ଭୀମସାରେ ହାଇଦର ଚିକିତ୍ସା ପ୍ରସଙ୍ଗ ; ଅଧିକ୍ଷକ ଲାଲ ମୋହନ ସାରଙ୍କ U-turn
Advertisement

ଭୀମସାରେ ହାଇଦର ଚିକିତ୍ସା ପ୍ରସଙ୍ଗ ; ଅଧିକ୍ଷକ ଲାଲ ମୋହନ ସାରଙ୍କ U-turn

ଆଡ଼ମିଶନ ଓ ରେଫର ଟିକେଟ ହସ୍ତଗତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ବୁର୍ଲା (Burla) ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ। ସେ ଘଡିକେ ଥରେ ନିଜ ମତ ବଦଲାଉଛନ୍ତି।

ଡିଜାଇନ ଫଟୋ
ସମ୍ବଲପୁର: ଭୀମସାର ଅଧିକ୍ଷକଙ୍କ କଥାରେ ନାହିଁ ତାଳମେଳ। ଗ୍ୟାଙ୍ଗଷ୍ଟର ହାଇଦରର ହସ୍ପିଟାଲ ଆଡ଼ମିଶନ ଓ ରେଫର ଟିକେଟ  ହସ୍ତଗତ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ବୁର୍ଲା (Burla) ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ। ସେ ଘଡିକେ ଥରେ ନିଜ ମତ ବଦଲାଉଛନ୍ତି। 
 
ପୂର୍ବରୁ ହାଇଦର ଭିମସାର (Vimsar) ରେ ଚିକିତ୍ସିତ ହେଉନଥିବା ଓ ତାକୁ କଟକ ବଡ଼ ମେଡିକାଲକୁ ରେଫର କରା ହୋଇନଥିବା ପ୍ରକାଶ କରିଥିଲେ। କିନ୍ତୁ ହସ୍ପିଟାଲ ରେଜିଷ୍ଟର ଡାଟା ପ୍ରଘଟ ହେଲା ପରେ ଏବେ ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ ନିଜ ମତ ବଦଳାଇଛନ୍ତି। ହାଇଦରକୁ ଉନ୍ନତ ଚିକିତ୍ସା ନିମନ୍ତେ କଟକ (Cuttack) ରେଫର ହେବା ପାଇଁ ପରାମର୍ଶ ଦିଆ ଯାଇଥିଲା ବୋଲି ସେ କହିଛନ୍ତି। 
 
 
ସେ ପୁଣି କହିଛନ୍ତି ଯେ, ରେଫର ଓ ପରାମର୍ଶ ଦୁଇଟି ଭିନ୍ନ ଶବ୍ଦ। ଆଗରୁ ହାଇଦର (Haider) କୁ ଉନ୍ନତ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଥିଲା କିନ୍ତୁ ରେଫର କରାଯାଇଛି ବୋଲି କୁହାଯାଇନଥିଲା। ହାଇଦର ପ୍ରତି ମାସରେ ଥରେ ରୁଟିଂ ଚେକପ ନିମନ୍ତେ ଭିମସାରକୁ ଆସୁଥିବା ଅଧିକ୍ଷକ ପ୍ରଫେସର ନାୟକ ପ୍ରକାଶ କରିଛନ୍ତି।