ବଜ୍ରପାତ ନେଲା ୧୧ ଜୀବନ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ଏହି ବିପର୍ଯ୍ୟୟ ସମୟରେ ସେ ପ୍ରଭାବିତ ପରିବାରଙ୍କ ସହ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ବଜ୍ରପାତ ନେଲା ୧୧ ଜୀବନ

ନୂଆଦିଲ୍ଲୀ: ବିହାରରେ ପୁଣି ଆକାଶରୁ ବଡ଼ ସଙ୍କଟ ମାଡ଼ି ଆସିଛି । ଆଜି(ମଙ୍ଗଳବାର) ରାଜ୍ୟରେ ବଜ୍ରପାତ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ମାନବୀୟ କ୍ଷୟକ୍ଷତି ହୋଇଛି । ରାଜଧାନୀ ପାଟନାରେ ୨ ଜଣ, ଛପରାରେ ୫ ଜଣ, ନୱାଦାରେ ୨ ଜଣ, ଲକ୍ଷ୍ମୀସରାୟରେ ଜଣେ ଓ ଜମୁଇରେ ଜଣଙ୍କର ମୃତ୍ୟୁ ଘଟିଛି ।

ଏଥି ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ଏହି ବିପର୍ଯ୍ୟୟ ସମୟରେ ସେ ପ୍ରଭାବିତ ପରିବାରଙ୍କ ସହ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୃତକଙ୍କ ପରିବାର ପାଇଁ ନୀତୀଶ କୁମାର ୪-୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

ଏହାପୂର୍ବରୁ ଗୁରୁବାର ବିହାରରେ ବଜ୍ରପାତ ଓ ଝଡ଼ ହେତୁ ପ୍ରବଳ ଧ୍ୱଂସ ଘଟିଥିଲା । ବଜ୍ରପାତରେ ବିହାରରେ ୮୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷେ ଅନେକ ଲୋକ ଜଳି ଯାଇଥିଲେ । ଏହା ବ୍ୟତୀତ ଉତ୍ତରପ୍ରଦେଶରେ ବଜ୍ରପାତ ଯୋଗୁଁ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା ।