ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ !

 ଜିଲ୍ଲାର ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର-ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରୁ ସମ୍ବଲପୁରର ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି ।

ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ !
ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ୱଲପୁର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । ଜିଲ୍ଲାର ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର-ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରୁ ସମ୍ବଲପୁରର ରେମେଡ ଛକର ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ନରେଶ ଆଜି(ଶୁକ୍ରବାର) ତାଙ୍କର ଡ୍ରାଇବର ସହ ନିଜ କାରରେ ଯାଉଥିବା ବେଳେ ଶାସନ ଛକରେ କୌଣସି କାମରେ ଅଟକି ଥିଲେ । ସେହି ସମୟରେ ନିଜ ଡ୍ରାଇଭରକୁ କୌଣସି କାର୍ଯ୍ୟ ପାଇଁ ପଠାଇ ଥିଲେ । ଏହି ସମୟରେ ସେ କାରରେ ଏକା ଥିବା ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିବା ଶାସନ ଥାନାରେ ଅଭିଯୋଗ ହୋଇଛି ।