ପାଣି ପିଉଥିଲେ ବ୍ୟବସାୟୀ, ରୁପା ଭର୍ତ୍ତି ବ୍ୟାଗ ଧରି ଦୁର୍ବୃତ୍ତ ଚମ୍ପଟ
Advertisement

ପାଣି ପିଉଥିଲେ ବ୍ୟବସାୟୀ, ରୁପା ଭର୍ତ୍ତି ବ୍ୟାଗ ଧରି ଦୁର୍ବୃତ୍ତ ଚମ୍ପଟ

ବ୍ୟବସାୟୀ ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁଯ

ପାଣି ପିଉଥିଲେ ବ୍ୟବସାୟୀ, ରୁପା ଭର୍ତ୍ତି ବ୍ୟାଗ ଧରି ଦୁର୍ବୃତ୍ତ ଚମ୍ପଟ

କନ୍ଧମାଳ: ଦିନ ଦିପହରେ ରୁପା ବ୍ୟବସାୟୀ ଗାଡି ରଖି ପାଣି ପିଇବା ସମୟରେ ଗାଡ଼ିରୁ ରୁପା ଲୁଟିନେଲେ ଦୁର୍ବୃତ୍ତ। ଶୁକ୍ରବାର ଏଭଳି ଘଟଣା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଅଲାରୀ ଛକରେ ଦେଖିବାକୁ ମିଳିଛି। ବ୍ୟବସାୟୀ ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।

ସିମନବାଡ଼ି ଗ୍ରାମର ରୁପା ବ୍ୟବସାୟୀ (Silver Bussiness) ଯୁଧିଷ୍ଠିର ସେନାପତି, ତିଲୋରୀ ଗ୍ରାମ ଆଡୁ ନିଜର ରୁପା ବ୍ୟବସାୟ କାମ ସାରି ଅପରାହ୍ଣରେ ଫେରୁଥିବା ସମୟରେ ଅଲାରୀ ଛକ ନିକଟରେ ଶୋଷ ଲାଗିଥିଲା। ଏହାପରେ ସେ ରୁପା ଭର୍ତ୍ତି ବ୍ୟାଗଟିକୁ ଗାଡ଼ିରେ ରଖି ଛକରେ ଥିବା ଏକ ଦୋକାନରେ ପାଣି ପିଉଥିଲେ। ହେଲେ ପାଣି ପିଇବା ସମୟରେ ଏକ କଳା ଆପାଚି ବାଇକରେ ହଠାତ ଦୁଇ ଜଣ ଦୁର୍ବୃତ୍ତ ଆସି ଗାଡିରେ ଥିବା ରୁପା ବ୍ୟାଗ ଭର୍ତ୍ତି ବ୍ୟାଗଟିକୁ ନେଇ ସିମନବାଡ଼ି ରାସ୍ତା ଆଡ଼କୁ ଚାଲିଯାଇଥିଲେ।

Also Read: ରେଳ ଧାରଣାରେ ମୃତଦେହ: ରାତିରେ ଖବର, ସକାଳେ ଉଦ୍ଧାର

ବ୍ୟାଗରେ ୮ ଶହ ଗ୍ରାମର ରୁପା, ଗୋଡ଼ ମୁଦି, ହାତ ମୁଦି, ନାକ ଫୁଲ ସହ ଅନ୍ୟାନ୍ୟ ଜିନିଷ ରହିଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଯୁଧିଷ୍ଠିର ସେନାପତି କହିଛନ୍ତି। ବ୍ୟାଗଟିକୁ ଧରି ଦୁର୍ବୃତ୍ତମାନେ ଦ୍ରୁତଗତିରେ   ପଳାଇଥିବା ବେଳେ ଅଳ୍ପ ସମୟ ମଧ୍ୟରେ ଉଭାନ ହୋଇଯାଇଥିଲା। ଏହାପରେ ଯୁଧିଷ୍ଠିର ସେନାପତି ଦାରିଙ୍ଗବାଡ଼ି ପୋଲିସ (Daringibadi police) କୁ ସୂଚନା ଦେଇଥିଲେ। ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ସୌମ୍ୟରଞ୍ଜନ ଜେନା ସଦଳ ବଳ ନେଇ  ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।