ବଡ଼ ପୁଅର ଛୁରା ମାଡ଼ରେ 'ନାଥ'ଙ୍କ ମୃତ୍ୟୁ
Advertisement

ବଡ଼ ପୁଅର ଛୁରା ମାଡ଼ରେ 'ନାଥ'ଙ୍କ ମୃତ୍ୟୁ

ଅଭିଯୁକ୍ତ ମନୋଜ ପୂର୍ତ୍ତିକୁ ଥାନାରେ ଅଟକ ରଖିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରିରହିଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ମନୋରଞ୍ଜନ ମହାନ୍ତି, ଆଠଗଡ଼: ବଡ଼ ପୁଅର ଛୁରା ମାଡ଼ରେ ବାପାଙ୍କ ମୃତ୍ୟୁ । ସାନପୁଅ ଗୁରୁତର ଆହତ । ମୃତକ ଜଣକ ହେଲେ ନାଥ ପୂର୍ତ୍ତି(୬୫) । ସେହିପରି ଗୁରୁତର ଜଣକ ହେଲେ ତାଙ୍କ ସାନ ପୁଅ ଯୋଗେନ୍ଦ୍ର ପୂର୍ତ୍ତି । ଯେଗେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଅଭିଯୁକ୍ତ ମନୋଜ ପୂର୍ତ୍ତିକୁ ଥାନାରେ ଅଟକ ରଖିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରିରହିଛି । 

ସୂଚନା ମୁତାବକ, କଟକ ଖୁଣ୍ଟୁଣି ଥାନା ଅନ୍ତର୍ଗତ ମୁଶୁଳିଆ ଗାଁରେ ଘଟିଛି ଏହି ଘଟଣା । ଘରୋଇ କଳିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଯାହା ଜଣାପଡ଼ିଛି, ମୃତକ  ନାଥ ପୂର୍ତ୍ତି ଓ ତାଙ୍କ ସାନ ପୁଅ ଯୋଗେନ୍ଦ୍ର ପୂର୍ତ୍ତି ଏକାଠି ରହୁଥିଲେ । ସେହିପରି ଅଭିଯୁକ୍ତ ବଡ଼ ପୁଅ ମନୋଜ ପୂର୍ତ୍ତି ଅଲଗା ରୁହେ । ତେବେ ବିଭିନ୍ନ ସମୟରେ ବାପା ଓ ସାନ ଭାଇଙ୍କ ସହ ଝଗଡ଼ା କରିଥାଏ ମନୋଜ । ଏନେଇ ଗତକାଲି ଗାଁ ମୁଖିଆଙ୍କୁ ମୃତକ ନାଥ ପୂର୍ତ୍ତି ଓ ତାଙ୍କ ସାନ ପୁଅ ଜଣାଇଥିଲେ । ଯାହାକି ଅଭିଯୁକ୍ତ ବଡ଼ ପୁଅକୁ କୁଆଡ଼େ ଆଘାତ ଦେଇଥିଲା ।

ଘର କଳିକୁ ଗାଁ ମୁଖିଆଙ୍କୁ କାହିଁକି ଜଣାଇଲ କରି ପୁଣି ଝଗଡ଼ା କରିଥିଲା ଅଭିଯୁକ୍ତ ମନୋଜ । ଏପରିକି ଗତକାଲି(ଶନିବାର) ରାତିରେ ଏକ ଛୁରୀରେ ବାପା ଓ ସାନ ଭାଇ ଉପରେ ଆକ୍ରମଣ କରିଥିଲା । ଏଥିରେ ନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ଯୋଗେନ୍ଦ୍ର ଗୁରୁତର ଆହତ ହୋଇଛନ୍ତି । 

ସେପଟେ ହତ୍ୟାକାଣ୍ଡ ପରେ ଘଟଣା ସ୍ଥଳରେ ପହଞ୍ଚିଛି ଖୁଣ୍ଟୁଣି ପୋଲିସ । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ମନୋଜକୁ ଅଟକ ରଖି ପଚରା ଉଚରା କରାଯାଉଛି ।