ତାମିଲନାଡୁରେ ପୋଲିସ ହେପାଜତରେ ବାପା-ପୁଅଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ
Advertisement

ତାମିଲନାଡୁରେ ପୋଲିସ ହେପାଜତରେ ବାପା-ପୁଅଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ

ସୂଚନାଯୋଗ୍ୟ, ପୋଲିସ ହେପାଜତରେ ବାପା ଓ ପୁଅଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଜାରି ରହିଛି । ଅଭିନେତା-ରାଜନେତା କମଲ ହାସନ ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ଉପରେ ଆକ୍ରମଣ କରିଛନ୍ତି ।

ତାମିଲନାଡୁରେ ପୋଲିସ ହେପାଜତରେ ବାପା-ପୁଅଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ତାମିଲନାଡୁର ତୁତିକୋରିନରେ ପୋଲିସର ଅତ୍ୟାଚାର ପରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟଣାର ତଦନ୍ତ ବର୍ତ୍ତମାନ ସିବିଆଇ କରିବ । ପୋଲିସ ହେପାଜତରେ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ଦେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ କେ ପାଲାନିସାମି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ପଲାନିସାମି କହିଛନ୍ତି ଯେ, ମାଡ୍ରାସ ହାଇକୋର୍ଟଙ୍କ ଅନୁମୋଦନ ପାଇବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ । 

ସୂଚନାଯୋଗ୍ୟ, ପୋଲିସ ହେପାଜତରେ ବାପା ଓ ପୁଅଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଜାରି ରହିଛି । ଅଭିନେତା-ରାଜନେତା କମଲ ହାସନ ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ଉପରେ ଆକ୍ରମଣ କରିଛନ୍ତି ।

କମଲ ହାସନ ଏହି ମାମଲାରେ ମୁଖ୍ୟମନ୍ତ୍ରୀ କେ ପାଲାନିସାମୀଙ୍କୁ 'ମୁଖ୍ୟ ଅଭିଯୁକ୍ତ' ବୋଲି ବର୍ଣ୍ଣନା କରିଛନ୍ତି । ଗତ ଶୁକ୍ରବାର(ଜୁନ ୧୯)ରେ ତୁତିକୋରିନରେ ନିଜ ମୋବାଇଲ ଦୋକାନ ଅନୁମତିପ୍ରାପ୍ତ ସମୟ ଠାରୁ ଅତିରିକ୍ତ ସମୟ ଖୋଲା ରଖିବାରୁ ବାପା ପି ଜୟରାଜ  ଓ ପୁଅ ବେନିକ୍ସଙ୍କୁ ଗିରଫ କରାଯାଇଥିଲା । ପରେ ପୋଲିସ୍ ହେପାଜତରେ ନିର୍ଯାତନା ହେତୁ ଉଭୟ ମୃତ୍ୟୁ ବରଣ କରିଥିଲେ ।

କମଲ ହାସନ ଓ ତାମିଲ ସୁପରଷ୍ଟାର ରଜନୀକାନ୍ତ ଆଜି(ସୋମବାର) ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି । କମଲ ହାସନ କହିଛନ୍ତି, ସରକାର ଓ ମୁଖ୍ୟମନ୍ତ୍ରୀ ଯିଏ ପୋଲିସ ହତ୍ୟାକୁ ଅନ୍ଧ ଭାବେ ସମର୍ଥନ କରୁଛନ୍ତି, ସେ ମଧ୍ୟ ମୁଖ୍ୟ ଅଭିଯୁକ୍ତ । ଯେଉଁମାନେ ଏହି ଅପରାଧ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । କମଲ ହାସନ କହିଛନ୍ତି, ତାମିଲନାଡୁ ସରକାର ପୋଲିସର ଉଗ୍ରବାଦୀ ମନୋଭାବକୁ ସମର୍ଥନ କରି ଆତଙ୍କବାଦକୁ ଅନୁମତି ଦେଇଛନ୍ତି ।