ସନ୍ଦେହ ଘେରରେ ଆଖଡ଼ା ପରିଷଦ ଅଧ୍ୟକ୍ଷଙ୍କ ଦେହାନ୍ତ, ଜଣେ ଶିଷ୍ୟ ଗିରଫ
Advertisement

ସନ୍ଦେହ ଘେରରେ ଆଖଡ଼ା ପରିଷଦ ଅଧ୍ୟକ୍ଷଙ୍କ ଦେହାନ୍ତ, ଜଣେ ଶିଷ୍ୟ ଗିରଫ

ଯେତେବେଳେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବର ଆସିଲା, ସେତେବେଳେ ଆନନ୍ଦ ଗିରି ପ୍ରଥମେ ସନ୍ଦେହ କରିଥିଲେ ଯେ, ସେ ଆତ୍ମହତ୍ୟା କରିନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ପୋଲିସ (UP Police) କହିଛି ଯେ, ଆନନ୍ଦ ଗିରିଙ୍କ ନାମ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ନୋଟରେ ଲେଖାଯାଇଛି, ସେଥିପାଇଁ ତାଙ୍କୁ ଅଟକ ରଖାଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରୟାଗରାଜର ଆଖଡ଼ା ପରିଷଦର ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ଦେହାନ୍ତ ହୋଇଛି। ବାଘମ୍ବରୀ ମଠରୁ ମହନ୍ତଙ୍କ ଝୁଲନ୍ତା ମୃତ ଶରୀର ଉଦ୍ଧାର କରାଯାଇଛି। ମହନ୍ତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ବହୁ ନେତାଙ୍କ ଶୋକ ବ୍ୟକ୍ତ କରିଛନ୍ତି। ମହନ୍ତ ନରେନ୍ଦ୍ର ଗିରି, ନିରଂଜନ ଅଖରାଙ୍କ ସହ ଜଡିତ ଥିଲେ।

ମହନ୍ତ ନରେନ୍ଦ୍ର ଗିରି (Mahanta Narendra Giri) ଙ୍କ ମୃତଦେହ ନିକଟରେ ଏକ ଆତ୍ମହତ୍ୟା ନୋଟ ମିଳିଥିବା ପୋଲିସ କହିଛି। ଯେଉଁଥିରେ ଏକ ପ୍ରକାର ଉତ୍ତରାଧିକାରୀ (Wills) ବିଷୟରେ ଲେଖାଯାଇଥିଲା। ପୋଲିସ ଏହା ମଧ୍ୟ କହିଛି ଯେ, ମହନ୍ତ ନରେନ୍ଦ୍ର ଗିରି ତାଙ୍କର ଜଣେ ଶିଷ୍ୟଙ୍କ ଉପରେ ବିରକ୍ତ ହୋଇଥିଲେ। ଏହି ମାମଲାରେ ତାଙ୍କର ଜଣେ ଶିଷ୍ୟ ଆନନ୍ଦ ଗିରି (Anand Giri) ଙ୍କୁ ସୋମବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର (Uttar Pradesh) ହରିଦ୍ୱାରରୁ ପୋଲିସ ଗିରଫ କରିଛି। ମାମଲା ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି।

Also Read: ବିଚିତ୍ର ପରମ୍ପରା: ମୃତ୍ୟୁ ପରେ ଶରୀରର ଏହି ଅଙ୍ଗକୁ ଭାଙ୍ଗି ଘରେ ରଖନ୍ତି ସମ୍ପର୍କୀୟ

ପ୍ରକାଶ ଥାଉକି, ଯେତେବେଳେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବର ଆସିଲା, ସେତେବେଳେ ଆନନ୍ଦ ଗିରି ପ୍ରଥମେ ସନ୍ଦେହ କରିଥିଲେ ଯେ, ସେ ଆତ୍ମହତ୍ୟା କରିନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ପୋଲିସ (UP Police) କହିଛି ଯେ, ଆନନ୍ଦ ଗିରିଙ୍କ ନାମ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ନୋଟରେ ଲେଖାଯାଇଛି, ସେଥିପାଇଁ ତାଙ୍କୁ ଅଟକ ରଖାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ପୋଲିସ ଏହି ମାମଲାର ତଦନ୍ତ କରୁଛି। ଏଥି ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସମବେଦନା ଜଣାଇଛନ୍ତି।

