ମୋହନାରୁ ୪୬୮ କେଜି ଗଞ୍ଜେଇ ଜବତ, ୨ ଗିରଫ
Advertisement
Article Detail0/zeeodisha/odisha709728

ମୋହନାରୁ ୪୬୮ କେଜି ଗଞ୍ଜେଇ ଜବତ, ୨ ଗିରଫ

ଗାଡିଟି ରାୟଗଡା ଅଞ୍ଚଳରୁ ବାହାରି ପଶ୍ଚିମବଙ୍ଗ ଯାଉଥିବା ବେଳେ ପୋଲିସ ପେଟ୍ରୋଲିଂ ସାମ୍ନାରେ ପଡିଥିଲା । ଗାଡି ନମ୍ବର WB37D4700 ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ପୋଲିସ ଯାଞ୍ଚ ବେଳେ ଉପରେ ମକା ବୋଝେଇ ହୋଇଥିବା ବେଳେ ଭିତରେ ୧୪ଟି ଗଞ୍ଜେଇ ବସ୍ତା ଥିବା ଜଣାପଡିଥିଲା ।

ଫାଇଲ ଫଟୋ
ଫାଇଲ ଫଟୋ

ପ୍ରେମାନନ୍ଦ ପୂଜାରୀ, ମୋହନା: ଦେଶରେ କୋରୋନା ଭୂତାଣୁ ମହାମାରି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ସଟଡାଉନ ଜାରି ରହିଛି । ଏହାର ସୁଯୋଗ ନେଇ ସାମଗ୍ରୀ ପରିବହନ ବାହାନାରେ ଚୋରା ଗଞ୍ଜେଇ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି(ଶନିବାର) ମୋହନା ଥାନା ଲୁହାଗୁଡି ନିକଟରୁ ବିପୁଳ ପରିମାଣର ଗଞ୍ଜେଇ  ବୋଝେଇ ମେକ୍ସ ପିକଅପ୍ ସହ ୨ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ମୋହନା ପୋଲିସ ।

ଗାଡିଟି ରାୟଗଡା ଅଞ୍ଚଳରୁ ବାହାରି ପଶ୍ଚିମବଙ୍ଗ ଯାଉଥିବା ବେଳେ ପୋଲିସ ପେଟ୍ରୋଲିଂ ସାମ୍ନାରେ ପଡିଥିଲା । ଗାଡି ନମ୍ବର WB37D4700 ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ପୋଲିସ ଯାଞ୍ଚ ବେଳେ ଉପରେ ମକା ବୋଝେଇ ହୋଇଥିବା ବେଳେ ଭିତରେ ୧୪ଟି ଗଞ୍ଜେଇ ବସ୍ତା ଥିବା ଜଣାପଡିଥିଲା । ଯାହାର ଓଜନ ୪୬୮,୫ କେଜି ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିରେ ସମ୍ପୃକ୍ତ ପଶ୍ଚିମବଙ୍ଗ ରାଜ୍ୟର ଆସୋନସଲ ଅଞ୍ଚଳର ବ୍ୟକ୍ତି ତଥା ଗାଡି ଡ୍ରାଇଭର ତପନ ରାୟ(୨୭) ସମେତ ଅନ୍ୟଜଣେ ସହଯୋଗୀ ଗୌତମ ଲୋ(୪୫)କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆର ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି । 

ଗଞ୍ଜେଇ ଗଛର  ଭୂସ୍ବର୍ଗ ପାଲଟିଥିବା ଗଜପତି ଜିଲ୍ଲାର ମୋହନା ଓ ଆର ଉଦୟଗିରି ଥାନା ଅଞ୍ଚଳରେ ଦିବାଲୋକରେ ସକ୍ରିୟ ହୋଇପଡିଛନ୍ତି ଗଞ୍ଜେଇ ମାଫିଆ । ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରୁ ସୁଦୂର ପଶ୍ଚିମବଙ୍ଗ, ଦିଲ୍ଲୀ, ରାଜସ୍ଥାନକୁ ଦୈନିକ ଲକ୍ଷାଧିକ ଟଙ୍କାର  ଚୋରା ଗଞ୍ଜେଇ କାରବାର ହେଉଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ ସବୁ ଜାଣି ନିଦା ବିଷ୍ଣୁ ପାଲଟିଛି । ଅପରପକ୍ଷରେ ଗତକାଲି ଆର ଉଦୟଗିରି ଥାନା ପୋଲିସ ୭୫ କେଜି ଗଞ୍ଜେଇ ବୋଝେଇ ଅଟୋ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।

;