ଦାଦାବଟି ନ ଦେଵାରୁ ମରଣାନ୍ତକ ଆକ୍ରମଣ, ସାତ ଦିନ ପରେ ଜଣେ ଗିରଫ
Advertisement
Article Detail0/zeeodisha/odisha717483

ଦାଦାବଟି ନ ଦେଵାରୁ ମରଣାନ୍ତକ ଆକ୍ରମଣ, ସାତ ଦିନ ପରେ ଜଣେ ଗିରଫ

ସମ୍ବଲପୁର ସହରରେ ସଟଡାଉନ। ଏହି ସଂକଟ ସମୟରେ ଦାଦାବଟି ପାଇଁ ଜୋର ଜବରଦସ୍ତି। ଦୋକାନ ସମ୍ମୁଖରେ ଦାଦାବଟି ଦେଲେନି ବୋଲି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। 

ଦାଦାବଟି ନ ଦେଵାରୁ ମରଣାନ୍ତକ ଆକ୍ରମଣ, ସାତ ଦିନ ପରେ ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁର ସହରରେ ସଟଡାଉନ। ଏହି ସଂକଟ ସମୟରେ ଦାଦାବଟି ପାଇଁ ଜୋର ଜବରଦସ୍ତି। ଦୋକାନ ସମ୍ମୁଖରେ ଦାଦାବଟି ଦେଲେନି ବୋଲି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଯୁବକଙ୍କୁ ଷ୍ଟିଲରଡ଼ରେ ପିଟିପିଟି ଦୁଇ ହାତ ମଧ୍ୟ ଭାଙ୍ଗି ଦେବା ଭଳି ଘଟଣା ଘଟିଛି । ଏନେଇ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ଚୁପ।

ଦାଦାବଟି ପାଇ ଜୋର ଜବରଦସ୍ତି । ବଟି ନ ଦେବାରୁ ଯୁବକଙ୍କୁ ମରଣାନ୍ତ୍ରଣ ଆକ୍ରମଣ। ତା' ପୁଣି ଦିନ ଦୁଇ ପ୍ରହରରେ । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁରର ଟାଉନ ଥାନା ଅଞ୍ଚଳରେ । ସମ୍ବଲପୁର ସହରର ଚେରୁଆପଡାଠାରେ ଥିବା ଏକ ମାର୍କେଟ କମ୍ଲେକ୍ସ ସମ୍ମୁଖରେ ବ୍ୟବସାୟୀ ଦେବାଶିଷ ପତିଙ୍କ ଉପରେ ହୋଇଛି ଏହିପରି ମରଣାନ୍ତକ ଆକ୍ରମଣ। ଗତ ୧୭ ତାରିଖ ଅପରାହ୍ନ ୪ଟାରେ ଦେବାଶିଷ ନିଜ ମାର୍କେଟ କମ୍ପ୍ଲେକ୍ସ  ଥିବା ତାଙ୍କ ଅଫିସକୁ ଯାଇଥିଲେ। ସେଠାରେ କିଛି ଦୁର୍ବୃତ୍ତ ତାଙ୍କୁ ଦାଦାବଟି ମାଗିଥିଲେ ହେଲେ ଦେବାଶିଷ ତାଙ୍କ କଥା ଶୁଣିନଥିଲେ। 

ତେବେ ଦେଵାଶିଷକୁ ଧମକ ଚମକ ଦେବା ସହ ଠେଲାପେଲା କରିଥିଲେ । ଆଉ ସେହି ଦୁଇ ଜଣ ଯୁବକ ଏକ ଷ୍ଟିଲ ରଡରେ ଦେବାଶିଷଙ୍କୁ ଗୁରୁତର ଭାବେ ଆକ୍ରମଣ କରିଥିଲେ । ଏହି ଘଟଣା ଘଟୁଥିବା ବେଳେ ସେହି ମାର୍କେଟ କମ୍ପ୍ଲେକ୍ସରେ ଜଣେ ବ୍ୟବସାୟୀ ସେଠାରେ ପହଞ୍ଚି ଦେବାଶିଷଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରିଥିଲେ। ତେଵେ ସେହି ଅଞ୍ଚଳରେ କେହି ନଥିଲେ। ଏହି ଆକ୍ରମଣରେ ଦେବାଶିଷଙ୍କ ଦୁଇ ହାତ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଦେହର ଅନ୍ୟ ସ୍ଥାନରେ ବହୁ ଆଘାତ ଲାଗିଛି। ତେଵେ ଦେଵାଶିଷଙ୍କୁ କିଛି ଦିନ ପୁର୍ଵରୁ ମଧ୍ୟ ଏହି ଯୁବକମାନେ ଦାଦାବଟି ମାଗିଥିଲେ ହେଲେ ରୋକଠୋକ ମନା କରିଥିଲେ ଦେବାଶିଷ ।

ତେଵେ ଦେବାଶିଷଙ୍କୁ ସେଠାରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବୁର୍ଲାର ଏକ ଘରୋଇ ନସିଂ ହୋମରେ ଭର୍ତ୍ତି କରାଯାଇଥିଲା । ଦେବାଶିଷଙ୍କ ଦୁଇ ହାତ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି । ତେଵେ ଏନେଇ ଦେବାଶିଷଙ୍କ ପରିବାର ଲୋକେ ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ଘଟଣାଟି ସପ୍ତାହେ ପୁରିଥିଲେ ମଧ୍ୟ ପୋଲିସ ଚୁପ ବସିଥିବା ନେଇ ଦେବାଶିଷଙ୍କ ବାପା କହିଛନ୍ତି । ତେବେ ଏଥିରେ ସହର କିଛି କରୋକ୍ସ ବ୍ୟବସାୟୀ ଦାଦାବାଟି ମାଗୁଥିବା କହିଛନ୍ତି ।  

ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରିତ ହେବା ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଥିବା ଜଣା ପଡ଼ିଛି। ଏ ବାବଦରେ ଯେତେବେଳେ ଆମେ ଏସଡିପିଓଙ୍କ ସହ ଫୋନରେ ଯୋଗାଯୋଗ କଲୁ ସିଏ ଏହାକୁ ପାଣି ମାଗିବାକୁ ନେଇ ଗଣ୍ଡଗୋଳ ହୋଇଥିବା  କହିଥିଲେ। ତଥାପି ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି କହିଥିଲେ।

;