ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ପୋଲିସ ।
Trending Photos
)
ସମ୍ବଲପୁର: ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ପୋଲିସ । ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହେଲେ ସମ୍ବଲପୁର ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ। ତାଙ୍କ ସହ ଆଉ 2 ଜଣକୁ ଗିରଫ କରିଛି ପୋଲିସ। ଏକ ଶିଳ୍ପାନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କୁ ଦାଦାବଟି ମାଗିବା ସହ ମାରପିଟ କରିବା ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରିଥିବା ଜଣାପଡିଛି ।
ଦାଦାବଟି ମାଗିବା ସହ ମାଡ଼ ମାରିବା ଘଟଣାରେ ସମ୍ବଲପୁର ଜିଲ୍ଲାର ଠେଲୋକୋଲୋଇ ପୋଲିସ ସୋମବାର 3 ଜଣଙ୍କୁ ଗିରଫ କରିଛି । ଏନେଇ ସମ୍ବଲପୁର ପୋଲିସ ବିଭାଗ ତରଫରୁ ସୂଚନା ଦିଆଯାଇଛି।ସୋମବାର ରାତି ପ୍ରାୟ ସାଢ଼େ ୭ଟାରେ ଆଦିତ୍ୟ ଆଲୁମିନା କମ୍ପାନୀର ଠିକା ସଂସ୍ଥା ଭଡୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ଏଚ ଆର ଓ ଆଡ଼ମିନ ବିଭାଗର ମୁଖ୍ୟ ଗୌତମ କୁମାର ରେଡ୍ଡୀଙ୍କୁ ବାଳକୃଷ୍ଣ ରୋହିଦାସ, ରାଜେଶ ରୋହିଦାସ ସମେତ ୫ ଜଣ ଦାଦାବଟି ମାଗିଥିଲେ ।
ତେବେ ଦାଦା ବଟି ନଦେବାରୁ ଏମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରି ଅଭିଯୁକ୍ତମାନେ ବଳ ପୂର୍ବକ ୨୦ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଏନେଇ ସମ୍ବଲପୁର ଠେଲୋକୋଲୋଇ ଥାନାରେ ଅଭିଯୋଗ ହେବା ପରେ ସଦର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ।
ମଙ୍ଗଳବାର ସଂଧ୍ୟାରେ ମୂଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ, ରାଜେଶ ରୋହିଦାସ ସମେତ ଅନ୍ୟ ଜଣେ ନାବାଳକ ଧରା ପଡିଛନ୍ତି । ସେମାନଙ୍କଠାରୁ ନଗଦ 5000 ଟଙ୍କା ସହ ଏକ ଇନୋଭା ଗାଡି (OD15F 7346) ଜବତ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ।