ଧରା ପଡ଼ିବେ କି ଦୁଷ୍କର୍ମକାରୀ ?

ରାଜଧାନୀରେ ଲଜ୍ଜା । ଚାରିଆଡେ ଲକଡାଉନ ଚାଲିଥିବା ବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ସେଇଟା ପୁଣି ବନ୍ଧୁକ ମୁନରେ । ଆଉ ଏଭଳି ଅଭିଯୋଗ ଆସିଛି ସମାଜକୁ ସୁରକ୍ଷା ଯୋଗାଉଥିବା ପୋଲିସ ଓ ଗଣମାଧ୍ୟମ କର୍ମଚାରୀଙ୍କ ବିରୋଧରେ । 

ଧରା ପଡ଼ିବେ କି ଦୁଷ୍କର୍ମକାରୀ ?

ସରୋଜ ବେହେରା, ଭୁବନେଶ୍ୱର:- ବନ୍ଧୁକ ମୁନରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ଉପରେ ଚାପ ବଢିବାରେ ଲାଗିଛି । ଲିଖିତ ଅଭିଯୋଗର ୫ ଦିନ ପରେ ବି ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଘଟଣାକୁ ନିନ୍ଦା କରିବା ସହ କମିଶନରେଟ ପୋଲିସକୁ ରିପୋର୍ଟ ମାଗିଛନ୍ତି ମହିଳା ଓ ଶିଶୁ ଅଧିକାର ସୁରକ୍ଷା କମିଶନ । ଘଟଣାର ପୁଙ୍ଖାନିପୁଙ୍ଖ ତଦନ୍ତ କରି ସବିଶେଷ ଦେବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି କମିଶନ ।  

ରାଜଧାନୀରେ ଲଜ୍ଜା । ଚାରିଆଡେ ଲକଡାଉନ ଚାଲିଥିବା ବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ସେଇଟା ପୁଣି ବନ୍ଧୁକ ମୁନରେ । ଆଉ ଏଭଳି ଅଭିଯୋଗ ଆସିଛି ସମାଜକୁ ସୁରକ୍ଷା ଯୋଗାଉଥିବା ପୋଲିସ ଓ ଗଣମାଧ୍ୟମ କର୍ମଚାରୀଙ୍କ ବିରୋଧରେ । ଅଭିଯୋଗ ହେବାର ୫ ଦିନ ହେବା ପରେ ବି ଘଟଣାରେ ପୋଲିସ କୌଣସି ଜଣେ ବି ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଭିନ୍ନ ସୁରକ୍ଷା କମିଶନ । ଘଟଣାକୁ ନିନ୍ଦା କରିବା ସହ କମିଶନରେଟ ପୋଲିସକୁ ରିପୋର୍ଟ ମାଗିଛନ୍ତି ମହିଳା ଓ ଶିଶୁ ଅଧିକାର ସୁରକ୍ଷା କମିଶନ । ଘଟଣାର ପୁଙ୍ଖାନିପୁଙ୍ଖ ତଦନ୍ତ କରି ସବିଶେଷ ଦେବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦେଶ ଜାରି କରିଛନ୍ତି କମିଶନ ।  

ଅଧିକ ପଢ଼ନ୍ତୁ:-୪ ଯୁବକ ମିଶି ଦଳିତ ନାବାଳିକାଙ୍କ ସହ କଲେ ଗଣଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ

ଏଭଳି ଏକ ସମ୍ୱେଦନଶୀଳ ଘଟଣାରେ ପୋଲିସର ତଦନ୍ତ ସବୁ ବେଳେ ଗୁରୁତ୍ୱପୂର୍ଣ୍ଣ ରହିଛି । ଘଟଣାକୁ ୪ ମାସରୁ ଅଧିକ ବିତିଯାଇଥିଲେ ବି ଏଥିରେ କୌଣସି ତଥ୍ୟ ପ୍ରମାଣ ପାଇବା ପୋଲିସ ପାଇଁ କାଠିକର ପାଠ ହେବ । ପ୍ରମାଣ ନ ପାଇଲେ ଅଭିଯୁକ୍ତ ଖସି ଯିବା ଆଶଙ୍କା ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ପୀଡିତାଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ ରହିଛି । କେଉଁ କାରଣ ପାଇଁ ସେ ଅଭିଯୋଗ କରିବାକୁ ଆସି ପାରିନଥିଲେ । ଅଭିଯୋ କରିବାକୁ ଆସିବା ପାଇଁ କିଏ ଧମକ ଚମକ ଦେଉଥିଲେ କି ? ୪ ମାସ ମଧ୍ୟରେ ପୋଲିସ ଜୈବିକ ପ୍ରମାଣ ଛଡା ଅନ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ । ହେଲେ ଆବଶ୍ୟକ ମୁତାବକ ତଥ୍ୟ ପ୍ରମାଣ ଯୋଗାଡ କରିବା ପାଇଁ ଅଡୁଆ ସୁତା ହେବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ପୂର୍ବରୁ ଅନେକ ଏଭଳି ଘଟଣା ଘଟିଛି ଯେଉଁଠି ବଳିଷ୍ଠ ପ୍ରମାଣ ନ ଥାଇ ବି ପାରିପାଶ୍ୱିକ ପ୍ରମାଣ ଆଧାରରେ ପୋଲିସକୁ ସଫଳତା ମିଳିଛି । ହେଲେ ଏ ଘଟଣାରେ ପାରିପାଶ୍ୱିକ ପ୍ରମାଣ ଖୋଜି ବାହାର କରିବା ପୋଲିସ ପାଇଁ ଚାଲେଂଜ ସୃଷ୍ଟି କରିବ ।