ପାଠକ ବାପା-ପୁଅ ଗିରଫ ମାମଲା; ଯେତେ ଖୋଳିଲେ ସେତିକି ବାହାରୁଛି ଗୁମର
Advertisement

ପାଠକ ବାପା-ପୁଅ ଗିରଫ ମାମଲା; ଯେତେ ଖୋଳିଲେ ସେତିକି ବାହାରୁଛି ଗୁମର

ରିମାଣ୍ଡରେ ଆକାଶ ପାଠକଙ୍କ ଠକେଇର ସବୁ ଗୁମର ପ୍ରମାଣ ଭିଜିଲାନ୍ସ ଖୋଜି ବାହାର କରିଛି। ପୁଣେରୁ ଆକାଶଙ୍କ ବ୍ୟକ୍ତିଗତ ସହଯୋଗୀ ଡେଭିଡ ପିଟରକୁ ଆଣି ଅଜ୍ଞାତ ସ୍ଥାନରେ କ୍ରାଇମବ୍ରାଞ୍ଚ ଜେରା କରୁଛି।

ଯେତେ ଖୋଳିଲେ ସେତିକି ବାହାରୁଛି ଗୁମର

ସରୋଜ ବେହେରା, ଭୁବନେଶ୍ବର: ୩ ଦିନିଆ ରିମାଣ୍ଡ ସରିବା ପରେ ଝାରପଡା ଜେଲ ଗଲେ ପାଠକ ବାପା ପୁଅ। ଜେଲ ଯିବା ବେଳେ ପୁଣି ନିଜ ପୁଅକୁ ଟାଟାର କର୍ମଚାରୀ ବୋଲି ଅଭୟକାନ୍ତ ପାଠକ କହିଲେ। ତାଙ୍କ ପାଖରେ ଥିବା ପ୍ରମାଣକୁ କୋର୍ଟରେ ଦାଖଲ କରିବା ପରେ ସବୁ ସତ କଥା ପଦାକୁ ଆସିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ସେପଟେ ରିମାଣ୍ଡରେ ଆକାଶ ପାଠକଙ୍କ ଠକେଇର ସବୁ ଗୁମର ପ୍ରମାଣ ଭିଜିଲାନ୍ସ ଖୋଜି ବାହାର କରିଛି। ପୁଣେରୁ ଆକାଶଙ୍କ ବ୍ୟକ୍ତିଗତ ସହଯୋଗୀ ଡେଭିଡ ପିଟରକୁ ଆଣି ଅଜ୍ଞାତ ସ୍ଥାନରେ କ୍ରାଇମବ୍ରାଞ୍ଚ ଜେରା କରୁଛି।  

ଦିନକୁ ଦିନ ପାଠକ ବାପା ପୁଅଙ୍କ ପୋଥୀ ଖୋଲିବାରେ ଲାଗିଛି। ଭିଜିଲାନ୍ସ   (Odisha Vigilance) ଗୋଟାଏ ଗୋଟାଏ କରି ଅଭୟକାନ୍ତ ପାଠକ ଓ ତାଙ୍କ ପାଇଁ ଆକାଶ ପାଠକଙ୍କ କଳା ଠକେଇ ସାମ୍ରାଜ୍ୟର ଚିଠା ପ୍ରସ୍ତୁତ କରୁଛି। ୩ ଦିନିଆ ରିମାଣ୍ଡ ସରିବା ପରେ ସ୍ବତନ୍ତ୍ର କୋର୍ଟ (Special Court) ରେ ସେମାନଙ୍କୁ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ବାପା ପୁଅଙ୍କୁ ଝାରପଡା ଜେଲ (jharpada jail) କୁ ପଠାଇ ଦିଆଯାଇଛି। ହେଲେ ଜେଲ ଯିବା ବେଳେ ନିଜକୁ ପୁଣି ନିର୍ଦ୍ଦେଶ ଓ ଷଡଯନ୍ତ୍ରର ସବୁ ପରଦା ଫିଟିବ ବୋଲି ଅଭୟକାନ୍ତ ପାଠକ  (Abhyakant Pathak) କହିଛନ୍ତି। 

fallback

Also Read: ଚାକିରିରୁ ନିଲମ୍ବିତ ହେଲେ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ

