ବିକାଶ ଦୁବେ ଆତ୍ମସମର୍ପଣ କଲା ନା ଗିରଫ ହେଲା?

ଏହି ସମୟରେ ସୂଚନା ମିଳୁଛି ଯେ, ଉଜ୍ଜୈନ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି । ଏଥିରେ ସ୍ଥାନୀୟ ନାଗରିକ ସାମିଲ ଅଛନ୍ତି ।

ବିକାଶ ଦୁବେ ଆତ୍ମସମର୍ପଣ କଲା ନା ଗିରଫ ହେଲା?

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରେ ପୋଲିସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବିକାଶ ଦୁବେକୁ ଗିରଫ କରାଯାଇଛି ନା ସେ ଆତ୍ମସମର୍ପଣ କରିଛି । ତାହାକୁ ନେଇ ବିବାଦ ଦେଖାଦେଇଛି । ଜାଣିବାକୁ ମିଳୁଛି ଯେ, ଗତକାଲି(ବୁଧବାର) ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ଉଜ୍ଜୈନର ଡିଏମ୍ ଆଶିଷ ସିଂ ଓ ଏସପି ମନୋଜ କୁମାର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ସେତେବେଳେ ସେମାନେ ବିଚଳିତ ଥିଲେ ବୋଲି କୁହାଯାଉଛି । ପ୍ରଶ୍ନ ଉଠିଛି ଯେ ବିକାଶର ଗିରଫଦାରୀ ସହିତ ଏହାର କିଛି ସମ୍ପର୍କ ଅଛି କି ?

ଏହି ସମୟରେ ସୂଚନା ମିଳୁଛି ଯେ, ଉଜ୍ଜୈନ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି । ଏଥିରେ ସ୍ଥାନୀୟ ନାଗରିକ ସାମିଲ ଅଛନ୍ତି । ସୂତ୍ରରୁ ପ୍ରକାଶ ଯେ, ବିକାଶ ଦୁବେ ଦୁଇ ଓକିଲଙ୍କୁ ଭେଟିଥିଲେ ଏବଂ ସେମାନେ ବିକାଶ ଦୁବେକୁ ଉଜ୍ଜୈନକୁ ଆଣିବାରେ ସାହାଯ୍ୟ କରିଥିଲେ । ଏହି ଉଭୟ ଓକିଲଙ୍କୁ ହେପାଜତରେ ପଚରାଉଚରା କରାଯାଉଛି ।

ଉଜ୍ଜୈନ ପୋଲିସ ଗିରଫ କରିବାର କରିଛି ଦାବି 

ଉଜ୍ଜୈନ ଡିଏମ ଆଶିଷ ସିଂ କହିଛନ୍ତି ଯେ, ବିକାଶ ଦୁବେକୁ ଗିରଫ କରାଯାଇଛି । ମନ୍ଦିରର ଦୋକାନୀ ବିକାଶକୁ ଚିହ୍ନଟ କରିଥିଲେ । ଏହା ପରେ ଗାର୍ଡ ମଧ୍ୟ ତାକୁ ଚିହ୍ନଟ କରିଥିଲେ । ପରେ ତାକୁ ଧରିଥିଲେ । ପରେ ସ୍ଥାନୀୟ ପୋଲିସ ବିକାଶ ଦୁବେକୁ ଗିରଫ କରିଥିଲା ।

ଅନ୍ୟପଟେ ସ୍ଥାନୀୟ ମିଡିଆ କରୁଛି ଅନ୍ୟ ଦାବି

ଅନ୍ୟପକ୍ଷେ ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ବିକାଶ ଦୁବେ ସକାଳେ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲା । ସେ ଦର୍ଶନ କରିଥିଲା । ତା’ପରେ ସେ ମନ୍ଦିରର ଗାର୍ଡଙ୍କୁ କହିଥିଲେ ଯେ, ମୁଁ କାନପୁରର ବିକାଶ ଦୁବେ । ଗାର୍ଡ ପୋଲିସକୁ ସୂଚନା ଦେଇଥିଲେ । ସେପର୍ଯ୍ୟନ୍ତ ବିକାଶ ଦୁବେ ସେଠାରେ ଉପସ୍ଥିତ ଥିଲା । ପୋଲିସ ଆସି ବିକାଶ ଦୁବେକୁ ଗିରଫ କରିଥିଲା ।