Advertisement
Article Detail0/zeeodisha/odisha693449
Zee OdishaZee Odisha Crimeଲଭ-ସେକ୍ସ-ଧୋକା ମାମଲାରେ ଜଣେ ଯୁବକ ଗିରଫ

ଲଭ-ସେକ୍ସ-ଧୋକା ମାମଲାରେ ଜଣେ ଯୁବକ ଗିରଫ

ଏଭଲି ଘଟଣା କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

କନ୍ଧମାଳ: ପ୍ରତିଦିନ ଲଭ-ସେକ୍ସ-ଧୋକାକୁ ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସୁଛି ।  ଏପରି ଲଭ-ସେକ୍ସ-ଧୋକାକୁ ନେଇ ଜଣେ ଯୁବକ ଗିରଫ ହୋଇଛି । ପ୍ରଥମେ ନାବାଳିକା ସହ ବନ୍ଧୁତା କରିଥିଲା ଯୁବକ । ପରେ ପ୍ରେମର ମିଛ ଅଭିନୟ କରିଥିଲା ଅଭିଯୁକ୍ତ । ତାପରେ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା । ଫଳ ସ୍ୱରୂପ ଏବେ ୧୬ ବର୍ଷୀୟ ନାବାଳିକା ଛଅ ମାସର ଅନ୍ତଃସତ୍ୱା ଅଛନ୍ତି । 

ସୂଚନା ମୁତାବକ, ଏଭଲି ଘଟଣା କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖଲ୍ଲିକୋଟ ଥାନା ବାଉରୀ ସାହିର କୁନା ଦାଶ । ଆସନ୍ତାକାଲି(ବୁଧବାର) ଫୁଲବାଣୀ ପୋକସୋ କୋର୍ଟକୁ ଗିରଫ ଅଭିଯୁକ୍ତକୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ପୀଡିତା ନାବାଳିକା ଏନେଇ ଜି ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Add Zee News as a Preferred Source
About the Author