Advertisement
Article Detail0/zeeodisha/odisha691977
Zee OdishaZee Odisha Crimeଖରାପ ଖାଦ୍ୟ ପାଇଁ ରେଷ୍ଟୁରାଣ୍ଟର ୨ କର୍ମଚାରୀଙ୍କୁ ହତ୍ୟା କଲା ୱେଟର

ଖରାପ ଖାଦ୍ୟ ପାଇଁ ରେଷ୍ଟୁରାଣ୍ଟର ୨ କର୍ମଚାରୀଙ୍କୁ ହତ୍ୟା କଲା ୱେଟର

ଉଭୟ ମୃତଦେହ ଜୁନ ୫ ତାରିଖ ରାତିରେ ମୀରା ରୋଡର ଶାବରୀ ବାର ଆଣ୍ଡ ରେଷ୍ଟୁରାଣ୍ଟରେ ଏକ ପାଣି ଟାଙ୍କିରୁ ଉଦ୍ଧାର କରାଯାଇଛି । ଲକଡାଉନ୍ ଯୋଗୁଁ ଉଭୟ ମୃତକ ବନ୍ଦ ବାରରେ ରହୁଥିଲେ । ପୁଣେର ୩୫ ବର୍ଷୀୟ ଅଭିଯୁକ୍ତ ୱେଟର କାଲୁ ମେ ୩୦ ସକାଳେ ଉଭୟଙ୍କୁ ହତ୍ୟା କରିଥିଲା । 

ଥାନେର ଶାବରୀ ବାର ଏଣ୍ଡ ରେଷ୍ଟୁରାଣ୍ଟରର ମ୍ୟାନେଜର ହରିଶ ଶେଟ୍ଟୀଙ୍କୁ ୱେଟର ହତ୍ୟା କରିଛି
ଥାନେର ଶାବରୀ ବାର ଏଣ୍ଡ ରେଷ୍ଟୁରାଣ୍ଟରର ମ୍ୟାନେଜର ହରିଶ ଶେଟ୍ଟୀଙ୍କୁ ୱେଟର ହତ୍ୟା କରିଛି

ମୁମ୍ବାଇ: ମହାରାଷ୍ଟ୍ରର ଥାନେର ମୀରା ରୋଡ ପୋଲିସ ଡବଲ ମର୍ଡର ମାମଲାରେ ପୁଣେର କାଲୁ ଯାଦବ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜୁନ୍ ୫ତାରିଖରେ ମୀରା ରୋଡରେ ଥିବା ଶାବରୀ ବାର ଏଣ୍ଡ ରେଷ୍ଟୁରାଣ୍ଟରେ ଏହାର ଜଣେ ମ୍ୟାନେଜର ଓ ଜଣେ ସଫେଇ କର୍ମୀଙ୍କ ମୃତଦେହ ପାଣି ଟାଙ୍କିରୁ ମିଳିଥିଲା ​​। ହତ୍ୟାକାଣ୍ଡର କାରଣ ଆଶ୍ଚର୍ଯ୍ୟଜନକ ଥିଲା । ଅଭିଯୁକ୍ତ ରେଷ୍ଟୁରାଣ୍ଟର ୱେଟର କାଲୁ କହିଛି ଯେ, ସେ ଦୁହିଁଙ୍କୁ ହତ୍ୟା କରିଛନ୍ତି । କାରଣ ସେମାନେ ନିଜେ ଭଲ ଖାଦ୍ୟ ଖାଉଥିବାବେଳେ ତାଙ୍କୁ ଖରାପ ଖାଦ୍ୟ ଦେଉଥିଲେ ।

ଥାନେ ଗ୍ରାମୀଣ ଏସପି ଶିବାଜୀ ରାଠୌଡ଼ଙ୍କ ଅନୁଯାୟୀ ଅଭିଯୁକ୍ତ ଓ ଉଭୟ ମୃତ ନିଜେ ବାରରେ ରହୁଥିଲେ । କାଲୁ ପୋଲିସକୁ କହିଛି ଯେ, ବାର୍ ମ୍ୟାନେଜର ହରିଶ ଶେଟ୍ଟୀ (୪୨) ଓ ସୁଇପର ନରେଶ ପଣ୍ଡିତ (୫୩) ତାଙ୍କୁ ଖରାପ ଖାଦ୍ୟ ଦେଉଥିବା ବେଳେ ସେମାନେ ବାହାରୁ ଭଲ ଖାଦ୍ୟ ଅର୍ଡର କରୁଥିଲେ । ତେଣୁ ସେ ରାଗି ଯାଇ ଶୋଇଥିବା ସମୟରେ ଉଭୟଙ୍କୁ ଏକ ଚାଷ ଉପକରଣରେ ହତ୍ୟା କରିଥିଲା । ହତ୍ୟା ପରେ ସେ ମୃତଦେହକୁ ପାଣି ଟାଙ୍କିରେ ପକାଇ ପଳାଇ ଯାଇଥିଲା ।

ଉଭୟ ମୃତଦେହ ଜୁନ ୫ ତାରିଖ ରାତିରେ ମୀରା ରୋଡର ଶାବରୀ ବାର ଆଣ୍ଡ ରେଷ୍ଟୁରାଣ୍ଟରେ ଏକ ପାଣି ଟାଙ୍କିରୁ ଉଦ୍ଧାର କରାଯାଇଛି । ଲକଡାଉନ୍ ଯୋଗୁଁ ଉଭୟ ମୃତକ ବନ୍ଦ ବାରରେ ରହୁଥିଲେ । ପୁଣେର ୩୫ ବର୍ଷୀୟ ଅଭିଯୁକ୍ତ ୱେଟର କାଲୁ ମେ ୩୦ ସକାଳେ ଉଭୟଙ୍କୁ ହତ୍ୟା କରିଥିଲା । କାଲୁଙ୍କ ଉପରେ କୋଲକାତାରେ ୨ ଚୌକିଦାରଙ୍କୁ ହତ୍ୟା କରିବାର ମଧ୍ୟ ମାମଲା ରହିଛି । ୨୦୧୩ରେ ଏହି ଘଟଣାରେ ସେ ଜେଲ ମଧ୍ୟ ଯାଇ ସାରିଛି । ଏହା ବ୍ୟତୀତ ପୁଣେରେ ଦୁଇଟି ପୃଥକ ମାମଲା ରୁଜୁ ରହିଛି ।

Add Zee News as a Preferred Source

ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ କାଲୁ ଯାଦବଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା । ପୀଡିତାଙ୍କ ଶରୀରରେ ଅନେକ ଚିହ୍ନ ଥିବା ସେ କହିଛନ୍ତି । ଅନୁସନ୍ଧାନ ବେଳେ ଜଣାପଡିଥିଲା ​​ଯେ ଅପରାଧ ପରେ ଯାଦବ ପୁଣେର ଏକ ରେଷ୍ଟୁରାଣ୍ଟରେ କାମ କରିବା ଆରମ୍ଭ କରିଥିଲେ । ପୋଲିସ ଟିମ୍ ପୁଣେରେ ପହଞ୍ଚି ଶୁକ୍ରବାର ପାର୍ବତୀ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି । ପଚରାଉଚରା ବେଳେ କାଲୁ ଯାଦବ ଉଭୟଙ୍କ ହତ୍ୟା କରିବା କଥାକୁ ସ୍ୱୀକାର କରିଛି ।

About the Author