ରକ୍ତରେ ଭାସୁଛି ବଲାଙ୍ଗୀର! ବଢୁଛି ଅପରାଧ, ନିଷ୍କ୍ରୀୟ ପୋଲିସ ପ୍ରଶାସନ
Advertisement

ରକ୍ତରେ ଭାସୁଛି ବଲାଙ୍ଗୀର! ବଢୁଛି ଅପରାଧ, ନିଷ୍କ୍ରୀୟ ପୋଲିସ ପ୍ରଶାସନ

ଗତ ଶନିବାର ଠାରୁ ମୋହନ ନିଖୋଜ ଥିଲା। ପରେ ତାକୁ ଅପହରଣ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ମୋବାଇଲରେ ମେସେଜ କରି ପୁଅ ବଦଳରେ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିବା ସହ ଅପହରଣକାରୀ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇଥିଲା। ମେସେଜ ସବୁ ହିନ୍ଦୀ ଭାଷା ଥିବା ବେଳେ ତାହା ଇଂରାଜୀରେ ଲେଖା ଯାଇଥିଲା। 

ପ୍ରତିକାତ୍ମକ ଫଟୋ

ପ୍ରଦୀପ୍ତ ମିଶ୍ର, ବଲାଙ୍ଗୀର: ରକ୍ତରେ ଭାସୁଛି ବଲାଙ୍ଗିର! ଗୋଟିଏ ପଟେ ଦହ ଦହ ତାତିରେ ଲୋକଙ୍କର ନିସ୍ତାର ନାହିଁ। ଏ ତାତି ଲୋକେ ସହି ପାରୁ ନ ଥିବା ବେଳ ଏବେ ବଲାଙ୍ଗିରରେ ହତ୍ୟାକଣ୍ଡର ଖବର ଶୁଣି ଲୋକଙ୍କ ମୁଣ୍ଡ ଗରମ ହୋଇଯାଇଛି। କୌଣସି ଗୋଟିଏ ଜାଗାର ନୁହଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି। କେଉଁଠି ଅପହରଣ ପରେ ହତ୍ୟା ତ, ଆଉ କେଉଁଠି ଜମି ବିବାଦକୁ ନେଇ ରକ୍ତର ନଦୀ ବହୁଛି। ଆଉ ସେପଟେ ଜିଲ୍ଲାରେ ବୃଦ୍ଧି ପାଉଥିବା ଅପରାଧକୁ ନେଇ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। 

ସୂଚନାନୁସାରେ ଗତ ୨୩ ତାରିଖ ଶନିବାର ଟିଟିଲାଗଡ଼ ସହର ସିରଭଟା ପଡାର ନବମ ଶ୍ରେଣୀ ଛାତ୍ର ମୋହନ କୁମାର ଟିଉସନ ଆସିଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ବି କିଛି ପତ୍ତା ମିଳିନଥିଲା। ଶେଷରେ ଟିଟିଲାଗଡ଼ ଥାନାରେ ନିଖୋଜ ନେଇ ମାମଲା ଦାଏର ହେବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା। ଆଉ ନିଖୋଜ ନୁହେଁ ନାବାଳକକୁ ଅପହରଣ କରାଯାଇଥିବା ନେଇ ପୋଲିସ ସୁରାକ ପାଇଥିଲା। ଶେଷରେ ପରିବାର ଲୋକଙ୍କ ସନ୍ଦେହ ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ସୁମିତ ବିହାରୀକୁ ଟିଟିଲାଗଡ଼ ଥାନାକୁ ଆଣି ପଚରା ଉଚରା ବେଳେ ସେ ନାବାଳକ ସମ୍ପର୍କୀୟ ଭାଇକୁ ହତ୍ୟା କରିବା ସହ ତା ବହି ବସ୍ତା ବ୍ୟାଗକୁ ପାଖରେ ଥିବା ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି l 

Also Read: ସମ୍ବଲପୁର ପୋଲିସ ପଞ୍ଝାରେ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ; ଜଣେ ମହିଳା ସମେତ ୭ ଗିରଫ

