Assault to Minor: ରବିବାର ଅପରାହ୍ନରେ ନିୟୋଜିତ ପୂଜକଙ୍କୁ ପଚରାଉଚୁରା କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ପୁଲିସ୍ ରିପୋର୍ଟ ଅନୁଯାୟୀ, ସୋମବାର ପୂର୍ବାହ୍ନ ୧୦ଟା ରେ ଆହୂତ ବୈଠକର ନିଷ୍ପତ୍ତି କ୍ରମେ ଅଭିଯୁକ୍ତ ପୂଜକ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
Trending Photos
Assault to Minor: ଗତକାଲି ଜଣେ ନାବାଳିକାକୁ ମୁକ୍ତେଶ୍ଵର ମନ୍ଦିରରେ ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୂଜକ ଅଟକ। ସମ୍ବଲପୁର ଜିଲ୍ଲା ଜମନକିରା ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଶୋଇଥିବା ଜଣେ ନାବାଳିକାକୁ ରବିବାର ଅପରାହ୍ନରେ ମନ୍ଦିର ପୂଜକ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଜମନକିରା ଥାନାରେ ଅଭିଯୋଗ ହୋଇଥିଲା।
ନାବାଳିକା ରିପୋର୍ଟ କ୍ରମେ ମୁକ୍ତେଶ୍ଵର ଗାଁରୁ ଦୁଷ୍କର୍ମ କରିଥିବା ୩୫ ବର୍ଷୀୟ ମନ୍ଦିର ପୂଜକକୁ ଧରିଆଣି ପୁଲିସ୍ ପଚରା ଉଚୁରା କରୁଛି। ଅଭିଯୁକ୍ତ ମନ୍ଦିର ପୂଜକର ଡାକ୍ତରୀମାଇନା, ବୟାନ ରେକର୍ଡ, ସ୍ଵାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ। ମନ୍ଦିର ପ୍ରାଙ୍ଗଣ ରେ ନାବାଳିକା ଦୁଷ୍କର୍ମ ହେବା ଭଳି ଲୋକଲଜ୍ଜା ଘଟଣା ନେଇ ପରିଚାଳନା କମିଟି ତଥା ଟ୍ରଷ୍ଟବୋର୍ଡ କର୍ମକର୍ତ୍ତା କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମନ୍ଦିର ଟ୍ରଷ୍ଟ ବୋର୍ଡର ସ୍ଥାୟୀ ଟ୍ରଷ୍ଟି ପି ଭି କନ୍ନପାଙ୍କୁ ପଚାରିବାରୁ ଆସନ୍ତାକାଲି ମନ୍ଦିର ପ୍ରାଙ୍ଗଣ ରେ ପରିଚାଳନା କମିଟି ତଥା ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି। ରବିବାର ଅପରାହ୍ନରେ ନିୟୋଜିତ ପୂଜକଙ୍କୁ ପଚରାଉଚୁରା କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ପୁଲିସ୍ ରିପୋର୍ଟ ଅନୁଯାୟୀ, ସୋମବାର ପୂର୍ବାହ୍ନ ୧୦ଟା ରେ ଆହୂତ ବୈଠକର ନିଷ୍ପତ୍ତି କ୍ରମେ ଅଭିଯୁକ୍ତ ପୂଜକ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
ଆସନ୍ତା ୩୧ ତାରିଖରେ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ମୁକ୍ତେଶ୍ଵର ବାବା ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ତଥା ଶୀତଳଷଷ୍ଠୀ ଯାତ୍ରା ପୂର୍ବରୁ ହୋମଯଜ୍ଞ କରି ଶୁଦ୍ଧି କରାଯିବ। ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଓ ଦେବ ଦମ୍ପତ୍ତି ପିତାମାତା ପକ୍ଷରୁ ନିମନ୍ତ୍ରଣ କାର୍ଡ ଛପା ଯାଇ ଅଂଚଳର ଶ୍ରଦ୍ଧାଳୁ ଭକ୍ତ, ବନ୍ଧୁ ବାନ୍ଧବ, ଶୁଭେଛୁମାନଙ୍କୁ ନିମନ୍ତ୍ରଣ ବଣ୍ଟନ କରାଯିବା ସହିତ ପ୍ରାକ୍ ପ୍ରସ୍ତୁତି ଜୋରଦାର୍ ଚାଲିଥିବା ବେଳେ ମୁକ୍ତେଶ୍ଵର ମନ୍ଦିରରେ ଏଭଳି ଲଜ୍ଜା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଜମନକିରା ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି। ସମ୍ବଲପୁର ସାଇଣ୍ଟିଫିକ ଟିମ ମନ୍ଦିରରେ ପହଞ୍ଚି ଘଟଣା ସ୍ଥଳରୁ ତଥ୍ୟ ସଂଗ୍ରହ କରିଛି|