ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରୀ; ସାମ୍ନାସାମ୍ନି ହେବେ ବିଦ୍ୟାଭାରତୀ-DFO !
X

ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରୀ; ସାମ୍ନାସାମ୍ନି ହେବେ ବିଦ୍ୟାଭାରତୀ-DFO !

ଖୋଦ୍ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ଏସପିଙ୍କ ବୟାନକୁ ନେଇ ନିର୍ଦ୍ଧୁମ ବର୍ଷିଛନ୍ତି । କହିଛନ୍ତି, ତଦନ୍ତ ପ୍ରକ୍ରିୟା ନ ସରୁଣୁ ଏପରି ମତାମତ ଦେବା ଭୁଲ । ଘଟଣାରେ କାହାରିକୁ କ୍ଲିନଚିଟ୍ ଦିଆଯାଇନି । 

ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରୀ; ସାମ୍ନାସାମ୍ନି ହେବେ ବିଦ୍ୟାଭାରତୀ-DFO !

ଗଜପତି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମିଷ୍ଟ୍ରୀ । ଘଟଣାର ୧୨ ଦିନ ପରେ ବି ରହସ୍ୟରୁ ପରଦା ହଟିନି । ପ୍ରତିଦିନ ଘଟଣାରେ ନୂଆ ନୂଆ ଟୁଇଷ୍ଟ୍ ଆସୁଥିଲା। କିନ୍ତୁ ଅଚାନକ ଡିଏଫଓଙ୍କୁ ଜେରା ପରେ ତାଙ୍କୁ ଏସପି କ୍ଲିନଚିଟ୍ ଦେଇଦେଲେ । ଯାହାକୁ ନେଇ ବିବାଦ ଏତେ ଜୋରରେ ତେଜିଲା ଯେ, ଖୋଦ୍ ଡିଆଇଜି ନିର୍ଦ୍ଧୁମ ବର୍ଷିଛନ୍ତି । ପରେ ନିଜ କ୍ଲିନଚିଟ୍ ବୟାନରୁ ଏସପି ଓହରିବା ସହ ମାରିଛନ୍ତି ୟୁ ଟର୍ଣ୍ଣ । ଏବେ କୁହାଯାଉଛି ତଦନ୍ତ ବେଳେ ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ସାମ୍ନାସାମ୍ନି ବସାଇ ଜେରା କରାଯିବ । 

୧୨ ଦିନ ହେବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର (ACF Somyaranjan) ଙ୍କ ମୃତ୍ୟୁ ମିଷ୍ଟ୍ରୀକୁ ସଲଭ୍ କରିପାରୁନି ପୋଲିସ । ନାନା ସନ୍ଦେହ । ଟୁଇଷ୍ଟ ପରେ ଟୁଇଷ୍ଟ୍ । ଆଉ ପ୍ରଶ୍ନର ଲମ୍ବା ତାଲିକା । ଯାହା ବେଳକୁ ବେଳ ବହୁ କନଫ୍ୟୁଜନ୍ ସୃଷ୍ଟି କରୁଛି । କିନ୍ତୁ ଗଜପତି ପୋଲିସ ବିବାଦରେ ଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାତ୍ର ୩ ଘଣ୍ଟା ଜେରା କଲା । ତଦନ୍ତରୁ କଣ ମିଳିଲା କି ନାହିଁ, ତାହା ଜଣାଇଲାନି । ମାତ୍ର ସନ୍ଧ୍ୟାରେ ଏସପି ତପନ ପଟ୍ଟନାୟକ ସିଧା ଡିଏଫଓଙ୍କୁ କ୍ଲିନଚିଟ୍ ଦେଇଦେଲେ । ଶୁଣନ୍ତୁ ଶୁକ୍ରବାର ଏସପି କ'ଣ କହିଥିଲେ ।

Also Read: ହାଇଦରର ଏନକାଉଣ୍ଟର କାହାଣୀ କେତେ ସତ, କେତେ ମିଛ?

ଏସପିଙ୍କ ଏ କ୍ଲିନଚିଟ୍ ବୟାନକୁ ନେଇ ସୌମ୍ୟଙ୍କ ପୂରା ପରିବାର ଖପ୍ପା । ସୌମ୍ୟଙ୍କ ବାପାଙ୍କ ଓକିଲ ମଧ୍ୟ ଏପରି ତରବରିଆ କ୍ଲିନଚିଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେବଳ ସେମାନେ କାହିଁକି, ଖୋଦ୍ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ଏସପିଙ୍କ ବୟାନକୁ ନେଇ ନିର୍ଦ୍ଧୁମ ବର୍ଷିଛନ୍ତି । କହିଛନ୍ତି, ତଦନ୍ତ ପ୍ରକ୍ରିୟା ନ ସରୁଣୁ ଏପରି ମତାମତ ଦେବା ଭୁଲ । ଘଟଣାରେ କାହାରିକୁ କ୍ଲିନଚିଟ୍ ଦିଆଯାଇନି । ଏବେ ବି ସମସ୍ତେ ତଦନ୍ତ ପରିସରଭୁକ୍ତ ଅଛନ୍ତି । ଦରକାର ପଡ଼ିଲେ ଆଗକୁ ଡିଏଫଓ ଏବଂ ବିଦ୍ୟାଭାରତୀ (Vidyabharati) ଙ୍କୁ ସାମ୍ନାସାମ୍ନି ବସାଇ ଜେରା କରାଯିବ । ସେପଟେ ଡିଆଇଜିଙ୍କ ତାଗିଦ ପରେ ୟୁ-ଟର୍ଣ୍ଣ ମାରିଛନ୍ତି ଗଜପତି ଏସପି (Gajapati Sp) । ସଫେଇ ଦେଇ ନିଜ କ୍ଲିନଚିଟ୍ ବୟାନକୁ ଆଜି ସୁଧାରିବାକୁ ଚେଷ୍ଟା କରିଛନ୍ତି ।

