• କାଲିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ
  • ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ
  • ବିନା ପୂର୍ବ ପଞ୍ଜୀକରଣରେ ସିଧାସଳଖ ନେଇପାରିବେ ଟିକା
  • ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ
  • ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ
  • ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
  • ସକାଳ ୮ଟା ୩୦ରେ ଆରମ୍ଭ ହେବ ପହଣ୍ଡି
  • ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା
  • ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଣ୍ଟ
  • ବାହୁଡା ଯାତ୍ରା ପାଇଁ ନୀତିନିର୍ଘଣ୍ଟ,ଜୁଲାଇ ୨୦ରେ ହେବ ବାହୁଡା ଯାତ୍ରା

ତିନି ମାସ ମରି ପଡିଥିଲେ କୋରୋନା ଆକ୍ରାନ୍ତ, ବିଲେଇ ଖାଇଗଲେ ଅଧା ଶରୀର

ସ୍ପେନ (Spain) ର ମେଦିଦସ୍ଥିତ ଏକ ଫ୍ଲାଟରୁ ପ୍ରବଳ ଦୁଗନ୍ଧ ଆସୁଥିବାରୁ ପଡୋଶୀମାନେ ସୋମବାର ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ସହାୟତାରେ କବାଟ ଭାଙ୍ଗି ପୋଲିସ ଯାହା ଦେଖିଲା ତାହାକୁ ବିଶ୍ୱସ କରିହେବ ନାହିଁ।

ତିନି ମାସ ମରି ପଡିଥିଲେ କୋରୋନା ଆକ୍ରାନ୍ତ, ବିଲେଇ ଖାଇଗଲେ ଅଧା ଶରୀର
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସାମନାକୁ ଆସିଲା କୋରୋନାର ଆଉ ଏକ କରୁଣ କାହାଣୀ। ଜଣେ ବରିଷ୍ଠ ନାଗରିକଙ୍କ ଗଳିତ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶକୁ ବିଲେଇ ଖାଇ ଦେଇଥିବା ବେଳେ ସେ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି।

ସ୍ପେନ (Spain) ର ମେଦିଦସ୍ଥିତ ଏକ ଫ୍ଲାଟରୁ ପ୍ରବଳ ଦୁଗନ୍ଧ ଆସୁଥିବାରୁ ପଡୋଶୀମାନେ ସୋମବାର ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ସହାୟତାରେ କବାଟ ଭାଙ୍ଗି ପୋଲିସ ଯାହା ଦେଖିଲା ତାହାକୁ ବିଶ୍ୱାସ କରିହେବ ନାହିଁ। ଘର ଭିତରେ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ (Dead body) ପଡି ରହିଥିଲା। ମହିଳାଙ୍କ ବ୍ୟତୀତ ସେହି ଘରୁ ୫ଟି ବିଲେଇର ମୃତଦେହ ମଧ୍ୟ ଉଦ୍ଧାର କରାଇଥିଲା।

Also Read: ଘରେ ଶୋଇଥିବା ନବଜାତକୁ ଝୁଣି ଖାଇଲା କୁକୁର

ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ମହିଳାଙ୍କ ଶରୀରର ଉପର ଅଂଶକୁ ତାଙ୍କର ସାତୋଟି ପୋଷା ବିଲେଇ ଖାଇଯାଇଥିଲେ। ସେହି ସାତଟି ବିଲେଇ ମଧ୍ୟରୁ ୫ଟିର ମୃତ୍ୟୁ ହୋଇଥିବା ବେଳେ ୨ଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ କ୍ଲାରା ଇନେସ ତୋବନ୍। ତାଙ୍କର ବୟସ ୭୯ ବର୍ଷ ହୋଇଥିବା ବେଳେ ସେ କଲମ୍ବିଆର ବାସିନ୍ଦା ବୋଲି ପୋଲିସ ଜାଣିବାକୁ ପାଇଛି।

ଜଣେ ପୋଲିସ ଅଧିକାରୀ ଏହି ଘଟଣାକୁ ତାଙ୍କ ଚାକିରି କାଳର ସବୁଠାରୁ ଖରାପ ଅଭିଜ୍ଞତା ବୋଲି ବର୍ଣ୍ଣନା କରିଛନ୍ତି। କ୍ଲାରା ଗତ ୧୯୯୬ ଠାରୁ ଉକ୍ତ ଘରେ ଏକୁଟିଆ ରହୁଥିଲେ ଏବଂ ପେନସନ୍ ଟଙ୍କାରେ ଗୁଜୁରାଣ ମେଣ୍ଟାଉଥିଲେ। ପ୍ରାଥମିକ ତଦନ୍ତରୁ ମୃତଦେହ ପ୍ରାୟ ତିନି ମାସରୁ ପଡିଥିବା ପୋଲିସ କହିଛି। ବର୍ତ୍ତମାନ ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ। ତେବେ କୋରୋନା (Coronavirus) ରେ କ୍ଲାରାଙ୍କ ଦେହାନ୍ତ ହୋଇଥିବା ପୋଡଶୀ ସନ୍ଦେହ କରୁଛନ୍ତି।