Air Hostess Death Case: ଡେଟିଂ ଆପରୁ ପ୍ରେମ ଆରମ୍ଭ, ଚତୁର୍ଥ ମହଲାରେ କାହାଣୀ ଶେଷ
Air Hostess Death Case News In Odia: ଦୁହେଁ ପ୍ରତିଦିନ ସାକ୍ଷାତ କରୁଥିଲେ । ଅର୍ଚ୍ଚନାଙ୍କ ମୃତ୍ୟୁ ଦିନ ମଧ୍ୟ ଉଭୟ ପରସ୍ପରକୁ ଭେଟିଥିଲେ। ମୃତକଜଣକ ପେସାରେ ଜଣେ ଏୟାର ହୋଷ୍ଟେସ ଥିବା ବେଳେ ଘଟଣା ଘଟିବା ସମୟରେ ସେ ନିଜ ପ୍ରେମିକଙ୍କ ଘରେ ଥିଲେ। ପୋଲିସ ଏବେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Trending Photos

Air Hostess Death Case: କର୍ଣ୍ଣାଟକର ବେଙ୍ଗାଲୁରୁରେ ୨୮ ବର୍ଷିୟ ବୟସ୍କା ଏୟାର ହୋଷ୍ଟେସ୍ ଅର୍ଚ୍ଚନା ଧିମାନଙ୍କ ମୃତ୍ୟୁରେ ଏକ ନୂତନ ଖୁଲାସା ହୋଇଛି। ପ୍ରକୃତରେ ଚତୁର୍ଥ ମହଲାର ବାଲକୋନିରୁ ଖସିପଡ଼ିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ମୃତକଙ୍କ ମା ସୋମବାର ଦାବି କରିଛନ୍ତି ଯେ ତାଙ୍କ ଝିଅକୁ ତାଙ୍କ ପ୍ରେମିକ ଠେଲି ହତ୍ୟା କରିଛନ୍ତି। ଏହା ପରେ ପୋଲିସ ପ୍ରେମିକକୁ ଅଟକ ରଖିଛି । ଦକ୍ଷିଣ-ପୂର୍ବ ବେଙ୍ଗାଲୁରୁ ପୋଲିସର ଡିସିପି ସି.କେ ବାବା କହିଛନ୍ତି ଯେ ପିତାମାତାଙ୍କ ଅଭିଯୋଗ ଅନୁଯାୟୀ ଆମେ ହତ୍ୟା ମାମଲା ପଞ୍ଜିକୃତ କରିଛୁ। ଅର୍ଚ୍ଚନାଙ୍କ ମୃତ୍ୟୁ ବିଷୟରେ ପୋଲିସ ପୂର୍ବରୁ କହିଥିଲା ଯେ ଘରର ବାଲକୋନିରୁ ଖସିପଡ଼ିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ମଧ୍ୟ କୁହାଯାଇଥିଲା ଯେ ଏହି ସମୟ ମଧ୍ୟରେ ପ୍ରେମୀଯୁଗଳ ମଦ୍ୟପାନ କରିଥିଲେ।
ପୋଲିସ ଏ ଘଟଣାରେ କଣ କହୁଛି?
କିଛିଦିନ ପୂର୍ବରୁ, ୨୮ବର୍ଷ ବୟସ୍କା ଏୟାର ହୋଷ୍ଟେସ୍ ଅର୍ଚ୍ଚନା ଧିମାନ ଏକ ଡେଟିଂ ଆପରେ ସଫ୍ଟୱେୟାର ଇଞ୍ଜିନିୟର ଆଦିଶଙ୍କୁ ଭେଟିଥିଲେ। କିଛି ଦିନ କଥା ହେବା ପରେ ଧୀରେ ଧୀରେ ଦୁହେଁ ପ୍ରେମରେ ପଡ଼ିଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେଉଥିବା ଦେଖି ସମ୍ପର୍କ ଭାଙ୍ଗିବାକୁ ଅର୍ଚ୍ଚନା ଦୁବାଇରୁ ବେଙ୍ଗାଲୁରୁକୁ ଆସିଥିଲେ। ବେଙ୍ଗାଲୁରୁ ଆସି ସେ ପ୍ରେମିକ ରହୁଥିବା ଫ୍ଲାଟକୁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା।
ପୋଲିସର ସୂଚନାନୁସାରେ, ଏହି ଘଟଣା ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୧୦ ରାତିରେ କୋରାମଙ୍ଗାଲା ଅଞ୍ଚଳର ରେଣୁକା ରେସିଡେନ୍ସିରେ ଘଟିଛି। ଅର୍ଚ୍ଚନା ଦୁବାଇରୁ ବାଙ୍ଗାଲୋରକୁ ଆସି କେବଳ ତାଙ୍କ ପ୍ରେମିକଙ୍କ ନିର୍ଦ୍ଦେଶରେ ତାଙ୍କୁ ଭେଟିଥିଲେ। ଦୁହେଁ ଅନେକ ମାସ ଧରି ଏକ ପ୍ରେମ ସଂପର୍କରେ ଥିଲେ । ମୃତ ଏୟାରହଷ୍ଟେସ ହିମାଚଳ ପ୍ରଦେଶର ବାସିନ୍ଦା ଥିଲେ। ଏବଂ ପ୍ରେମିକଙ୍କ ଘର କେରଳରେ ବୋଲି ଜଣାପଡ଼ିଛି।
Also Read: Vastu Tips for Marriage: ବିବାହରେ ହେଉଛି କି ବିଳମ୍ବ? ଆପଣାନ୍ତୁ ଏହି ସବୁ ଉପାୟ…
Also Read: Crime News: ଏକ ତରଫା ପ୍ରେମ ନେଲା ଜୀବନ! ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ କାଟି ଖଣ୍ତଖଣ୍ତ କଲା...
More Stories