୮୪ ବର୍ଷୀୟ ବୃଦ୍ଧଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ପ୍ରସବ କଲେ ପୀଡ଼ିତା
Advertisement
Article Detail0/zeeodisha/odisha713477

୮୪ ବର୍ଷୀୟ ବୃଦ୍ଧଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ପ୍ରସବ କଲେ ପୀଡ଼ିତା

DNA Test ପାଇଁ ହଁ କହିଲେ କୋର୍ଟ

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଜଣେ ୮୪ ବର୍ଷୀୟ ବୃଦ୍ଧଙ୍କ DNA Test ହେବ । ଶନିବାର ଏନେଇ ଦେଶର ସର୍ବୋଚ୍ଚ ଅଦାଲତ ଆଦେଶ ଜାରି କରିଛନ୍ତି । ଏହି ଆଦେଶ  ନାବାଳିକା ପୀଡ଼ିତାଙ୍କ ଔରସରୁ ଜନ୍ମ ହୋଇଥିବା ଶିଶୁର ପରିଚୟ ଜାଣିବା ପାଇଁ ଦିଆଯାଇଛି । ଅଭିଯୁକ୍ତ ବୃଦ୍ଧ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ଔରସର ଗତ ୫ ତାରିଖରେ ଏକ ଶିଶୁପୁତ୍ର ଜନ୍ମ ହୋଇଛି । 

ତେବେ ଏହି ମାମଲାରେ ଅଭିଯୁକ୍ତ ପକ୍ଷରୁ ମାମଲା ଲଢ଼ୁଛନ୍ତି ବରିଷ୍ଠ ଆଇନଜୀବୀ କପିଲ ସିବଲ । ସେ ଦର୍ଶାଇଥିଲେ, ଅଭିଯୁକ୍ତ ୮୪ ବର୍ଷୀୟ ବୃଦ୍ଧ । ତେଣୁ ଯୌନ କାର୍ଯ୍ୟକଳାପ ପାଇଁ ଶାରୀରିକ ଭାବେ ସେ ସକ୍ଷମ ନୁହେଁ । ବିଶେଷକରି ବୃଦ୍ଧ ଜଣକ ଅନେକ ରୋଗରେ ମଧ୍ୟ ପୀଡ଼ିତ ଅଛନ୍ତି । 

ଅନ୍ୟପଟେ ପୋଲିସ ରିପୋର୍ଟରେ କୁହାଯାଇଥିଲା ଯେ, ଅଭିଯୁକ୍ତ ସମ୍ଭୋଗ କରିବାକୁ ସକ୍ଷମ । ତେଣୁ ନବଜାତ ସହ ଅଭିଯୁକ୍ତର ପ୍ରୋଫାଇଲ ମ୍ୟାଚ କରିବା ପାଇଁ DNA test ଆବଶ୍ୟକ । 

ଏଠାରେ ଆପଣଙ୍କୁ କହିରଖୁଛୁ, କୋଲକତା ହାଇକୋର୍ଟ ଏହି ଅପରାଧକୁ ଗମ୍ଭୀରତାର ସହ ନେଇ ଗତ ଜୁନ ୫ ତାରିଖରେ ଅଭିଯୁକ୍ତର ଜାମିନ ଆବେଦନକୁ ଖାରଜ କଗରିଦେଇଥିଲେ । 

ସେପଟେ ଅଭିଯୁକ୍ତର କହିବା କଥା ଏହା ଯେ, ସମ୍ପୃକ୍ତ ନାବାଳିକାର ପରିବାର ତାଙ୍କ ଘରେ ଭଡ଼ାଟିଆ ଥିଲେ । ଭଡ଼ା ଟଙ୍କା ନେଇ ବିବାଦ ଚାଲିଥିଲା । ଯେଉଁ କାରଣରୁ ଏପ୍ରକାର ମିଛ ଅଭିଯୋଗ ଅଣାଯାଇଛି । 

;