Trending Photos
)
ସମ୍ବଲପୁର: ପୂର୍ବ ଶତ୍ରୁତାକୁ ନେଇ ନିଜ ପିଉସା ପୁଅ ଭାଇ କୁ ହତ୍ୟା କଲେ ଭାଇ। ସମ୍ବଲପୁର ଯୁଜୁମୁରା ଥାନା ଅନ୍ତର୍ଗତ ଟାମ୍ପରଗଡ଼ ପଞ୍ଚାୟତର ତଳିମାଲ ଗାଁରେ ଘଟିଛି ଏମିତି ଏକ ଘଟଣା।
ମିଳିଥିବା ସୂଚନା ମୁତାବକ ଜମି ବାଡ଼ି ବିବାଦକୁ ନେଇ ୨ ସମ୍ପର୍କୀୟ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବା ବେଳେ ପ୍ରଶାନ୍ତ ମୁଣ୍ଡା ଓ ତାଙ୍କ ନାବାଳକ ଭାଇ ତାଙ୍କର ପିଉସା ପୁଅ ଭାଇ ବିଳାସନ ମୁଣ୍ଡା (୨୮)କୁ ଟାଙ୍ଗିଆରେ ହାଣୀ ଗାଁ ଦାଣ୍ଡରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଜଣେ ଭଉଣୀ ଦୀର୍ଘ ଦିନ ହେଲା ଅସୁସ୍ଥ ରହୁଥିଲେ। ତେଣୁ ତାଙ୍କ ଭଉଣୀ ସହିତ ଗୁଣିଗାରେଡି କରିଥିବାର ସନ୍ଦେହ କରି ଅଭିଯୁକ୍ତ ୨ ଭାଇ ଏହି ହତ୍ୟା କରିଥିବାର ଗାଁରେ ଚର୍ଚ୍ଚା ହେଉଛି। ଯୁଜୁମୁରା ଥାନାରେ ୨ ଜଣ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ।