ଦେବାନନ୍ଦ ଏକ ବାଇକ ଯୋଗେ ଭୁବନେଶ୍ୱରରୁ ବରଗଡ ଅଭିମୂଖେ ୫୭ ନଂ ଜାତୀୟ ରାଜପଥ ଦେଇ ଯାଉଥିଲେ । ସେହି ସମୟରେ ତାଙ୍କ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେଇ ଖସି ଯାଇଥିଲା ।
Trending Photos
)
ନୟାଗଡ: ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜିଲ୍ଲାର ଦଶପଲ୍ଲା ଦୁର୍ଗାବଜାର ଠାରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକ ଜଣକ ବରଗଡ ଜିଲ୍ଲା ବରିହାପାଲି ଅଞ୍ଚଳର ଦେବାନନ୍ଦ ସାହୁ ବୋଲି ଜଣାପଡିଛି ।
ଦେବାନନ୍ଦ ଏକ ବାଇକ ଯୋଗେ ଭୁବନେଶ୍ୱରରୁ ବରଗଡ ଅଭିମୂଖେ ୫୭ ନଂ ଜାତୀୟ ରାଜପଥ ଦେଇ ଯାଉଥିଲେ । ସେହି ସମୟରେ ତାଙ୍କ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେଇ ଖସି ଯାଇଥିଲା । ଗୁରୁତର ବାଇକ ଚାଳକକୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।