ସେପଟେ ଆକାଶ (Akash Pathak) ଙ୍କ ବ୍ୟକ୍ତିଗତ ସହଯୋଗୀ ଡେଭିଡ ପିଟରଙ୍କୁ ପୁଣେରୁ ଉଠାଇ ଆଣି କ୍ରାଇମବ୍ରାଞ୍ଚ ଅଜ୍ଞାତ ସ୍ଥାନରେ ଜେରା କରୁଛି। କେଉଁ ଭଳି ସେମାନେ ଫେକ ଆକାଉଣ୍ଟ ଓ ୱେବସାଇଟ କରି ଜାଲି ଦସ୍ତାବିଜ ଦେଇ ଲୋକଙ୍କୁ ଠକୁଥିଲେ ତାହାର ପ୍ରମାଣ ଖୋଜା ଚାଲିଛି। ମାମଲାର ଅଗ୍ରଗତି ନେଇ ପୋଲିସ ଡିଜି ଅଭୟ (IPS Abhya) ମଧ୍ୟ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଡିଆଇଜି ଜେଏନ ପଙ୍କଜ, ଏସପି ସାର୍ଥକ ଷଡଙ୍ଗୀଙ୍କୁ ନେଇ ଆଲୋଚନା କରିଛନ୍ତି। ମାମଲାରେ ରାଜ୍ୟ ବାହାର ଲିଙ୍କ ନେଇ ବି  ଖୋଳତାଡ କରାଯାଉଛି। କ୍ରାଇମବ୍ରାଞ୍ଚ ସହ ଅନ୍ୟ ବିଭାଗର ସମନ୍ବୟ କିଭଳି ହେବ ତାହାକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

fallback

ଆକାଶଙ୍କ ଆକାଉଣ୍ଟରେ ଥିବା ଟଙ୍କା ଘରୋଇ ବ୍ୟାଙ୍କ ଜରିଆରେ ଜମା ହୋଇଥିଲା। ତେଣୁ କିଭଳି ଅଧିକାରୀ ଜାଣିପାରିଲେ ନାହିଁ, ଯାହାକୁ ନେଇ ଏବେ ବ୍ୟାଙ୍କ ମ୍ୟାନେଜରଙ୍କୁ ଜେରାର ଅନ୍ତର୍ଭୁକ୍ତ କରିବାକୁ ଭିଜିଲାନ୍ସ ଯୋଜନା କରିଛି। ତଦନ୍ତ ବେଳେ ଆକାଶ ଟାଟା କମ୍ପାନୀର କୌଣସି କର୍ମଚାରୀ ନ ଥିବା କଥା ସ୍ପଷ୍ଟ ହୋଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଆଗକୁ ମାମଲାରେ ଅନେକ ଗୁମର ଫିଟିବ ବୋଲି ଆଲୋଚନା ହେଉଛି । 

Also Read: କୁବେର IFS ଅଭୟକାନ୍ତଙ୍କୁ ମିଳିଥିଲା ରାଜନୈତିକ ସୁରକ୍ଷା!

ସେପଟେ ସ୍କାଏ କିଙ୍ଗ ଠକେଇ ନେଇ TATA କମ୍ପାନୀକୁ କମିଶନରେଟ ପୋଲିସ ଲେଖିଥିବା ଚିଠିର ଉତ୍ତର ମିଳିଛି। ଆକାଶ ପାଠକ କେବେ ବି କମ୍ପାନୀର କର୍ମଚାରୀ ନ ଥିବା କଥା ଚିଠିରେ ପୁଣି ଥରେ TATA ସ୍ପଷ୍ଟ କରିଛି। ଏମିତି କି ସ୍କାଏ କିଙ୍ଗ କମ୍ପାନୀର GST ଟଙ୍କା ଫେରି ପାଇବା ପାଇଁ TATA କମ୍ପାନୀ ପାଖକୁ କେବେ ବି ଭାଉଚର ଆସିନାହିଁ। TATA ସହ ସ୍କାଏ କିଙ୍ଗ କେବେ ବି ଟ୍ରାଭେଲ ଭେଣ୍ଡର ନ ଥିବା ବେଳେ କିଭଳି ଆକାଶ ନିଜକୁ TATA କର୍ମଚାରୀ କହି ଚାର୍ଟାଡ ବୁକ୍ କରିଥିଲା ସେଥିରୁ ସବୁ କଥା ପଦାକୁ ଆସିସାରିଛି ବୋଲି ଆକଳନ କରାଯାଉଛି।