• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ବିଦେଶରେ ଚାକିରି ଖୋଜୁଥିଲେ ସାବଧାନ!

ବିଦେଶରେ ଚାକିରି ଖୋଜୁଥିଲେ ସାବାଧାନ!

ବିଦେଶରେ ଚାକିରି ଖୋଜୁଥିଲେ ସାବଧାନ!
ବିଦେଶରେ ଚାକିରି ଖୋଜୁଥିଲେ ସାବଧାନ!

ବ୍ରହ୍ମପୁର: ବିଦେଶରେ ଚାକିରି ଖୋଜୁଥିଲେ ସାବାଧାନ! କାରଣ ବିଦେଶରେ ଚାକିରି କରେଇ ଦେବା ନାଁରେ ଏକ ରାକେଟ ଚାଲୁଛି। ଲୋକଙ୍କୁ ନକଲି ଭିସା ଓ ଚାକିରି ଅଫର ଲେଟର ଦେଇ ଠକାଯାଉଛି। ଯାହାର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ।

ବିଦେଶରେ ଚାକିରି (Job in Abroad) କରାଇ ଦେବାର ପ୍ରଲୋଭନ ଦେଖାଇ ନକଲି ଭିସା (duplicate VISA) ଓ ଚାକିରି ଅଫର ଲେଟର ପ୍ରଦାନ କରିବା ଅଭିଯୋଗରେ ଜଣେ ଠକ (Fraud) କୁ ଗିରଫ କରାଯାଇଛି। ବ୍ରହ୍ମପୁର (Berhampur) ବଡବଜାର ପୋଲିସ ଶନିବାର ସଞ୍ଜୟ ଜେନା ନାମକ ବ୍ୟକ୍ତିଙ୍କୁ ଭୁବନେଶ୍ବରରୁ ଗିରଫ କରିଛି। ତାଙ୍କଠାରୁ ବିପୁଳ ପରିମାଣର କାଗଜପତ୍ର ମଧ୍ୟ ଜବତ କରାଯାଇଛି।

ଅଭିଯୋଗକୁ ଭିତ୍ତି କରି ବଡବଜାର ପୋଲିସ (Badabazar Police) ର ଏକ ସ୍ବତନ୍ତ୍ର ଟିମ ଭୁବନେଶ୍ବର (Bhubaneswar)  ନୟାପଲ୍ଲି ଅଞ୍ଚଳରେ ଚଢଉ କରିଥିଲା। ଏହି ସମୟରେ ସଞ୍ଜୟ ଜେନାକୁ କାବୁ କରାଯାଇଥିଲା। ତାଙ୍କଠାରୁ ବିପୁଳ ପରିମାଣର ନକଲି ପାସ ପୋର୍ଟ, ବ୍ୟାଙ୍କ ଖାତା, ନକଲି ଲେଟର ପେଡ୍ ସହ ଲାପଟପ୍ ଓ ମୋବାଇଲକୁ ପୋଲିସ ଜବତ କରିଛି। ତେବେ ଏଭଳି ଠକେଇର ଶିକାର କେତେ ପରିମାଣର ହୋଇଛି ଓ ଏହି ଠକଙ୍କ ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ପୋଲିସ ତାର ଖୋଳତାଡ ଚଳାଇଛି।