ଅପରାଧୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଟିମ୍ ଉପରେ ହମଲା, ୮ ଶହୀଦ
Advertisement

ଅପରାଧୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଟିମ୍ ଉପରେ ହମଲା, ୮ ଶହୀଦ

କିଏ ସେହି ମୋଷ୍ଟୱାଣ୍ଟେଡ ଅପରାଧୀ ବିକାଶ ଦୁବେ ?

ଅପରାଧୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଟିମ୍ ଉପରେ ହମଲା, ୮ ଶହୀଦ

ଲକ୍ଷ୍ନୌ: କାନପୁରରେ ଅପରାଧୀଙ୍କ ଗୁଳିରେ ୮ ପୋଲିସ ଶହୀଦ ହୋଇଛନ୍ତି । ଏକ ମୋଷ୍ଟୱାଣ୍ଟେଡ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ପୋଲିସ କର୍ମଚାରୀଙ୍କୁ ଶହୀଦ ହେବାକୁ ପଡ଼଼ିଛି । ଅନ୍ୟ ୭ ପୋଲିସ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଅପରାଧୀମାନେ ପୋଲିସ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ।  ଗୁରୁବାର ବିଳମ୍ବିତ ରାତିରେ କାନପୁର ଶିବଲୀ ଥାନା ବେକରୁ ଗାଁ ପାଖରେ ଏହି ଗୁଳି ବିନିମୟ ହୋଇଥିଲା । ମୋଷ୍ଟୱାଣ୍ଟେଡ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାାଇଥିବା ବେଳେ ଏହି ଘଟଣା ଘଟିଛି । 

ଯାହା କୁହାଯାଉଛି, ଅପରାଧୀମାନେ ପୋଲିସକୁ ଚାରିଆଡ଼ୁ ଘେରିଯାଇ ଆଖିବୁଜା ଗୁଳି ଚଳାଇଥିଲେ । ଫଳରେ ୮ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି । ଏଠାରେ ଆପଣଙ୍କୁ କହିରଖୁଛୁ, ବିକାଶ ଦୁବେ ସେହି ଅପରାଧୀ, ଯାହା ନାଁରେ ଜଣେ ମନ୍ତ୍ରୀକୁ ହତ୍ୟା କରିବାର ଅଭିଯୋଗ ରହିଛି । ଗତ ୨୦୦୧ ମସିହାରେ ଉତ୍ତର ପ୍ରଦେଶରେ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ଶୁକ୍ଲାଙ୍କୁ ଥାନା ଭିତରେ ପଶି ସେ ହତ୍ୟା କରିଥିଲା । ବିକାଶ ଦୁବେ ନାଁରେ ୬୦ରୁ ଅଧିକ ମାମଲା ରହିଛି । 

ସେପଟେ ପୋଲିସ କର୍ମଚାରୀ ଶହୀଦ ହେବା ଖବର ଆସିବା ପରେ ଡିଜିପି ଓ ଗୃହ ବିଭାଗର ସଚିବଙ୍କ ସହ କଥା ହୋଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 

ଡିଜିପି ଏଚସି ଅୱସ୍ତି କହିଛନ୍ତି, ଜଣେ ସିଓ, ତିନି ଜଣ ସବ-ଇନ୍ସପେକ୍ଟର ଏବଂ ୪ ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି । ସେହିପରି ଅନ୍ୟ ୭ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏବେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେହିପରି ଏସଟିଏଫକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି । 

ତେବେ ଡିଜିପିଙ୍କ କହିବା କଥା ଏହା ଯେ, ଏବେ ଆହତ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଉପରେ ଆମର ଫୋକସ ରହିଛି । ସେହିପରି ବିକାଶ ଦୁବେ ବିରୋଧରେ ଜାରି ଅପରେଶନକୁ ମଧ୍ୟ ଜାରି ରଖିବାକୁ ପଡ଼ିବ । ବିକାଶ ଦୁବେ ଏବଂ ତାର ସମସ୍ତ ସହଯୋଗୀଙ୍କୁ ଯେପରି ଖୁବଶୀଘ୍ର ଗିରଫ କରାଯିବ, ସେ ଉପରେ ଗୁରୁତ୍ୱ ଦିଆଯାଉଛି ।