ଚୀନ କରୁଛି ସାଇବର ଆକ୍ରମଣ, ୫ ଦିନରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା: ମହାରାଷ୍ଟ୍ର ପୋଲିସ

ସାଇବର ଶାଖାର ପୋଲିସର ସ୍ପେଶାଲ୍ ଇନ୍ସପେକ୍ଟର ଯଶସ୍ୱୀ ଯାଦବ କହିଛନ୍ତି ଯେ, ପୂର୍ବ ଲଦାଖରେ ଉଭୟ ଦେଶର ସୈନ୍ୟବାହିନୀ ମଧ୍ୟରେ ଉତ୍ତେଜନା ପରେ ଅନଲାଇନ୍ ଆଟାକ୍ ବୃଦ୍ଧି ପାଇଛି । ମହାରାଷ୍ଟ୍ର ସାଇବର ଏହି ପ୍ରୟାସ ବିଷୟରେ ସୂଚନା ସଂଗ୍ରହ କରିଛି । 

ଚୀନ କରୁଛି ସାଇବର ଆକ୍ରମଣ, ୫ ଦିନରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା: ମହାରାଷ୍ଟ୍ର ପୋଲିସ
ପ୍ରତୀକାତ୍ମକ ଫଟୋ

ମୁମ୍ବାଇ: ଚାଇନାର ହ୍ୟାକରମାନେ ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ଓ ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ ଗତ ୫ ଦିନ ମଧ୍ୟରେ ୪୦ ହଜାରରୁ ଅଧିକ ସାଇବର ଆକ୍ରମଣ କରିଛନ୍ତି । ମଙ୍ଗଳବାର ମହାରାଷ୍ଟ୍ର ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ରାଜ୍ୟ ପୋଲିସର ସାଇବର ଶାଖା 'ମହାରାଷ୍ଟ୍ର ସାଇବର'ର ଅଧିକାରୀମାନେ କହିଛନ୍ତି ଯେ, ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକମାନେ ଏଭଳି ଆକ୍ରମଣ ପ୍ରତି ସତର୍କ ରହିବା ଉଚିତ । ସେମାନଙ୍କ ଆଇଟି ସିଷ୍ଟମର ସାଇବର ସୁରକ୍ଷା ଅଡିଟ୍ କରିବା ଉଚିତ ।

ସାଇବର ଶାଖାର ପୋଲିସର ସ୍ପେଶାଲ୍ ଇନ୍ସପେକ୍ଟର ଯଶସ୍ୱୀ ଯାଦବ କହିଛନ୍ତି ଯେ, ପୂର୍ବ ଲଦାଖରେ ଉଭୟ ଦେଶର ସୈନ୍ୟବାହିନୀ ମଧ୍ୟରେ ଉତ୍ତେଜନା ପରେ ଅନଲାଇନ୍ ଆଟାକ୍ ବୃଦ୍ଧି ପାଇଛି । ମହାରାଷ୍ଟ୍ର ସାଇବର ଏହି ପ୍ରୟାସ ବିଷୟରେ ସୂଚନା ସଂଗ୍ରହ କରିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଇନାର ଚେଙ୍ଗଦୁ ଅଞ୍ଚଳରୁ ମିଳିଛି ।

ସେ କହିଛନ୍ତି ଯେ, ଆମର ସୂଚନା ଅନୁଯାୟୀ ବିଗତ ୪-୫ ଦିନ ମଧ୍ୟରେ ଭାରତୀୟ ସାଇବର ସ୍ପେସର ସମ୍ବଳ ଉପରେ ଅତି କମରେ ୪୦,୩୦୦ ସାଇବର ଆକ୍ରମଣ ଉଦ୍ୟମ ହୋଇଛି । ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ସେବା ପ୍ରତ୍ୟାଖ୍ୟାନ, ଇଣ୍ଟରନେଟ୍ ପ୍ରୋଟୋକଲ୍ ହାଇଜ୍ୟାକ କରିବା ଏବଂ ଜାଳରେ ଫସାଇବା । ଆଇଜିପି କହିଛନ୍ତି ଯେ, ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଏଭଳି ଆଟାକ୍ ଉପରେ ଧ୍ୟାନ ଦେବା ଆବଶ୍ୟକ ।  ମହାରାଷ୍ଟ୍ରର ସାଇବର ଅଧିକାରୀଙ୍କ ଅନୁଯାୟୀ, ଏହି ହ୍ୟାକର୍ସଙ୍କ ପାଖରେ ପ୍ରାୟ ୨୦ ଲକ୍ଷ ଭାରତୀୟ ଇ-ମେଲ୍ ଆଇଡି ଥିବା ସନ୍ଦେହ କରାଯାଉଛି ।