Also Read: ସ୍ୱାମୀର ହତ୍ୟାକାରୀକୁ ବାହା ହୋଇ ଫିଲ୍ମ ଷ୍ଟାଇଲରେ ପ୍ରତିଶୋଧ ନେଲେ ମହିଳା

ଅନ୍ୟପଟେ ବିଦ୍ୟାଭାରତୀ (Vidyabharati) ଙ୍କ ବ୍ୟାଚଲର ପାର୍ଟିକୁ ନେଇ ପୋଲିସ ତଦନ୍ତକୁ ଜୋରଦାର କରିଛି । ସତ୍ୟାସତ୍ୟ ଜାଣିବାକୁ ପାରଳାଖେମୁଣ୍ଡି ଥାନା ପୋଲିସ ବଲାଙ୍ଗିର ଯାଇଛି । ବିଦ୍ୟାଭାରତୀ ଯେଉଁ ପ୍ରାଣିଧନ ନିରୀକ୍ଷକ ତାଲିମ କେନ୍ଦ୍ରର ଛାତ୍ରୀ ଥିଲେ ଏବଂ ଯେଉଁ ହଷ୍ଟେଲ (Hostel) ରେ ରହୁଥିଲେ । ସେଠାରେ ଯାଇ ପଚରାଉଚରା କରିବ। ଏହାଛଡ଼ା ତଦନ୍ତ ପ୍ରକ୍ରିୟା ଜାରି ଥିବାରୁ ବିଦ୍ୟାଭାରତୀଙ୍କୁ ପୁଣି ଜେରା କରାଯାଇପାରେ । ତେବେ ଏସପିଙ୍କ ମୁତାବକ, ମାମଲା ସହ ଜଡ଼ିତ ବ୍ୟକ୍ତିଙ୍କ ସିଡିଆର୍ ଚେକ୍ କରାଯାଇସାରିଛି । ଯେତେବେଳେ କି ଖୋଦ୍ ତଦନ୍ତକାରୀ ଅଧିକାରୀ ଏ ସମ୍ପର୍କରେ କିଛି ଠିକ୍ ତଥ୍ୟ ଦେଇପାରୁନାହାନ୍ତି ।

Also Read: Pornography Case: ପଚରାଉଚରା ବେଳେ ଅନେକ ଥର କାନ୍ଦିପକାଇଲେ ଶିଳ୍ପା, ପୋଲିସ ପଚାରିଥିଲା ଏହି ପ୍ରଶ୍ନ

ସୌମ୍ୟଙ୍କ ମୃତ୍ୟୁ (Somyaranjan Death Mystrey) ର ୧୨ଦିନ ପରେ ବି ଯେଉଁ ପୋଲିସ କିଛି ଖିଅ ପାଉନି, ସେ ପୋଲିସ ଉପରେ କାହାର ଥିଲା ଚାପ ? କାହିଁକି ଦିନକରେ ଡିଏଫଓ ଲିଙ୍କର ରଫାଦଫା କରିବାକୁ ଚାହୁଁଥିଲା ପୋଲିସ ? ବାସ୍ତବରେ କେତେ ଜଣଙ୍କ ସିଡିଆର୍ ଚେକ୍ କରିଛି ପୋଲିସ ? ଏସପି କହୁଛନ୍ତି, ଡିଏଫଓ ଓ ବିଦ୍ୟାଙ୍କ ମଧ୍ୟରେ ଟେଲିଫୋନିକ୍ ବାର୍ତ୍ତାଳପର ପ୍ରମାଣ ମିଳିନି । ଏହା ଠିକ୍ ବି ହୋଇପାରେ । କିନ୍ତୁ ଏଠି ପ୍ରଶ୍ନ ଏହା ମଧ୍ୟ ଉଠୁଛି ଯେ, ଡିଏଫଓ (DFO) ଅନ୍ୟ ନମ୍ବରରୁ ବିଦ୍ୟାଙ୍କ ସହ ସମ୍ପର୍କରେ ନ ଥିଲେ ତ ? ବିଦ୍ୟାଭାରତୀ ଡିଭୋର୍ସ ଚାହୁଁଥିଲେ.. ଯଦି ସୌମ୍ୟଙ୍କ ସହ ବିବାହ ବିଚ୍ଛେଦ ହୋଇଥାନ୍ତା, ତେବେ ବିଦ୍ୟା କାହାକୁ ପତି କରିଥାନ୍ତେ ? ଏମିତି ଅନେକ ଦିଗରେ ତଦନ୍ତ ବାକି ଥିବାବେଳେ ଗଜପତି ପୋଲିସ (Gajapati Police) ର ତଦନ୍ତଧାରା ଓ ତରବରିଆ ନିଷ୍ପତ୍ତି ସୌମ୍ୟଙ୍କ ମୃତ୍ୟୁ ମିଷ୍ଟ୍ରୀକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ପ୍ରତୀତ ହେଉଛି। 

Trending news