ଦିଲ୍ଲୀ ହିଂସା: ୯ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଦାଖଲ ହୋଇଥିବା ଏହି ୩ ଏତଲାରେ ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ଏହି ସମସ୍ତ ୯ ଅଭିଯୁକ୍ତ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି ।

ଦିଲ୍ଲୀ ହିଂସା: ୯ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ
ଫାଇଲ ଫଟୋ

ନୂଆଦିଲ୍ଲୀ: ନର୍ଥ ଇଷ୍ଟ ଦିଲ୍ଲୀ ହିଂସା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ୩ ଚାର୍ଜସିଟ ଦାଖଲ କରିଛି । ଆଜି କଡକଡଡୁମା କୋର୍ଟରେ ଦାଖଲ ହୋଇଛି ଏହି ସବୁ ଚାର୍ଜସିଟ । କହିରଖୁଛୁ, ଗତ ୩ ମାର୍ଚ୍ଚ ୨୦୨୦ରେ ଗୋଲକପୁରୀ ଥାନାରେ ଦାଖଲ ହୋଇଥିବା ୩ ଏତଲାକୁ ନେଇ କ୍ରାଇମବ୍ରାଞ୍ଚ ଏହି ଚାର୍ଜସିଟ ଦାଖଲ କରିଛି । 

ଦାଖଲ ହୋଇଥିବା ଏହି ୩ ଏତଲାରେ ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ଏହି ସମସ୍ତ ୯ ଅଭିଯୁକ୍ତ ଏବେ ନ୍ୟାୟିକ ହେପାଜତରେ ଅଛନ୍ତି । କ୍ରାଇମବ୍ରାଞ୍ଚ ନିଜ ଚାର୍ଜସିଟରେ ଏମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଇତ୍ୟାଦି କଥା ଉଲ୍ଲେଖ କରିଛି ।

ଏଠାରେ କହିରଖୁଛୁ, ଚଳିତବର୍ଷ ଫେବୃଆରୀରେ ସିଏଏକୁ ବିରୋଧ କରି ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା । ଏହି ହିଂସାରେ ୫୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଶହରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ ।