ହୋମଗାର୍ଡଙ୍କ ବିରୋଧରେ ଦାରିଙ୍ଗବାଡି ଥାନାରେ କେସ ନଂ- ୫୦/୨୧ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।
Trending Photos
)
କନ୍ଧମାଳ: ପୁଣି ଖାକିର ଦାଦାଗିରୀ। ହୋମଗାର୍ଡଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ଯୁବକ। ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗ୍ରାମରେ ଘଟିଛି। ପରକିୟାପ୍ରୀତିକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି।
ଦାରିଙ୍ଗବାଡି ଥାନା (Daringibadi Police) ରେ କାର୍ଯ୍ୟରତ ହୋମଗାର୍ଡ (Home Guard) ସୁଧାଂଶୁ ନାୟକ ଗତକାଲି (ରବିବାର) ରାତି ପ୍ରାୟ ସାଢେ ଆଠଟାରେ ତାର୍ଜନ ନାୟକ ନାମକ ୩୬ ବର୍ଷୀୟ ବିବାହିତ ଯୁବକଙ୍କୁ ଲୁହା ଛଡରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଆଉ ଗୁରୁତର ଅବସ୍ଥାରେ ତାର୍ଜନଙ୍କୁ ପରିବାର ଲୋକ ଦାରିଙ୍ଗବାଡି (Daringibadi) ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଏହା ସହ ହୋମଗାର୍ଡଙ୍କ ବିରୋଧରେ ଦାରିଙ୍ଗବାଡି ଥାନାରେ କେସ ନଂ- ୫୦/୨୧ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।
Also Read: ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ସାମ୍ବାଦିକଙ୍କ ଦୁର୍ବ୍ୟବହାର ଅଭିଯୋଗ
ସୂଚନା ଅନୁଯାୟୀ ତାର୍ଜନ ସନ୍ଧ୍ୟାରେ ବଜାରରୁ ଘରକୁ ଫେରି ହୋମଗାର୍ଡ ସୁଧାଂଶୁ ନାୟକ, ତାର୍ଜନଙ୍କ ନିଜ ସ୍ତ୍ରୀ ସହ ହୋମଗାର୍ଡ ସୁଧାଂଶୁ ନାୟକଙ୍କୁ ଦେଖିଥିଲେ। ଆଉ ଏହାକୁ ନେଇ ସୁଧାଂଶୁ ଓ ତାର୍ଜନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଉ ତା'ପରେ ହୋମଗାର୍ଡ ସୁଧାଂଶୁ ଏକ ଲୁହା ଛଡ (iron rod) ରେ ତାର୍ଜନଙ୍କୁ ଆକ୍ରମଣ (Home Guard assaults) କରି ଦେହ, ହାତ, ଗୋଡ଼କୁ ଲହୁଲୁହାଣ କରିଦେଇଥିଲେ। ଗୁରୁତର ଅବସ୍ଥାରେ ତାର୍ଜନଙ୍କୁ ପରିବାର ଲୋକ ଦାରିଙ୍ଗବାଡି ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି।
ତେବେ ଦାରିଙ୍ଗବାଡି ଥାନା ଅଞ୍ଚଳରେ ରିତିମୟ ଖାକିର ଦାଦାଗିରୀ (Police Attack) ଦେଖିବାକୁ ମିଳୁଛି। ଉପରସ୍ତ ଅଧିକାରୀମାନେ ଏଦିଗରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତେଣୁ ଦିନକୁ ଦିନ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି ବୋଲି ଜନସାଧରଣରେ ମତ ପ୍ରକାଶ ପାଇଛି।