ହିତେଶାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଡେଲିଭରୀ ବୟ କାମରାଜୁଙ୍କୁ ଗିରଫ କରିଥିବା ବେଳେ ଏବେ ଖୋଦ ଅଭିଯୋଗକାରିଣୀ ହିତେଶାଙ୍କ ନାଁରେ ମାମଲା ରୁଜୁ କରିଯାଇଛି।
Trending Photos
ବେଙ୍ଗାଲୁରୁ: Zomato ଡେଲିଭରୀ ବୟ ଆକ୍ରମଣ ଘଟଣାରେ ନୂଆ ମୋଡ। ନିଜ ଜାଲରେ ନିଜେ ଫସିଗଲେ ମଡେଲ ତଥା ମେକଅପ୍ ଆର୍ଟିଷ୍ଟ ହିତେଶା ଚନ୍ଦ୍ରଣୀ। ହିତେଶାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଡେଲିଭରୀ ବୟ କାମରାଜୁଙ୍କୁ ଗିରଫ କରିଥିବା ବେଳେ ଏବେ ଖୋଦ ଅଭିଯୋଗକାରିଣୀ ହିତେଶାଙ୍କ ନାଁରେ ମାମଲା ରୁଜୁ କରିଯାଇଛି।
ହିତେଶା ଚନ୍ଦ୍ରଣୀ (Hitesha Chandranee) ଙ୍କ ଅଭିଯୋଗ ଆଧାରରେ କାମରାଜୁଙ୍କୁ ଗିରଫ କରାଯାଇଛି। ସେପଟେ କାମରାଜୁଙ୍କ ବୟାନ ଓ କାଉଣ୍ଟର FIR ହିତେଶାଙ୍କୁ ଅଡୁଆରେ ପକାଇଛି। ହିତେଶାଙ୍କ ବିରୁଦ୍ଧରେ IPCର ଧାରା ୩୫୫ (ଆକ୍ରମଣ), ୫୦୪ (ଅପମାନ) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତେବେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରାଯାଇନଥିବା ସୂତ୍ରରୁ ସୂଚନା ମିଳିଛି।
Also Read: Delivery Boyର ଉନ୍ମୁକ୍ତ କାଣ୍ଡ; ମୁଥ ମାରି ଫଟେଇ ଦେଲେ ଯୁବତୀଙ୍କ ନାକ
ସୂଚନାଯୋଗ୍ୟ, ଗତ ମଙ୍ଗଳବାରରେ ଇଲେକ୍ଟ୍ରୋନିକ୍ସ ସିଟି (Bengaluru) ରେ ଏକ ଦୁର୍ଘଟଣା ଘଟିଥିଲା, ଯାହା ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଥିଲା। ହିତେଶା ଚନ୍ଦ୍ରାଣୀ ନାମକ ଜଣେ ମଡେଲ ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରିଥିଲେ। ସେଥିରେ ସେ, ତାଙ୍କୁ ଜଣେ Zomato ଡେଲିଭରି ବୟ (Delivery Boy) ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ଆଣିଥିଲେ।
ଡେଲିଭରି (Food Order) ବିଳମ୍ବ ହେବାକୁ ନେଇ ୨ ଜଣଙ୍କ ମଧ୍ୟରେ ଯୁକ୍ତି ପରେ ହିତେଶାଙ୍କୁ ଡେଲିଭରି ବୟ ଉତ୍ୟକ୍ତ ହୋଇ ମୁଥ ମାରିଥିବା କୁହାଯାଉଛି। ଏହାକୁ ନେଇ ପୋଲିସରେ ମାମଲା ରୁଜୁ ହେବା ପରେ ଡେଲିଭରି ବୟ କାମରାଜୁଙ୍କୁ ଅସ୍ଥାୟୀ ଭାବେ ଚାକିରିରୁ ନିଲମ୍ବନ କରାଯାଇଛି। ସେପଟେ କାମରାଜୁଙ୍କ ପରିବାରର ଭୋରଣପୋଷଣ ଓ ହିତେଶାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି କମ୍ପାନୀ କହିଛି।