)
ନୂଆଦିଲ୍ଲୀ: କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଅଧିକାଂଶ ବିଦ୍ୟାର୍ଥୀ ଅନଲାଇନ୍ କ୍ଲାସ୍ କରୁଛନ୍ତି । ଆଜିକାଲି ଅନଲାଇନ୍ ମିଟିଂ ଏବଂ କ୍ଲାସ୍ ପାଇଁ ଜୁମ୍(Zoom) ଆପ୍ ବହୁତ ବ୍ୟବହୃତ ହେଉଛି । କିନ୍ତୁ ଏହି ଜୁମ୍ ଆପରେ କ୍ଲାସ୍ କରିବାବେଳେ ୬୦ ପିଲା ସେହି ସମୟରେ ଡରିଗଲେ, ଯେତେବେଳେ ହଠାତ୍ ଅଶ୍ଳୀଳ ଭିଡିଓ ବା ପର୍ଣ୍ଣ ଭିଡିଓ ଚାଲିବା ଆରମ୍ଭ କରିଥିଲା ।
ବିବିସି ଅନୁଯାୟୀ, ଏହି ଘଟଣା ଲଣ୍ଡନରୁ ଆସିଛି । ଯେଉଁଠାରେ ପିଲାମାନେ ଜୁମରେ ଅନଲାଇନ୍ ପଢୁଥିଲେ, ସେହି ସମୟରେ ହ୍ୟାକିଂ ମାଧ୍ୟମରେ ହ୍ୟାକର ଆପରେ ଏକ ଅଶ୍ଳୀଳ ଭିଡିଓ ଚଳାଇଥିଲେ । ସେହି ସମୟରେ ଶିଶୁ ଏବଂ ଯୁବକ ପ୍ରତିଯୋଗୀମାନେ ଜୁମ୍ ଆପ୍ ମାଧ୍ୟମରେ ଫିଟନେସ୍ କ୍ଲାସ୍ ନେଉଥିଲେ ।
ସ୍ଥାନୀୟ ପୋଲିସର କହିବାନୁସାରେ, ହ୍ୟାକରଙ୍କ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ କିନ୍ତୁ ସେ ଏକ ଅନଲାଇନ୍ ପୋର୍ଟାଲରୁ ଜୁମ୍ କଲର ତଥ୍ୟ ନେଇଥିଲେ । ଯେଉଁଠାରେ ଏହା ପ୍ରକାଶିତ ହୋଇଥିଲା ।
ଏହି ଘଟଣାର ଅନୁସନ୍ଧାନ କରୁଥିବା ଜଣେ ଅଧିକାରୀ କହିଛନ୍ତି, "ଆମେ ପ୍ଲାୟମାଉଥ ସେଫଗାର୍ଡିଂ ଚିଲଡ୍ରେନ ପାର୍ଟନରଶିପ ସହ ମିଶି କାମ କରୁଛୁ । ମୋର ଅନୁରୋଧ ଯେ ଯଦି ଆପଣ ଏହା ଦ୍ୱାରା ପ୍ରଭାବିତ ହୁଅନ୍ତି, ତେବେ ଆପଣ ଆଗକୁ ଆସନ୍ତୁ ଏବଂ ଆମକୁ କୁହନ୍ତୁ ଯେ ଆପଣ କିଏ । ଯାହା ଦ୍ୱାରା ଆମେ ଆପଣଙ୍କୁ ଆବଶ୍ୟକ ପରାମର୍ଶ ଏବଂ ସମର୍ଥନ ଯୋଗାଇବା ପାଇଁ ।"
ପୋଲିସ ଅଧିକାରୀମାନେ ଲୋକଙ୍କୁ ସେମାନଙ୍କ ଉପକରଣର ସୁରକ୍ଷା ସେଟିଂ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି । ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ NSPCC ଗଣମାଧ୍ୟମକୁ କହିଛି ଯେ. ଜୁମରେ ଶିଶୁ ଯୌନ ଶୋଷଣର ଅନେକ ଫଟୋ ଦେଖାଯାଇଛି । ଯାହା ଚିନ୍ତାର ବିଷୟ ।