନ୍ସ ସଂସ୍ଥା IIFLରୁ ୧୨ କୋଟି ଟଙ୍କାର ସୁନା ଗହଣା ଡକାୟତି ପରେ ବି ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ଲୁଟେରାଙ୍କ ସାହାସ ଏତେ ବଢି ଗଲାଣି ଯେ, ରାଜଧାନୀ ଭୁବନେଶ୍ବର ବ୍ୟସ୍ତବହୁଳ କଟକ ରୋଡରେ ବଡି ଭୋରରୁ ଏଟିଏମ ଲୁଟ କରିବାକୁ ଲୁଟେରା ଲୁହା ରଡ ଧରି ବାହାରି ଆସିଥିଲେ।  

ପୁଣି ରାଜଧାନୀରେ ଏଟିଏମ ଲୁଟ ଉଦ୍ୟମ ହୋଇଛି। କଟକ ରୋଡସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଏଟିଏମ ଲୁଟ ପାଇଁ ଶନିବାର କିଛି ଯୁବକ ଲୁହା ରଡ ଓ ସ୍କ୍ରୁ ଡ୍ରାଇଭର ଧରି ମେସିନ ତାଡିବାକୁ ଉଦ୍ୟମ କରିଥିଲେ। ସେହି ବାଟ ଦେଇ ମର୍ଣ୍ଣିଂ ୱାକରେ ଯାଉଥିବା ଲୋକେ ଲୁଟେରାଙ୍କ ମଧ୍ୟରୁ ଜଣକୁ ଧରି ପୋଲିସ ଜିମା ଦେଇଥିଲେ। ପରେ ଘଟଣାରେ ସମ୍ପୃକ୍ତ ଅନ୍ୟ ୪ ଜଣଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି। 

ଅଧିକ ପଢନ୍ତୁ: Drug Case: କମେଡିୟାନ ଭାରତୀ ସିଂହଙ୍କୁ ବାନ୍ଧିଲା ଏନସିବି

ଭୁବନେଶ୍ବର ପଟିଆ ଅଂଚଳରେ ଥିବା ଏଟିଏମକୁ ଗ୍ୟାସ କର୍ଟରରେ କାଟି ୨୮ ଲକ୍ଷ ଟଙ୍କା ଲୁଟ ଘଟଣାରେ ରାଜ୍ୟ ବାହାରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏବେ ଯାଏ ଟଙ୍କା ଜବତ ହୋଇପାରିନାହିଁ । ସେଭଳି କଟକରେ ଫାଇନାନ୍ସ ସଂସ୍ଥା IIFLର ୧୨ କୋଟି ଟଙ୍କା ଡକାୟତି ଘଟଣାରେ ପୋଲିସକୁ କୌଣସି ସଫଳତା ମିଳିପାରିନାହିଁ। ସେପଟେ ଇଣ୍ଡିଆନ ବ୍ୟାଙ୍କ ଏଟିଏଏମ ଲୁଟ ଉଦ୍ୟମ ଘଟଣା କମିଶନରେଟ ପୋଲିସର ପେଟ୍ରୋଲିଂ ଉପରେ ଅଙ୍ଗୁଳି ଉଠାଇଛି।

ଶନିବାର ସକାଳେ ଏଟିଏମର ସିସିଟିଭି ତାଡି ଭିତରେ ପଶିଥିବା କିଛି ଯୁବକଙ୍କୁ ଦେଖି ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହୋଇଥିଲା। ସେମାନଙ୍କୁ ଧରବାକୁ ଯିବା ବେଳେ ୪ ଜଣ ଫେରାର ହୋଇଯାଇଥିଲେ। ହେଲେ ଜଣଙ୍କୁ ଧରି ପୋଲିସ ଜିମା ଦେଇଥିଲେ ଲୋକେ। ପରେ ଫେରାର ୪ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ସେମାନଙ୍କ ନିଟକରୁ ପୋଲିସ ଲୁହା ରଡ ଓ ସ୍କ୍ରୁ ଡ୍ରାଇଭର ଜବତ ହୋଇଛି। ଅଭିଯୁକ୍ତମାନେ ସ୍ଥାନୀୟ ବସ୍ତି ଅଂଚଳର ବୋଲି ଜଣାପଡିଛି। ସେମାନଙ୍କ ନାଁରେ ଅନ୍ୟ କିଛି ଅପରାଧିକ ମାମଲା ରହିଛି କି ନାହିଁ ତାହାର ଯାଞ୍ଚ ଚାଲିଥିବା ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି। 

ଭୁବନେଶ୍ବର ପଟିଆ ଏଟିଏମରୁ ୨୮ ଲକ୍ଷ ଟଙ୍କା ଲୁଟ ଘଟଣା ହେଉବା ଫାଇନାନ୍ସ ସଂସ୍ଥା ଡକାୟତି ଘଟଣା। ରାଜ୍ୟ ବାହାର ଅପରାଧୀଙ୍କ ସମ୍ପୃକ୍ତି ଅଛି। ଏବେ ସେମାନଙ୍କୁ ଧରି ଟଙ୍କା ଜବତ କରିବା ପୋଲିସ ପାଇଁ ସବୁଠାରୁ ବଡ ଚାଲେଂଜ ପାଲଟିଛି। ପଟିଆ ଘଟଣାରେ ଦୁଇ ଅଭିଯୁକ୍ତ ଆନ୍ଧ୍ର ପ୍ରଦେଶ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି। ସେମାନଙ୍କୁ ଓଡିଶା ଆଣିବା କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଲାଣି। ଏଭଳି ପରିସ୍ଥିତିରେ ବିଳମ୍ବ ହେଲେ ଟଙ୍କା ମିଳିବା ଆଶା କ୍ଷୀଣ ହେବାରେ ଆଶଙ୍କା ବଢୁଛି। ଅଭିଯୁକ୍ତଙ୍କୁ ଯେତେ ଶୀଘ୍ର ଧରି ଟ୍ରାଂଜିଟ ରିମାଣ୍ଡରେ ନ ଆଣୁଛନ୍ତି ଟଙ୍କା ମିଳିବା କାଠିକର ପାଠ ହେବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ।