ମାଲକାନଗିରିରେ ଅମାନବୀୟ ଘଟଣା, କୁମ୍ଭୀରକୁ ମାରି ଖାଇଗଲେ ଲୋକେ
Advertisement

ମାଲକାନଗିରିରେ ଅମାନବୀୟ ଘଟଣା, କୁମ୍ଭୀରକୁ ମାରି ଖାଇଗଲେ ଲୋକେ

ପ୍ରାୟ ୧୦ ଫୁଟ ଲମ୍ୱର ଏହି କୁମ୍ଭୀରକୁ କାବୁ କରିବା ପରେ ଲୋକେ ତା ଆଙ୍ଗୁଠି କାଟିବା ସହ ଫଟୋ ଉତ୍ତୋଳନ କରିଥିଲେ । ସୂଚନା ଅନୁଯାୟୀ ଅନେକ ଲୋକ ଏହି କୁମ୍ଭୀରଟିକୁ କାଟି ମାଂସ ଖାଇଥିବା ମଧ୍ୟ ଜଣାପଡ଼ିଛି । 

ମାଲକାନଗିରିରେ ଅମାନବୀୟ ଘଟଣା, କୁମ୍ଭୀରକୁ ମାରି ଖାଇଗଲେ ଲୋକେ

ମାଲକାନଗିରି:  ଜିଲ୍ଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କୁମ୍ଭୀରକୁ ମାରି ଖାଇଗଲେ ଲୋକେ । ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ପଡିଆ ବ୍ଳକ କାଲଦାପାଲି ଗ୍ରାମରେ । ଗ୍ରାମର କିଛି ଲୋକ ଗତକାଲି(ବୁଧବାର) ସାବେରୀ ନଦୀରେ ଏକ କୁମ୍ଭୀର ଦେଖିଥିଲେ । ତେବେ କୁମ୍ଭୀରଟିକୁ ଲୋକେ ତୁରନ୍ତ ଧରି ନେଇ ବାନ୍ଧି ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଲୋକଙ୍କ ନୃଶଂସତା । 

ପ୍ରାୟ ୧୦ ଫୁଟ ଲମ୍ୱର ଏହି କୁମ୍ଭୀରକୁ କାବୁ କରିବା ପରେ ଲୋକେ ତା ଆଙ୍ଗୁଠି କାଟିବା ସହ ଫଟୋ ଉତ୍ତୋଳନ କରିଥିଲେ । ସୂଚନା ଅନୁଯାୟୀ ଅନେକ ଲୋକ ଏହି କୁମ୍ଭୀରଟିକୁ କାଟି ମାଂସ ଖାଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଘଟଣା ପଦାକୁ ଆସିଥିବା ପରେ ସୁଦ୍ଧା ବର୍ତ୍ତମାନ ଯାଏଁ ବନ ବିଭାଗ କୌଣସି ପଦକ୍ଷେପ ନେଇନଥିବା ବେଳେ ଏହା ଲୋକଙ୍କ ଏକ ନିମ୍ନ ମାନସିକତାକୁ ପ୍ରକାଶ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।