Advertisement
Article Detail0/zeeodisha/odisha663274
Zee OdishaZee Odisha Crimeନୋଟରେ ନାକ ସଫା କରୁଥିବା ବ୍ୟକ୍ତି ଗିରଫ, ସୁଟ୍ କରିଥିଲା ଟିକଟକ୍ ଭିଡିଓ

ନୋଟରେ ନାକ ସଫା କରୁଥିବା ବ୍ୟକ୍ତି ଗିରଫ, ସୁଟ୍ କରିଥିଲା ଟିକଟକ୍ ଭିଡିଓ

ମହାରାଷ୍ଟ୍ରର ନାସିକର ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଭିଡିଓ ଅପଲୋଡ କରିବାର ଅଭିଯୋଗରେ ଗିରଫ କରାଯାଇଛି । ଯେଉଁଥିରେ ସେ ନୋଟ୍ ଚାଟିବା ସହ ନାକ ସଫା କରୁଥିବା ଦେଖିବାକୁ ମିଳିଛି ।

ନୋଟରେ ନାକ ସଫା କରୁଥିବା ବ୍ୟକ୍ତି ଗିରଫ, ସୁଟ୍ କରିଥିଲା ଟିକଟକ୍ ଭିଡିଓ

ନାସିକ: କୋରୋନା ଭାଇରସକୁ ଆଲ୍ଲାଙ୍କ ଏକ ଚମତ୍କାର ବୋଲି ବର୍ଣ୍ଣନା କରି ନୋଟରୁ ନାକ ସଫା କରିବାର ଏକ ଭିଡିଓ ସୁଟ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଲା । ନାସିକ ପୋଲିସ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରି ଗୁରୁବାର ତାଙ୍କୁ ଗିରଫ କରିଛି । ନାସିକ ପୋଲିସ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ନାସିକର ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଭିଡିଓ ଅପଲୋଡ କରିବାର ଅଭିଯୋଗରେ ଗିରଫ କରାଯାଇଛି । ଯେଉଁଥିରେ ସେ ନୋଟ୍ ଚାଟିବା ସହ ନାକ ସଫା କରୁଥିବା ଦେଖିବାକୁ ମିଳିଛି । ନାସିକ ପୋଲିସ ନିଜ ଟ୍ୱିଟରେ କହିଛି ଯେ, ନାସିକ ଗ୍ରାମୀଣ ପୋଲିସ (ମହାରାଷ୍ଟ୍ର ଗ୍ରାମୀଣ) ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ତାଙ୍କୁ ପୋଲିସ ଗିରଫ କରିଛି ।

ଜଣେ ଅଧିକାରୀ କହିଛନ୍ତି ଯେ ସୟଦ ଜାମିଲ ସୟିଦ ବାବୁଙ୍କୁ ଗତକାଲି ବିଳମ୍ବିତ ରାତିରେ ମାଲେଗାଓଁର ରାମଜାନପୁରା ପୋଲିସ ଗିରଫ କରିଛି । ଏହି ବ୍ୟକ୍ତି ଭିଡିଓରେ କହିଛନ୍ତି ଯେ, ମହାମାରୀ ଆହୁରି ତୀବ୍ର ହେବ। ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି  ପରେ ଆମେ ତାଙ୍କୁ ଗିରଫ କରିଛୁ । ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କୁ ୭ ଏପ୍ରିଲ ପର୍ଯ୍ୟନ୍ତ ମାଲେଗାଓଁ କୋର୍ଟ ଦ୍ୱାରା ପୋଲିସ ହେପାଜତକୁ ପଠାଯାଇଛି ।

Add Zee News as a Preferred Source
About the Author