ପୋଲିସ କବଜାରେ ଡି-ବ୍ରଦର୍ସଙ୍କ ବାସଭବନ, ମିଳିଲା ବିପୁଳ ଗୁଳି-ବନ୍ଧୁକ
Advertisement

ପୋଲିସ କବଜାରେ ଡି-ବ୍ରଦର୍ସଙ୍କ ବାସଭବନ, ମିଳିଲା ବିପୁଳ ଗୁଳି-ବନ୍ଧୁକ

ପୁଣି ଧଳ ସାମନ୍ତ ବଦର୍ସ ଘରେ କମିଶନରେଟ ପୋଲିସ । ମିଲିଲା ୫ ଶହ ଅଫୁଟା ଗୁଳି, ୭ ବନ୍ଧୁକ। ସିଡିଏ୬ ନଂ ଘର ଏବେ ପୋଲିସ କବଜାରେ ।

ପୋଲିସ କବଜାରେ ଡି-ବ୍ରଦର୍ସଙ୍କ ବାସଭବନ

ଜଗନ୍ନାଥ ପାତ୍ର, କଟକ: ପୁଣି କମିଶନରେଟ ପୋଲିସର କବଜାରେ ଧଳ ସାମାନ୍ତ ବଦର୍ସଙ୍କ ସିଡିଏ ୬ ସ୍ଥିତ ଘର। ଏହି ଘରୁ ମିଲିଛି ପୁଲାଏ ପୁଲାଏ ଗୁଳି ଓ ବନ୍ଧୁକ। ଏ ସବୁକୁ ଘରର ଇଣ୍ଟିରିୟର ଡିଜାଇନ ଭିତରେ ଲୁକାୟତ ଅବସ୍ଥାରେ ରଖାଯାଇଥିଲା। ପୋଲିସର ଖୋଲତାଡ ବେଳେ ମିଲିଛି ୫ ଶହରୁ ଊର୍ଦ୍ଧ୍ୱ ଗୁଳି ଓ ୭ଟି ବନ୍ଧୁକ ମିଳିଛି।

କଟକ କମିଶନରେଟ ପୋଲିସ ଗତ କିଛି ଦିନ ଧରି ଧଳ ସାମନ୍ତ ବଦର୍ସ ଲିଙ୍କରେ ଅନେକ ସହଯୋଗୀଙ୍କୁ ଉଠାଇନେଇ ଥିଲା। ବୁଧବାର ରାତିରେ ଏକ ବିଶେଷ ସୁତ୍ରରୁ ଖବର ମିଲିବା ପରେ ଚୌଦ୍ୱାର ଥାନା ପୋଲିସ ୩ ଜଣଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ମଧ୍ୟ ଗୁଳି ଓ ବନ୍ଧୁକ ମିଳିଥିଲା। ଧଳ ସାମନ୍ତ ବଦର୍ସଙ୍କ ଲିଙ୍କରେ ଏହି ୩ ଜଣ ଥିବା ପୋଲିସ ଜଣିବାକୁ ପାଇଥିଲା।

fallback

ସେହି ଅଟକ ୩ ସହଯୋଗୀଙ୍କ ଠାରୁ ଧଳ ସାମନ୍ତଙ୍କ ଘରେ ବନ୍ଦୁକ ଓ ଗୁଳି ରହିଥିବା ପୋଲିସ ଟେର ପାଇଥିଲା। ଏହାପରେ ଡିସିପି ପ୍ରତୀକ ସିଂଙ୍କ ଏକ ଟିମ ଗଠନ କରି ଗୁରୁବାର ସଂଧ୍ୟାରେ ସିଡିଏ ୬ ସ୍ଥିତ ବାସଭବନ ଉପରେ ଚଡାଉ କରିଥିଲା। ଏହି ଚଡାଉ ସମୟରେ ଘର ସାଜ୍ଜସଜ୍ଜା ପାଇ ଇଣ୍ଟିରିୟର ଡିଜାଇନକୁ ତାଡିବା ପରେ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିଥିଲା।

fallback

ଘରୁ ୫୦୦ରୁ ଊର୍ଦ୍ଧ୍ୱ ଗୁଳି ଓ ୭ଟି ବନ୍ଧୁକ ମିଳିବା ପରେ ପୋଲିସ ଖୋଳତାଡ ଜାରି ରଖିଛି। ଘରୁ ମାରଣାତ୍ସ୍ର ନୁହେଁ ୧୦ରୁ ଅଧିକ ମୋବାଇଲ ଫୋନ ମଧ୍ୟ ଜବତ କରିଛି। ଏବେ ସିଡିଏ ଘରକୁ ପୋଲିସ ନିଜ କବଜାକୁ ନେଇଛି। ଦରକାର ପଡ଼ିଲେ ଡି ବ୍ରଦରର୍ସକୁ ପୋଲିସ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

fallback

ଗତ ୨୦୧୬ ମସିହା ଜାନୁଆରୀ ୨୯ ତାରିଖରେ କମିଶନରେଟ ପୋଲିସ ଟିମ ସୁଶାନ୍ତ ଓ ସୁସିଲ ଧଳ ସାମନ୍ତ ବଦର୍ସକୁ ଗିରଫ କରିଥିଲା। ଡି-ବଦର୍ସ ଲିଙ୍କରେ ୩୦ ଅଧିକ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ମାମଲାରେ ଛନ୍ଦି ହୋଇଛନ୍ତି ଧଳ ବଦର୍ସ ।