ଲୁଟିବାର ନୂଆ ତରିକା; ସବୁ ନକଲି, ଠକେଇ ଅସଲି
Advertisement

ଲୁଟିବାର ନୂଆ ତରିକା; ସବୁ ନକଲି, ଠକେଇ ଅସଲି

ଏଥର ନକଲି ଘିଅ କିମ୍ବା ନକଲି କୋଲଡ୍ରିଙ୍କସ୍ ନୁହେଁ ବରଂ ଖାଦ୍ୟ ଯାଞ୍ଚ କରୁଥିବା ଅଧିକାରୀ ସରକାରଙ୍କ ନକଲି କର୍ମଚାରୀ ବୋଲି ଧରାପଡିଛନ୍ତି। ଗଜପତି ଜିଲ୍ଲା ମୋହନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ମାଳ ମାଳ ନକଲି ଜନସ୍ବାସ୍ଥ୍ୟ ବିଭାଗର ଯାଞ୍ଚ କର୍ମଚାରୀ ବୁଲୁଛନ୍ତି।

ଲୁଟିବାର ନୂଆ ତରିକା; ସବୁ ନକଲି, ଠକେଇ ଅସଲି

ପ୍ରେମାନନ୍ଦ ପୁଜାରୀଗଜପତି: ରାଜ୍ୟରେ ଥମୁନି ନକଲି କାରବାର। ସ୍ବଳ୍ପ ସମୟରେ ଅଧିକା ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ବିଶ୍ବାସରେ ବିଷ ଦେଉଛି ମଣିଷ। ଏଥର ନକଲି ଘିଅ କିମ୍ବା ନକଲି କୋଲଡ୍ରିଙ୍କସ୍ ନୁହେଁ ବରଂ ଖାଦ୍ୟ ଯାଞ୍ଚ କରୁଥିବା ଅଧିକାରୀ ସରକାରଙ୍କ ନକଲି କର୍ମଚାରୀ ବୋଲି ଧରାପଡିଛନ୍ତି। ଗଜପତି ଜିଲ୍ଲା ମୋହନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ମାଳ ମାଳ ନକଲି ଜନସ୍ବାସ୍ଥ୍ୟ ବିଭାଗର ଯାଞ୍ଚ କର୍ମଚାରୀ ବୁଲୁଛନ୍ତି। ସେପଟେ ଘଟଣା ନେଇ ସବୁ ଜାଣିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। 

ଆଦିବାସୀ ଅଧ୍ୟୁସିତ ଗଜପତି (Gajapati) ଜିଲ୍ଲାରେ ଏବେ ବୁଲୁଛନ୍ତି ମାଳ ମାଳ ନକଲି ଫୁଡ ଏଣ୍ଡ ସେପ୍ଟି ଇନ୍ସପେକ୍ଟର (Food Safety Inspector)। ଏମାନେ ଫୁଡ୍ ଲାଇସେନ୍ସ (Food Licence) କରାଇଦେବା ନାଁରେ ବେପାରୀଙ୍କ ଠାରୁ ଶହ ଶହ ଟଙ୍କା ଠକି ନେଉଥିବା ଅଭିଯୋଗ ହେଉଛି। ସଚେତନତାର ଅଭାବ ହେତୁ ବେପାରୀଙ୍କ ସରଳତାର ସୁଯୋଗ ନେଇ ଅନେକ ସଂସ୍ଥା ଏଭଳି ବାରମ୍ବାର ଠକିଆସୁଛନ୍ତି। ଏବାବବରେ ବିଭାଗୀୟ ଅଧିକାରୀ ସବୁ ଜାଣିଛନ୍ତି। କିନ୍ତୁ ନିଜ ଉପରୁ ଦୋଷ କାଢିବାକୁ ପୋଲିସ ମୁଣ୍ଡରେ ଅଠା ବୋଲିଳାବାକୁ ଚେଷ୍ଟା କରୁଛନ୍ତି। 

Also Read: ଦଣ୍ଡୁଆଙ୍କ ଦଣ୍ଡଠୁ ବଳିଯିବ କଳାକାରଙ୍କ କଷ୍ଟ!