ସେପଟେ ଅପହରଣ କାରି ତଥା ହତ୍ୟାକାରୀକୁ ଫାଶୀ ଦେବା ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି। ଅପହରଣ ପରେ ହତ୍ୟାକରି ସୁମିତ ବିହାରୀ ଫେରାର ହୋଇଯାଇଥିଲା, ପରେ ମୃତକ ପରିବାର ସହ ମିଶି ଖୋଜିବାର ଅଭିନୟ ବି କରିଥିଲା। ହେଲେ ପୋଲିସ ହାତରୁ ଆସାମୀ ଖସି ପାରି ନ ଥିଲା। ଟିଟିଲାଗଡ଼ ପୋଲିସ ଏହି ଘଟଣା ଉପରୁ ପରଦା ଉଠାଇବା ରେ ସଫଳ ହୋଇଛି l ମୋହନ କୁମାରଙ୍କ ମୃତଦେହ ଉପରେ ବଡ଼ ବଡ଼ ପଥର ପଡ଼ିଥିଲା। ପ୍ରମାଣ ନଷ୍ଟ କରିବାକୁ ହତ୍ୟାକାରୀ ପଥରରେ ମୁଣ୍ଡକୁ ଛେଚି ଥିବା ସନ୍ଦେହ କରାଯାଉଛି। 

ଗତ ଶନିବାର ଠାରୁ ମୋହନ ନିଖୋଜ ଥିଲା। ପରେ ତାକୁ ଅପହରଣ କରାଯାଇଥିବା ସ୍ପଷ୍ଟ ହୋଇଥିଲା। ମୋବାଇଲରେ ମେସେଜ କରି ପୁଅ ବଦଳରେ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିବା ସହ ଅପହରଣକାରୀ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇଥିଲା। ମେସେଜ ସବୁ ହିନ୍ଦୀ ଭାଷା ଥିବା ବେଳେ ତାହା ଇଂରାଜୀରେ ଲେଖା ଯାଇଥିଲା। କିନ୍ତୁ ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ମୃତକଙ୍କ ସମ୍ପର୍କୀୟ ସୁମିତ ବିହାରୀ ଓ ତାର ଘର କଳାହାଣ୍ଡୀର କେସିଙ୍ଗା ଅଞ୍ଚଳରେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଆଉ ବିଭିନ୍ନ ସ୍ଥାନରେ ଚଢଉ କରି ସୁମିତକୁ ଗିରଫ କରିବାରେ ସଫଳ ମଧ୍ୟ ହୋଇଛି।

Also Read: ମଦ ଲୋଭରେ ଗଲା ଠିକାଦାରଙ୍କ ଜୀବନ, ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଠିକ ସେହିପରି ବଲାଙ୍ଗିର ଜିଲ୍ଲା ତୁସାରା ଅଂଚଳରେ ମଧ୍ୟ ଜମିବାଡି ବିବାଦକୁ ନେଇ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି l ଭୁଆଁପଡା ଗ୍ରାମ ଏହି ହତ୍ୟାକାଣ୍ଡ ଘଟିଛି। ସୀମାଞ୍ଚଲି ମାଝୀ ନାମକ ମହିଳାଙ୍କୁ ଗଲାକଟି ହତ୍ୟା କରାଯାଇ ଥିବା ଜଣାପଡିଛି। ଖବର ପାଇ ତୁସୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ନଭିନ କରିଛି। ସୀମାଞ୍ଚଲିଙ୍କ ମୃତଦେହ ଗାଁ ମୁଣ୍ଡର ରାସ୍ତାକଡରେ ପଡିଥିଲା। ଏହି ହତ୍ୟାକାଣ୍ଡରେ ପୋଲିସ ଜଣକୁ ଅଟକ ରଖିଥିବା ଜଣାପଡିଛି। ତେବେ କେଉଁଭଳି ପରିସ୍ଥିତିରେ ହତ୍ୟା କରାଯାଇଛି ତାହା ଜଣାପଡି ନାହିଁ।