ଦିନକୁ ନଅ ଥର ପୋଲିସକୁ ପିଟୁଛନ୍ତି ଏହି ରାଜ୍ୟର ଲୋକ
Advertisement

ଦିନକୁ ନଅ ଥର ପୋଲିସକୁ ପିଟୁଛନ୍ତି ଏହି ରାଜ୍ୟର ଲୋକ

ବିହାର (Bihar) ରେ ପୋଲିସ କର୍ମଚାରୀଙ୍କୁ ମାଡମରା ଖବର ସାଧାରଣ କଥା। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ମାଡ଼ ହୋଇଥାଏ। ଆଉ ଏହି ଖବରଗୁଡିକର ବିହାର ପୋଲିସର ବିଶ୍ୱସନୀୟତା ଉପରେ ସବୁଠାରୁ ବଡ ପ୍ରଭାବ ପଡିଛି।

ପ୍ରତିକାତ୍ମକ ଫଟୋ

ପାଟନା: ଦେଶର ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗକୁ ଦାୟିତ୍ୱ ଦିଆଯାଇଛି। କେତେବେଳେ ଜନତାକୁ ପୋଲିସ ତ ଆଉ କେତେବେଳେ ପୋଲିସକୁ ଜନତା ପିଟିବାର ଖବର ସାମନାକୁ ଆସୁଛି। କିନ୍ତୁ ଦେଶରେ ଏଭଳି ଏକ ରାଜ୍ୟ ଅଛି ଯାହାର ପୋଲିସ କର୍ମୀମାନେ ଦିନକୁ ୯ ଥର ମାଡ ଖାଇଥାନ୍ତି। ତେବେ ଏହି ତଥ୍ୟ ଖୋଦ ସେହି ରାଜ୍ୟର ପୋଲିସ ବିଭାଗ ରିଲିଜ କରିଛି।

ବିହାର (Bihar) ରେ ପୋଲିସ କର୍ମଚାରୀଙ୍କୁ ମାଡମରା ଖବର ସାଧାରଣ କଥା। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ମାଡ଼ ହୋଇଥାଏ। ଆଉ ଏହି ଖବରଗୁଡିକର ବିହାର ପୋଲିସର ବିଶ୍ୱସନୀୟତା ଉପରେ ସବୁଠାରୁ ବଡ ପ୍ରଭାବ ପଡିଛି। ବିହାରରେ ଖାକି ପୋଷାକଧାରୀ (Police) ଙ୍କ ଖାତିରି ଏତେ ଦୁର୍ବଳ ହୋଇଯାଇଛି ଯେ, ବର୍ତ୍ତମାନ ଅପରାଧୀମାନେ ପୋଲିସକୁ ଭୟ କରିବା ବନ୍ଦ କରି ଦେଇଛନ୍ତି।

Also Read: Today fuel Price : ତେଲ ଦର ୧.୫% କମିଲା, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ରେଟ୍?

ରାଜ୍ୟ ପୋଲିସ ବିଭାଗର ତଥ୍ୟାନୁସାରେ, ଚଳିତବର୍ଷ ଜାନୁଆରୀରୁ ମେ ଭିତରେ ବିହାରରେ ପୋଲିସ ଉପରେ ୧୨୯୭ ଥର ଆକ୍ରମଣ ହୋଇଛି। ଯଦି ମାସିକ ହାରରେ ଦେଖାଯାଏ କେତେବ ଏହା ୨୫୯ ହେବ। ଆଉ ପରିସଂଖ୍ୟାନ ଅନୁସାରେ ଦୈନିକ ହାରାହାରି ୮.୬୪ ଥର ପୋଲିସ ଉପରେ ଆକ୍ରମଣ ହୋଇଛି। ଅର୍ଥାତ୍ ଗତ ପାଞ୍ଚମାସରେ ଦିନକୁ ପ୍ରାୟ ୯ ଥର ଲେଖଏଁ ବିହାର ପୋଲିସ ଉପରେ ଆକ୍ରମଣ (Attack) କରାଯାଇଛି। 

୨୦୨୨ ମସିହାର ପ୍ରଥମ ମାସରେ ବିହାର ପୋଲିସ (Bihar Police) ଉପରେ ସର୍ବାଧିକ ଆକ୍ରମଣ ହୋଇଛି। ଜାନୁଆରୀରେ ବିହାର ପୋଲିସ ଉପରେ ୩୭୪, ଫେବୃଆରୀରେ ୨୧୧, ମାର୍ଚ୍ଚରେ ୨୨୭, ଏପ୍ରିଲରେ ୧୯୦ ଏବଂ ମେ ମାସରେ ୨୯୫ ଥର ଆକ୍ରମଣ କରାଯାଇଛି। ବିହାର ପୋଲିସ ଉପରେ ଅଧିକାଂଶ ଆକ୍ରମଣ 'ଅପରେସନ୍ ପ୍ରହାର' ସମୟରେ ଦେଖିବାକୁ ମିଳିଛି। ରାଜ୍ୟରେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ବିହାର ପୋଲିସ 'ଅପରେସନ୍ ପ୍ରହାର' ଆରମ୍ଭ କରିଛି। 

Also Read: ବଢିଲା ଚିନ୍ତା! ଅଧା ଜୁନରେ ନିଅଣ୍ଟିଆ ବର୍ଷା, ରଜ ପରେ ଭିଜିବ ଓଡ଼ିଶା

 

'ଅପରେସନ୍ ପ୍ରହାର' (Operation Prahar) ସମୟରେ ପୋଲିସ ଉପରେ ଆକ୍ରମଣ ହୋଇଛି ସତ କିନ୍ତୁ ଅଭିଯାନ ସଫଳ ମଧ୍ୟ ହୋଇଛି। ଜାନୁଆରୀରୁ ମେ ମଧ୍ୟରେ ମୋଟ ୨୭୦୫୭ ଜଣ ଅପରାଧୀ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ, ଏହି ଆକ୍ରମଣଗୁଡିକ ମଧ୍ୟରୁ ଅଧିକାଂଶ ମଦ ମାଫିଆ ଦ୍ୱାରା କରାଯାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ପୋଲିସ ଉପରେ ଆକ୍ରମଣର ଅଧିକ ଘଟଣା ଦେଖିବାକୁ ମିଳିଛି।

୨୦୨୧ ଅଗଷ୍ଟର ତଥ୍ୟାନୁସାରେ, ଦେଶରେ ମୋଟ ୨୦.୯୧ ଲକ୍ଷ ପୋଲିସ କର୍ମୀ ଥିଲେ। ସେମାନଙ୍କ ମଧ୍ୟରେ ମାତ୍ର ୧୦.୩୦ ପ୍ରତିଳତ ମହିଳା କର୍ମୀ ନୁଯୁକ୍ତ ହୋଇଥିଲେ। ବିହାରରେ ୯୧,୮୬୨ ପୋଲିସ କର୍ମୀଙ୍କ ମଧ୍ୟରେ ୨୩,୨୪୫ ଜଣ ମହିଳା ଥିଲେ, ଯାହା ଜାତୀୟ ହାର ଠାରୁ ଅଧିକ। ଉତ୍ତର ପ୍ରଦେଶରେ ମୋଟ ୩.୦୩ ଲକ୍ଷ ପୋଲିସ ପଦବୀ ମଧ୍ୟରୁ ସର୍ବାଧିକ ୨୯୧୧୨ ଜଣ ମହିଳା ପୋଲିସ ଥିବା ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରାଳୟ ସୂଚନା ଦେଇଥିଲା।