ପୋଲିସର ବଡ଼ ସଫଳତା, ମାଟି ତଳୁ ବାହାରିଲା ଚୋରି ସୁନା !

କାଳିଆର ଅନ୍ୟଜଣେ ସହଯୋଗୀ ନିଆଳୀ ବରିସଣ ଗ୍ରାମର ବଟକୃଷ୍ଣ ମହାନ୍ତିଙ୍କୁ ଗିରଫ କରିଛି ନିଆଳୀ ପୋଲିସ । ନିଆଳୀ ଏସ.ଡି.ପିଓ ବସନ୍ତ ପଣ୍ତାଙ୍କ ସୂଚନା ଅନୁସାରେ, ଲୁଟ୍ ସୁନାକୁ କାଳିଆ ନିଜ ଘରେ ମାଟି ଖୋଳି ପୋତି ଦେଇଥିଲା ।

ପୋଲିସର ବଡ଼ ସଫଳତା, ମାଟି ତଳୁ ବାହାରିଲା ଚୋରି ସୁନା !
ପ୍ରତୀକାତ୍ମକ ଫଟୋ

ବିଶ୍ୱରଞ୍ଜନ ବିଶ୍ୱଶ୍ରୀ, କୋଣାର୍କ: ନିଆଳୀ ପୋଲିସର ବଡ଼ ସଫଳତା । ମାଟି ତଳୁ ବାହାରିଲା ଚୋରି ସୁନା । ନବ ବିବାହିତାଙ୍କ ଠାରୁ ସୁନା ଲୁଟ କରି ଫେରାରା ହୋଇଯାଇଥିଲା ଲୁଟେରା । ଚତୁର୍ଥୀ ରାତିରେ ସର୍ବୋସ୍ୱ ଲୁଟି ନେଇଥିଲା ଆସାମୀ । ନିଆଳୀ ପୁଲିସ ନିକଟରେ ପିଡିତାଙ୍କ ଲିଖିତ ଏତଲା ପରେ ପୋଲିସ ସନ୍ଦେହରେ ଅଳତାଳଙ୍ଗା ଗ୍ରାମର କାଳିଆ ଭୋଇକୁ ଥାନାକୁ ଆଣି ପଚାରାଉଚରା ପରେ ଶତ ମାନିଥିଲା କାଳିଆ । 

କାଳିଆର ଅନ୍ୟଜଣେ ସହଯୋଗୀ ନିଆଳୀ ବରିସଣ ଗ୍ରାମର ବଟକୃଷ୍ଣ ମହାନ୍ତିଙ୍କୁ ଗିରଫ କରିଛି ନିଆଳୀ ପୋଲିସ । ନିଆଳୀ ଏସ.ଡି.ପିଓ ବସନ୍ତ ପଣ୍ତାଙ୍କ ସୂଚନା ଅନୁସାରେ, ଲୁଟ୍ ସୁନାକୁ କାଳିଆ ନିଜ ଘରେ ମାଟି ଖୋଳି ପୋତି ଦେଇଥିଲା । ପରେ ୨ ମାସ ପରେ ତାର ଜଣେ ସହଯୋଗୀ ବଟକୃଷ୍ଣ ସହ ମିଶି ଏକ ଘରୋରୀ ବ୍ୟାଙ୍କ ସୁନା ବନ୍ଧକ ରଖି ୨ ଲକ୍ଷ ୮୦ ହାଜର ଟଙ୍କା ବଟକୃଷ୍ଣଙ୍କ ନାମରେ ଋଣ ଆଣି ଆଧା ଅଧା କରି ବାଣ୍ଟି ନେଇଥିଲେ । 

ତେବେ ପୋଲିସର ତଦନ୍ତରେ ଏସବୁ ଘଟଣା ପଦାକୁ ଆସିଲା ପରେ ପୋଲିସ ଉକ୍ତ ବ୍ୟାଙ୍କରେ ଚଢାଉ କରି ଲୁଟ୍ ସୁନାକୁ ଜବତ କରିବାରେ ସଫଳ ହୋଇଛି । ସେପଟେ ୩ଟି ସୁନା ,ଏକ ଗୋଲ୍ଡ ଡିସ୍କୋଚେନ, ନବ ବଧୂଙ୍କ କାନ ଫୁଲ ରିଙ୍ଗ ଚେନ୍, ଜବତ କରିଛି । କିଛି ସୁନା ବ୍ୟାଙ୍କରେ ବନ୍ଧକ ଥିଲା ବେଳେ ଆଉ କିଛି କାଳିଆ ନିଜ ଘରେ ପୋତି ରଖିଥିଲା । ନିଆଳୀ ପୁଲିସ କାଳିଆ ଘର ଓ ଗୋଲ୍ଡ ଲୋନ ବ୍ୟାଙ୍କରୁ ୮୦ ଗ୍ରାମ ସୁନା ଜବତ କରିବାରେ ସଫଳ ହୋଇଛି ।