ପୁରୁଷ ବନ୍ଧୁ ଘରୁ ଯିବା ପରେ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଯୁବତୀ। ପରୁଷ ବନ୍ଧୁ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ନଥିବାରୁ ଶେଷରେ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଯୁବ ଇଂଜିନିୟର।
Trending Photos
)
ସରୋଜ ବେହେରା, ଭୁବନେଶ୍ୱର: କୋରୋନା ସଂକଟ (Corona Crisis) ବେଳେ ରାଜଧାନୀରେ ମାତିଛନ୍ତି ଲେଡି ବ୍ଲାକମେଲର (Lady Blackmailer)। ସହଯୋଗୀଙ୍କ ସହ ମିଶି ରାଜଧାନୀରେ ଯୁବକଙ୍କୁ କରୁଛନ୍ତି ବ୍ଲାକମେଲ୍ (Blackmail)। ପ୍ରଥମେ ଫେସବୁକ (Facebook), ପରେ ଚାଟିଂ (Chating), ଶେଷରେ ମଜାମସ୍ତି। ସମୟକୁ ଅପେକ୍ଷା କରିୁ ନିଜ ଜାଲରେ ଫସାଇ ଯୁବକଙ୍କୁ ମାଗୁଛନ୍ତି ଟଙ୍କା। ଏଭଳି ଜଣେ ଯୁବତୀଙ୍କ ସହ ବୁଲି ସମୟ ବିତାଇବା ଭାରି ପଡିଛି ଭୁବନେଶ୍ୱରର ଜଣେ ଆଇଟି ଇଂଜିନିୟରଙ୍କୁ (IT Engineer)।
ପୁରୁଷ ବନ୍ଧୁ ଘରୁ ଯିବା ପରେ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଯୁବତୀ। ପରୁଷ ବନ୍ଧୁ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ନଥିବାରୁ ଶେଷରେ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଯୁବ ଇଂଜିନିୟର। ମାନ୍ୟବର ହାଇକୋର୍ଟ ଅଭିଯୋଗର ଶୁଣାଣୀ କରି ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ମହିଳା ବ୍ଲାକ ମେଲରଙ୍କ ବ୍ଲାକମେଲିଂ ଅଡିଓ ଏବେ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏପଟେ କୋର୍ଟରୁ ନିର୍ଦ୍ଦେଶନାମା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି (Bhubaneswar DCP)।
ଭୁବନେଶ୍ୱରର ଜଣେ ଆଇଟି ଇଞ୍ଜିନିୟର ବ୍ଲାକମେଲିଂର ଶିକାର ।
ଲେଡି ବ୍ଲାକମେଲର କେମିତି ତାଙ୍କୁ ବ୍ଲାକମେଲ କରିଛନ୍ତି ସେହି ଅଡିଓ ଆପଣ ବି ଥରେ ଶୁଣି ନିଅନ୍ତୁ... pic.twitter.com/oMYMnBMowf
— ZEE Odisha (@ZeeOdisha) October 30, 2020
ଲକ ଡାଉନ ବେଳେ ଟଙ୍କା ଆଦାୟ ପାଇଁ ବ୍ଲାକ ମେଲିଂ। ପୁରୁଷ ବନ୍ଧୁଙ୍କୁ ଫସାଇ ଟଙ୍କା ମାଗିବା ଆରମ୍ଭ କରିଛନ୍ତି ଯୁବତୀ। ଟଙ୍କା ନଦେଲେ ଦୁଷ୍କର୍ମ ମାମଲାରେ ଫସାଇ ଦେବାକୁ ଦେଉଛନ୍ତି ଧମକ। ଲେଡି ବ୍ଲାକମେଲରଙ୍କ ଧମକ ଭରା ଅଡିଓ ଏବେ ହୋଇଛି ଭାଇରାଲ। ରାଜଧାନୀରେ ଲେଡି ବ୍ଲାକମେଲର ଗ୍ୟାଙ୍ଗକୁ ନେଇ ଚାରିଆଡେ ଚର୍ଚ୍ଚା। ରାଜଧାନୀରେ ଏଭଳି କିଛି ମାତିଛନ୍ତି ଲେଡି ବ୍ଲାକମେଲର। ସୋସିଆଲ ମିଡିଆରେ ବନ୍ଧତ୍ୱ (Social Media Friendship) ପରେ ଦେଖା ସାକ୍ଷାତ ଓ ପରେ ଟାଇମପାସ (Timepass)।
ଏହା ପରେ ହେଉଛି ବ୍ଲାକ ମେଲିଂ (Blackmailing)। ଯାହାର ଫାସରେ ପଡିଛନ୍ତି ରାଜଧାନୀର ଜଣେ ଯୁବ ଇଞ୍ଜିନିୟର। ୩ ମାସର ଦେଖା ପରେ ଘରକୁ ଡାକିଥିଲେ ମହିଳା ଜଣକ। ପୁରୁଷ ବନ୍ଧୁ ଏକା ନଯାଇ ସାଙ୍ଗରେ ଯାଇଥିଲେ ଆଉ ଜଣେ ପୁରୁଷ ବନ୍ଧୁ। ଘରୁ ଫେରିବା ପରେ ଅଜଣା ନମ୍ବରରୁ ଆସିଥିଲା ତାଙ୍କ ନିକଟକୁ ଫୋନ କଲ୍। ଭଉଣୀ ସହ ଦୁଷ୍କର୍ମ କରିଛ ଏହାର ଫଳ ଭୋଗିବାକୁ ପ୍ରସ୍ତୁତ ଥାଓ ବୋଲି ମିଳିଥିଲା ଧମକ। ଜେଲ ଯିବାକୁ ଚାହୁଁ ନଥିଲେ ୫୦ ଲକ୍ଷ ଟଙ୍କା ଦେବାକୁ ମିଳିଥିଲା ଧମକ।
ଭୟରେ ଥିବା ଯୁବକ ଜଣକ ଏ ନେଇ ଡିସିପିଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ବାଧ୍ୟ ହୋଇ ସେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ। ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ।
ଆଇନରେ ଥିବା ଗଳାବାଟକୁ ନେଇ ଅନେକ ସମୟରେ ଅନେକ ଲୋକ ଅପବ୍ୟବହାର କରିଥାନ୍ତି। ମହିଳାଙ୍କ ପାଇଁ ଭାରତୀୟ ଆଇନ ବ୍ୟବସ୍ଥା ସାମାନ୍ୟ କୋହଳ ରହିଥାଏ। ଏଭଳି ପରିସ୍ଥିତିରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯଦି ନକରେ ତାହେଲେ ଦୋଷୀ ନିର୍ଦ୍ଦୋଶରେ ଖଲାସ ହୋଇଯାଉଥିବା ବେଳେ ନିର୍ଦ୍ଦୋଷ ଫସିଯାଏ। ଘଟଣା ସମ୍ପର୍କରେ ଯଦିଓ ହାଇକୋର୍ଟରୁ ନୋଟିସ ପହଞ୍ଚି ନାହିଁ। ନୋଟିସ ପହଞ୍ଚିବା ପରେ ଘଟଣାର ଅନୁଧ୍ୟାନ କରାଯିବ ବୋଲି ଡିସିପି କହିଛନ୍ତି।