ଖାଲି ଭେଜାଲ ହିଁ ଭେଜାଲ; ସମ୍ବଲପୁରରେ ଏବେ ନକଲି ସର୍ଫ ଗୋଦାମ ଠାବ
Advertisement

ଖାଲି ଭେଜାଲ ହିଁ ଭେଜାଲ; ସମ୍ବଲପୁରରେ ଏବେ ନକଲି ସର୍ଫ ଗୋଦାମ ଠାବ

କିଛି କିଛି ଦିନର ବ୍ୟବଧାନରେ କଟକ, ଖୋର୍ଦ୍ଧା, ଭୁବନେଶ୍ବର ହେଉ କି ଭଦ୍ରକରେ ନକଲି ସାମଗ୍ରୀର କାରଖାନା ଠାବ କରାଯାଇଛି । ଏହି କ୍ରମରେ ଏବେ ସାମିଲ ହେଲାଣି ସମ୍ବଲପୁର।

ଖାଲି ଭେଜାଲ ହିଁ ଭେଜାଲ; ସମ୍ବଲପୁରରେ ଏବେ ନକଲି ସର୍ଫ ଗୋଦାମ ଠାବ

ଅଜୟ କୁମାର ନାଥ, ସମ୍ବଲପୁର; ରାଜ୍ୟରେ କାୟା ମେଲାଇଲେଣି ନକଲି ସାମଗ୍ରୀ ତିଆରି କରୁଥିବା ବା ବିକୁଥିବା ବ୍ୟବସାୟୀ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏବେ କେବଳ ଭେଜାଲ ହିଁ ଭେଜାଲ । କିଛି କିଛି ଦିନର ବ୍ୟବଧାନରେ କଟକ, ଖୋର୍ଦ୍ଧା, ଭୁବନେଶ୍ବର ହେଉ କି ଭଦ୍ରକରେ ନକଲି ସାମଗ୍ରୀର କାରଖାନା ଠାବ କରାଯାଇଛି । ଏହି କ୍ରମରେ ଏବେ ସାମିଲ ହେଲାଣି ସମ୍ବଲପୁର । ଜିଲ୍ଲାରେ ନକଲି ସର୍ଫ କାରଖାନା ଠାବ କରାଯାଇଛି। 

ସୂଚନାନୁସାରେ, ଅଇଁଠାପାଲି ଥାନା ଓ କ୍ଷେତରାଜପୁର ଥାନାର ମିଳିତ ଉଦ୍ୟମରେ ରେଡ଼ କରାଯାଇ ବିପୁଳ ପରିମାଣରେ ନକଲି ସର୍ଫ (Duplicate surf)  ଜବତ କରାଯାଇଛି । ବରେଇ ପାଲି ଅନ୍ତର୍ଗତ ନୂଆପଡାର ଆଶିଷ କୁମାର ଅଗ୍ରୱାଲ ଅର୍ଥାତ ଗୋଦାମର ମାଲିକ (WareHouse Owner) ଙ୍କୁ ଏଭଳି ନକଲି ସର୍ଫ ହୋଲସେଲ (Duplicate surf Holesale) କରୁଥିବା ଅଭିଯୋଗରେ ଗିରଫ କରିଛି ପୋଲିସ। 

Also Read; ଆରମ୍ଭରୁ ଅବ୍ୟବସ୍ଥା; କେନ୍ଦ୍ରୀୟ ଅବହେଳାରୁ ଅଟକିଲା ଟିକା ଅଭିଯାନ 

ତାଙ୍କ ଗୋଦାମ ଘରୁ ୨୩୯ ବସ୍ତା ନକଲି ସର୍ଫ ଜବତ କରିଛି ପୋଲିସ । ତା ସହ ୬୦୦  ପ୍ୟାକେଟ୍ ଖୋଲା ସର୍ଫ ବି ଜବତ କରାଯାଇଛି । ଗୋଟିଏ ବସ୍ତାରେ ୧୨୦ ପ୍ୟାକେଟ ସର୍ଫ ରହିଥିବା ଜଣାପଡ଼ିଛି। ବହୁଦିନ ହେବ ସମ୍ବଲପୁର ସହର (Sambalpur City)ରେ ଏକ ବ୍ରାଣ୍ଡେଡ କମ୍ପାନୀ (Branded Company) ର ନକଲି ସର୍ଫ ବ୍ରାଣ୍ଡିଂ ପ୍ଯାକେଜିଂ କରି ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା। 

ଏନେଇ କମ୍ପାନୀ (Company) ପକ୍ଷରୁ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ଏହି ଚଡାଉ (Police Raid) କରାଯାଇଥିଲା । ପୋଲିସ ବରେଇପାଲି ମୁଙ୍ଗାପଡା ର ଏହି ନକଲି ଡିଟର୍ଜେଣ୍ଟ (Duplicate surf Detergent) ଗୋଦାମ ଉପରେ ଚଢାଉ କରିଥିଲା।

Also Read; ଟିକା ନାଁରେ ଜନତାଙ୍କ ଜୀବନ ସହ ଖେଳ! ତଳିଆଙ୍କୁ ହଁ, ନେତା-ମନ୍ତ୍ରୀଙ୍କୁ ନା

ସମ୍ବଲପୁର ଜିଲ୍ଲା ଅତିରିକ୍ତ ଏସପି ଅମରେସ ପଣ୍ଡାଙ୍କ ସମେତ ବିଭିନ୍ନ ଥାନା ର ଅଧିକାରୀ ଏହି ଚଢାଉରେ ସାମିଲ ଥିଲେ । ପୋଲିସ ଏହି ନକଲି ସର୍ଫ ରାକେଟ (Duplicate surf Racket) ଚଳାଇଥିବା ଘଟଣାରେ ଆଉ କାହାର ହାତ ରହିଛି ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Edited; Zee Odisha News