ଅଖିଳ ଭାରତୀୟ ଅଖଡା ପରିଷଦ (Akhada Parishad) ହେଉଛି ଭାରତର ୧୩ ସାଧୁ ସନ୍ଥମାନଙ୍କର ଏକ ସଂଗଠନ। ଯେଉଁଥିରେ ନିର୍ମୋହି ଅଖରା ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଅଯୋଧ୍ୟା ରାମ ମନ୍ଦିର (Ram Temple) ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନରେନ୍ଦ୍ର ଗିରି ଅଖଡା ପରିଷଦର ସଭାପତି ଥିଲେ। ତେଣୁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ସମସ୍ତେ ଚାହାଁନ୍ତି। ବାସ୍ତବରେ ମହନ୍ତ ନରେନ୍ଦ୍ର ଗିରି ଏବଂ ଆନନ୍ଦ ଗିରିଙ୍କ ମଧ୍ୟରେ କିଛି ସମୟ ଧରି ବିବାଦ ଲାଗି ରହିଥିଲା। ଉଭୟ ପରସ୍ପର ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। 

Also Read: ଦୁଷ୍କର୍ମ ଓ ହତ୍ୟା ମାମଲା; ମାଲିକିଆଣୀକୁ ନ୍ୟାୟ ଦେବ ଶୁଆ, କୋର୍ଟରେ କହିଲା...

ମୃତ ମହନ୍ତ ନରେନ୍ଦ୍ର ଗିରି ଅଭିଯୋଗ କରିଥିଲେ ଯେ, ଆନନ୍ଦ ଗିରି ସନ୍ୟାସ ନେଇଛନ୍ତି କିନ୍ତୁ ତାଙ୍କ ପରିବାର ସହ ସମ୍ପର୍କ ରଖିବା ବନ୍ଦ କରି ନାହାଁନ୍ତି, ଯାହା ଆଖଡା ପରମ୍ପରାର ଉଲ୍ଲଂଘନ ଅଟେ। ଅନ୍ୟପକ୍ଷରେ ଆନନ୍ଦ ଗିରି ତାଙ୍କ ଗୁରୁଙ୍କୁ ଅଖଡା ପରିଷଦର ଜମି ପାଇଁ ବୁଝାମଣା କରିଥିବା ଅଭିଯୋଗ କରିଥିଲେ। ଏହା ପରେ ମହନ୍ତ ନରେନ୍ଦ୍ର ଗିରି,  ଆନନ୍ଦ ଗିରିଙ୍କୁ ଆଖଡାରୁ ବହିଷ୍କାର କରିଥିଲେ। କିନ୍ତୁ ଚଳିତ ବର୍ଷ ମେ'ରେ ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କ ପାଦ ଧରି ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଥିଲେ। ଏହା ପରେ ତାଙ୍କୁ ଆଖଡାରେ ସାମିଲ କରାଯାଇଥିଲା, କିନ୍ତୁ ଆନନ୍ଦ ଗିରିଙ୍କ ଗିରଫଦାରୀ ସହିତ ଏହି ମାମଲାରେ ଏକ ନୂଆ ମୋଡ଼ ଆସିଛି।

ବଡ କଥା ହେଉଛି ଲୋକମାନେ ପରିତ୍ରାଣ ଓ ସାଂସାରିକ ଦୁଃଖରୁ ମୁକ୍ତ ପାଇବା ପାଇଁ ସାଧୁମାନଙ୍କ ନିକଟକୁ ଯାଆନ୍ତି। କିନ୍ତୁ ସାଂସାରିକ ବସ୍ତୁ ହେତୁ ଜଣେ ସାଧୁଙ୍କ ଆତ୍ମହତ୍ୟା ସମଗ୍ର ଦେଶକୁ ଚକିତ କରି ଦେଇଛି। ଦ୍ୱିତୀୟ ବଡ କଥା ହେଉଛି ଆଗକୁ ଉତ୍ତର ପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଜଣେ ସାଧୁଙ୍କ ମୃତ୍ୟୁ ଏକ ବଡ ନିର୍ବାଚନ ପ୍ରସଙ୍ଗ ହୋଇପାରେ। ତେବେ ମହନ୍ତ ନରେନ୍ଦ୍ର ଗିରି ସତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ପୋଲିସର ତଦନ୍ତ ପରେ ଜଣା ପଡିବ।