ନିଜକୁ ଖାଦ୍ୟ ଯାଞ୍ଚ ବିଭାଗର  କର୍ମଚାରୀର ପରିଚୟ ଦେଇ କିଛି ଯୁବକ ଗତ ଅନେକ ମାସ ଧରି ନିର୍ଦ୍ବନ୍ଧରେ ଜିଲ୍ଲାର ହୋଟେଲ, ପାନ ଦୋକାନ ଓ ତେଜରାତୀ ଦୋକାନୀଙ୍କ ଠାରୁ ରସିଦ ଦେଇ ଶହ ଶହ ଟଙ୍କା ଆଦାୟ କରିଚାଲିଛନ୍ତି। ଏହି ବାବୁମାନେ ସରକାରଙ୍କ ଫୋଷ୍ଟାକ ଓ FSSAIର ଲୋଗୋ ଥିବା ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଫୁଡ ଲାଇସେନ୍ସ କରିଦେବା ନାଁରେ ଦୋକାନ ପିଛା ୯୪୪ ଟଙ୍କା ନେଉଛନ୍ତି। ତେବେ ଚାନ୍ଦିପୁଟ ବଜାରରେ ଠକାମୀର ଶିକାର ହୋଇଥିବା କିଛି ବ୍ୟବସ୍ୟାୟୀ ଏହି ନକଲି ଅଧିକାରୀଙ୍କୁ ଧରି ଅଟକ ରଖିଥିଲେ। ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ପରେ ଖବର ପାଇ ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।    

ପୁର୍ବରୁ ଏଭଳି ଭାବେ ଟଙ୍କା ନେଇଥିବା କର୍ମଚାରୀ ଏ ଯାବତ କୌଣସି ଲାଇସେନ୍ସ ଦେଇନାହାନ୍ତି। ଫଳରେ କେଉଁଟା ଅସଲି ଓ କେଉଟା ନକଲି ଫୁଡ ଇନ୍ସପେକ୍ଟର ଚିହ୍ନିପାରୁନଥିବା ବ୍ୟବସ୍ୟାୟୀ ଅଭିଯୋଗ କରିଛନ୍ତି। ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥର ଗୁଣବତା ଯାଞ୍ଚ କରିବା ପାଇଁ ସ୍ବତନ୍ତ୍ର ଭାବେ ବିଭାଗୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। କିନ୍ତୁ ସେମାନଙ୍କ ଖାମଖିଆଲି ଓ ଦାୟିତ୍ବହୀନତା କାର୍ଯ୍ୟଶୌଳୀ ଯୋଗୁଁ ଫୁଡ ଲାଇସେନ୍ସ ନାଁରେ ବ୍ୟବସ୍ୟାୟୀମାନେ ଠକାମିର ଶିକାର ହେବାରେ ଲାଗିଛନ୍ତି। 

Also Read: ନୂଆପଡାରେ କ'ଣ କହିଲେ ନବୀନ?

 

ନକଲି କର୍ମଚାରୀମାନେ ଅନଲାଇନ ଲାଇସେନ୍ସ ପାଇଁ ୮୦୦ ଟଙ୍କା ଓ ଅଫଲାଇନରେ ଲାଇସେନ୍ସ କରିବାପାଇଁ ଦୋକାନ ପିଛା ୯୦୦ ଟଙ୍କା ନେଉଥିବା କହିଛନ୍ତି। ସେପଟେ ଗଜପତି ଜିଲ୍ଲା ଖାଦ୍ୟ ସୁରକ୍ଷା ଯାଞ୍ଚ ଅଧିକାରିଣୀ ସ୍ମିତା ଖାଡଙ୍ଗା କହିଛନ୍ତି ଯେ, ଲୋକଙ୍କ ସଚେତନା କରିବା ପାଇଁ କିଛି ସଂସ୍ଥା କାମ କରୁଛନ୍ତି। କିନ୍ତୁ କୌଣସି ଟଙ୍କା ନେଇ ଲାଇସେନ୍ସ କରାଇ ଦେବାର ଅଧିକାର ସେମାନଙ୍କ ପାଖରେ ନାହିଁ। ଏ କ୍ଷେତ୍ରରେ ପୋଲିସର ତଦନ୍ତ ଚାଲିଥିବା  ସେ ଫୋନ ଯୋଗେ ଜୀ ମିଡିଆକୁ କହିଛନ୍ତି ।

ରାଜ୍ୟ ନକଲି ସାମଗ୍ରୀ ପରେ ଏବେ ନକଲି କର୍ମଚାରୀଙ୍କ ପ୍ରାଦୃଭାବ ବଢି ଚାଲିଛି। ସେପଟେ ସବୁ ଜାଣି ପ୍ରଶାସନିକ ଅଧିକାରୀମାନେ ନିଘୋଡ଼ ନିଦ୍ରାରେ ଶୋଇଛନ୍ତି। ତେବେ ଏଭଳି ଠକାମି ଦିଗରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେବ ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।