• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଆଦିତ୍ୟ ମୃତ୍ୟୁ ମାମଲା: ଫେସବୁକକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ

ଜିଆରପି କଲା ୨୮ ଦିନ ତଦନ୍ତ । ପରେ ତଦନ୍ତ ଭାର ନେଲା କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ତଦନ୍ତ ଭାର ନେଇ ହେଲାଣି ୧୩ ଦିନ । ଦୁଇ ଦୁଇ ସଂସ୍ଥା ତଦନ୍ତ କଲା ପରେ ବି ଆଦିତ୍ୟ ମୃତ୍ୟୁ ମାମଲାରେ ଥଳକୁଳ ପାଉନାହାନ୍ତି ତଦନ୍ତକାରୀ ସଂସ୍ଥା । 

ଆଦିତ୍ୟ ମୃତ୍ୟୁ ମାମଲା: ଫେସବୁକକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ

ସରୋଜ ବେହେରା, ଭୁବନେଶ୍ୱର: ଆଦିତ୍ୟ ଦାସ ମୃତ୍ୟୁ ମାମଲା(Aditya Das death case)ରେ ଫେସବୁକ(Facebook) ମୁଖ୍ୟାଳୟକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କ ଫେସବୁକ ଆକାଉଣ୍ଟରେ ଲେଖା କିଏ କାହା ମୋବାଇଲରେ ଲେଖିଥିଲା ତାହାର ଯାଂଚ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ଫେସବୁକ ସହ ଆଦିତ୍ୟଙ୍କ ମୋବାଇଲ ଫୋନର ୧୦ ମାସର କଲ ଡିଟେଲ୍ସ ବାହାର କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ସେପଟେ ତଦନ୍ତର ବିଳମ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ଆଦିତ୍ୟଙ୍କ ସହଯୋଗୀ ଓ ପରିବାର ଲୋକେ । ଜିଆରପି(GRP) ଭଳି କ୍ରାଇମବ୍ରାଞ୍ଚ(Crime Branch) ମଧ୍ୟ ତଦନ୍ତ ଶିଥିଳ କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣାର ସିବିଆର(CBI) ତଦନ୍ତ କଲେ ଅସଲ ତଥ୍ୟ ପଦାକୁ ଆସିବ ବୋଲି ସେମାନେ ଦାବି କରିଛନ୍ତି ।  

ଜିଆରପି କଲା ୨୮ ଦିନ ତଦନ୍ତ । ପରେ ତଦନ୍ତ ଭାର ନେଲା କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ତଦନ୍ତ ଭାର ନେଇ ହେଲାଣି ୧୩ ଦିନ । ଦୁଇ ଦୁଇ ସଂସ୍ଥା ତଦନ୍ତ କଲା ପରେ ବି ଆଦିତ୍ୟ ମୃତ୍ୟୁ ମାମଲାରେ ଥଳକୁଳ ପାଉନାହାନ୍ତି ତଦନ୍ତକାରୀ ସଂସ୍ଥା । ଏଥିପାଇଁ ଘଟଣାର ସିବିଆଇ ତଦନ୍ତ ଦାବି କରିବାକୁ ଦାବି କରିଛନ୍ତି ଆଦିତ୍ୟଙ୍କ ପରିବାର ଓ ତାଙ୍କ ସହଯୋଗୀ । ଜିଆରପି ଭଳି କ୍ରାଇମବ୍ରାଂଚ ମଧ୍ୟ ତଦନ୍ତରେ ସେଭଳି କୌଣସି ଆଗୁଆ ସୁରାକ ପାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ୪୫ ଦିନ ଧରି ଆଦିତ୍ୟ ମୃତ୍ୟୁ ରହସ୍ୟ ମଧ୍ୟରେ ଅନେକ ଲୋକ କ୍ରାଇମବ୍ରାଂଚ ସ୍କାନରକୁ ଆସିଥିଲେ । ଏ ମଧ୍ୟରେ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ଜଣେ ବରିଷ୍ଠ ଓଏଏସ ଅଧିକାରୀ ମଧ୍ୟ ରହିଛନ୍ତି । ଏ ଘଟଣାରେ ଓଏଏସ ଅଧିକାରୀଙ୍କୁ ଛାଡି ବାକି ଅନ୍ୟ ମାନଙ୍କୁ ଜେରା କରିସାରିଛି କ୍ରାଇମବ୍ରାଂଚ । ଏତେ ସୁଦ୍ଧା ଘଟଣାର ସତ୍ୟାସତ୍ୟ ପଦାକୁ ଆସି ନ ଥିବାରୁ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ଆଦିତ୍ୟଙ୍କ ପରିବାର ଓ ସହଯୋଗୀ । 

ଗୋଟାଏ ପରେ ସିବିଆଇ ତଦନ୍ତ ନେଇ ଚାପ ପଡୁଥିବା ବେଳେ କ୍ରାଇମବ୍ରାଂଚ ଅଧିକ ତଦନ୍ତ ପାଇଁ ଫେସବୁକ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖିଛି କ୍ରାଇମବ୍ରାଂଚ । ଆଦିତ୍ୟଙ୍କ ଫେସବୁକ ଆକାଉଣ୍ଟର ଶେଷ ପୋଷ୍ଟ କିଏ ଲେଖିଥିବା ତାହା ଜାଣିବାକୁ ଚେଷ୍ଟା ଚଳାଇଛି କ୍ରାଇମବ୍ରାଂଚ । ମୃତ୍ୟୁ ପୂର୍ବରୁ ଆଦିତ୍ୟ କାହା ସହ କଥା ହୋଇଥିଲେ । କେତେ ମିନିଟ ଧରି କଥା ହୋଇଥିଲେ  ସେ ସବୁ ବାହାର କରିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଂଚ । ଆଦିତ୍ୟଙ୍କ ଫେସବୁକ ଆକାଉଣ୍ଟ ପାସୱାର୍ଡ ବିଦ୍ୟାଶ୍ରୀଙ୍କ ନିକଟରେ ମଧ୍ୟ ରହିଥିଲା । ଯାଂଚ ହେଲେ କାହା ମୋବାଇଲରୁ ଶେଷ ପୋଷ୍ଟ ହୋଇଥିଲା ତାହା ଜଣାପଡିବ ବୋଲି ଆଶା କରାଯାଉଛି । ସେଭଳି ସିଡିଆର ତଦନ୍ତ କଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । 

ଆଦିତ୍ୟ ମୃତ୍ୟୁ ଘଟଣାର ରହସ୍ୟ ପଦାକୁ ଆସିଲେ ଅନେକ ରହସ୍ୟ ପଦାକୁ ଆସିବ । ଘଟଣା ପରଠାରୁ ଆଦିତ୍ୟ ଖୋଲିଥିବା ବୃଦ୍ଧାଶ୍ରମକୁ ଆସୁଥିବା ପାଣ୍ଠି ମଧ୍ୟ କମିବାରେ ଲାଗିଛି । ଏଭଳି ପରିସ୍ଥିତିରେ ମାମଲାର ତଦନ୍ତ ଖୁବ ଶୀଘ୍ର ହେବା ଜରୁରୀ ହୋଇପଡିଛି ।