Advertisement
Article Detail0/zeeodisha/odisha699293
Zee OdishaZee Odisha Crimeବୃଦ୍ଧା ମହିଳାଙ୍କ ଗଳା କାଟି ହତ୍ୟା

ବୃଦ୍ଧା ମହିଳାଙ୍କ ଗଳା କାଟି ହତ୍ୟା

 ଘଟଣା ପରଠାରୁ ଘରର ଗାର୍ଡ ଫେରାର ଅଛନ୍ତି । ବୃଦ୍ଧ ମହିଳା ସ୍ୱାମୀଙ୍କ ସହ ଫ୍ଲାଟରେ ରହୁଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ପଳାତକ ଗାର୍ଡର ତଲାସୀ ଜାରି ରଖିଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହତ୍ୟାକାଣ୍ଡର ଏକ ବର୍ବର ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ସଫଦରଜଙ୍ଗ ଏନକ୍ଲେଭ ଅଞ୍ଚଳରେ ଜଣେ ୯୨ ବର୍ଷ ବୟସ୍କା ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଲୁଟପାଟର ସନ୍ଦେହ କରାଯାଉଛି । ଘଟଣା ପରଠାରୁ ଘରର ଗାର୍ଡ ଫେରାର ଅଛନ୍ତି । ବୃଦ୍ଧ ମହିଳା ସ୍ୱାମୀଙ୍କ ସହ ଫ୍ଲାଟରେ ରହୁଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ପଳାତକ ଗାର୍ଡର ତଲାସୀ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ୮:୩୦ ମିନିଟ ସମୟରେ ପୋଲିସ ହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇଥିଲା । ପୋଲିସ ମହିଳାଙ୍କ ଘରେ ପହଞ୍ଚିବା ପରେ ଦେଖିଥିଲା ଯେ, ବୃଦ୍ଧ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମହିଳା ଜଣଙ୍କ ନାଁ କାନ୍ତା ଚାୱଲା ବୋଲି ଜଣାପଡିଛି । ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ମୃତକଙ୍କ ସ୍ୱାମୀ ବିଆର ଚାୱଲା (୯୫) ଆହତ ହୋଇଛନ୍ତି । ଘରର ସାମାନ ସବୁ ବିଭିନ୍ନ ସ୍ଥାନରେ ପଡ଼ି ରହିଛି ।

ଏହି ଘଟଣା ପରଠାରୁ ଘରର ଗାର୍ଡ ଫେରାର ଥିବାର କୁହାଯାଇଛି । ନିକଟସ୍ଥ ଏକ ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିଛି । ଏଥିରେ ତିନୋଟି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସିଛନ୍ତି । ପୋଲିସ କହିଛି ଯେ, ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି । ଜଣେ ଗାର୍ଡଙ୍କୁ ମଧ୍ୟ ଖୋଜା ଚାଲିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ମହିଳାଙ୍କ ପୁଅ ଆମେରିକାରେ ରୁହନ୍ତି ।

Add Zee News as a Preferred Source
About the Author