ପ୍ରେମ ବେପାରରୁ ଗୋଷ୍ଠୀ ସଙ୍ଘର୍ଷ, ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର
Advertisement

ପ୍ରେମ ବେପାରରୁ ଗୋଷ୍ଠୀ ସଙ୍ଘର୍ଷ, ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର

 

ପ୍ରେମ ବେପାରକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଥିବା ବେଳେ  ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଛି। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି।

ପ୍ରତିକାତ୍ମକ ଫଟୋ

 

ବ୍ରହ୍ମପୁର: ପ୍ରେମ ବେପାରରୁ ଗୋଷ୍ଠୀ ସଙ୍ଘର୍ଷ। ଗାଁ ଦାଣ୍ଡ ପାଲଟିଲା ରଣକ୍ଷେତ୍ର। ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ବ୍ରାହ୍ମଣ ଛାଇ ଗ୍ରାମରେ ଗତ କିଛି ବର୍ଷ ଧରି ଲାଗି ରହିଥିବା ରାଜନୈତିକ ହିସାଂକାଣ୍ଡ ପୁଣି ଥରେ ଉଗ୍ର ରୂପ ନେଇଛି।  

ପ୍ରେମ ବେପାରକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଥିବା ବେଳେ  ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଛି। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଗ୍ରାମର ସରପଞ୍ଚଙ୍କ ସମେତ ଉଭୟ ଗୋଷ୍ଠୀର ୯ ଜଣ ଗୁରୁତର ଆହତ ହୋଇଛନ୍ତି। 

Also Read: ଗରିବ ଶ୍ରମିକଙ୍କୁ ପ୍ରଥମେ କୋରୋନା ଆଉ ଏବେ ଦଲାଲ କରୁଛନ୍ତି ନିର୍ଯାତନା

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।